E-Paper
  • logo
  • Thursday 24th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

ଟୁଇଟର-କେନ୍ଦ୍ର ଶୀତଳଯୁଦ୍ଧ
9:16 amJune 6, 2021

ନୂଆଦିଲ୍ଲୀ,୬।୬: ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବେଳେ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟୁଇଟର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମସୀମାରେ ପହଞ୍ଚତ୍ଛି। ସେତେବେଳେ କୃଷକଙ୍କ ଧାରଣାସ୍ଥଳକୁ ଦିଲ୍ଲୀ ପୋଲିସ କଣ୍ଟକିତ ତାରବାଡ଼ରେ ଘେରିଥିଲା, ଯାହାର ଦୃଶ୍ୟ ଟୁଇଟର ଜରିଆରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲା। କରୋନା ଭାଇରସ୍‌ର ଦ୍ୱିତୀୟ ଲହର ବେଳେ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହୋଇଥିବା ରୋଗୀ ଅକ୍ସିଜେନ ଅଭାବରୁ ମରୁଥିବା ଦୃଶ୍ୟ ମଧ୍ୟ ସର୍ବାଧିକ ଶେୟାର କରାଯାଇଛି ଟୁଇଟରରେ। ସେହିପରି ମହାମାରୀ ସମୟରେ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣକୁ ବିରୋଧ ସାମାଜିକ ଗଣମାଧ୍ୟମରେ ଛାଇ ହୋଇରହିଥିଲା। କେନ୍ଦ୍ରରେ କ୍ଷମତାସୀନ ଭାଜପା ଏହାକୁ କଂଗ୍ରେସର ଟୁଲକିଟ୍‌ ଆଖ୍ୟାଦେଇ ଟୁଇଟର ଉପରେ ଦୋଷ ଲଦିଥିଲା। ଜବାବରେ ଟୁଇଟର ଭାଜପା ମୁଖପାତ୍ର ସମ୍ବିତ ପାତ୍ରଙ୍କ ପୋଷ୍ଟକୁ ‘ମାନିପୁଲେଟେଡ୍‌ ମିଡିଆ’ର ଟ୍ୟାଗ୍‌ ଦେଇଥିଲା। ମେ’ ୨୪ରେ ଦିଲ୍ଲୀ ପୋଲିସର ୬ ଜଣିଆ ଟିମ୍‌ ଟୁଇଟରର ଗୁରୁଗ୍ରାମ ଓ ଲାଡୋସରାୟ ଅଫିସରେ ପହଞ୍ଚତ୍ବା ପରେ ଏହି ପ୍ଲାଟ୍‌ଫର୍ମ ଅସନ୍ତୋଷ ବ୍ୟକ୍ତ କରିଥିଲା। ଇତିମଧ୍ୟରେ କେନ୍ଦ୍ର ସରକାର ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ପାଇଁ ନୂଆ ଆଇନ ଆଣିଥିବାବେଳେ ଟୁଇଟର ବ୍ୟତୀତ ଅନ୍ୟ ସାଇଟ୍‌ଗୁଡ଼ିକ ଏହାକୁ ମାନିବାକୁ ରାଜି ହୋଇଛନ୍ତି। ଗତ ୨୭ ତାରିଖରେ ଟୁଇଟର ଡିଜିଟାଲ ନିୟମଗୁଡ଼ିକ ଉପରେ ଆପତ୍ତି ଉଠାଇ ଏହା ‘ଅଭିବ୍ୟକ୍ତି ସ୍ବାଧୀନତା ପାଇଁ ବିପଦ’ ବୋଲି ଦର୍ଶାଇଥିଲା। ଫଳରେ ଟୁଇଟର ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରକୁ ବଦନାମ କରିବା ପାଇଁ ଉଦ୍ୟମ ଚଳାଇଥିବା କେନ୍ଦ୍ର ସରକାର ସମାଲୋଚନା କରିଥିଲେ। ଶନିବାର କେନ୍ଦ୍ର ପକ୍ଷରୁ ଟୁଇଟରକୁ ଶେଷ ନୋଟିସ ପଠାଯିବା ସହ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ନୂଆ ସୂଚନା ପ୍ରଯୁକ୍ତି ନିୟମାବଳୀ, ୨୦୨୧ ଅନୁପାଳନ କରିବା ଲାଗି କେନ୍ଦ୍ର ସରକାର ଶନିବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟୁଇଟରକୁ ଚୂଡ଼ାନ୍ତ ନୋଟିସ ପଠାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପଠାଇଥିବା ନୋଟିସ୍‌ରେ କୁହାଯାଇଛି, ମନ୍ତ୍ରଣାଳୟ ପୂର୍ବରୁ ଯେଉଁ ଚିଠିଗୁଡ଼ିକ ପଠାଇଥିଲା ସେଥିରେ ଟୁଇଟରର ଜବାବ ନୈରାଶ୍ୟଜନକ। ଏହା ମନ୍ତ୍ରଣାଳୟକୁ ନା ସ୍ପଷ୍ଟୀକରଣ ଦେଇଛି, ନା ନିୟମାବଳୀ ସମ୍ପୂର୍ଣ୍ଣ ଅନୁପାଳନ କରିବ ବୋଲି ସୂଚାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟୁଇଟର ଜବାବରେ ମୁଖ୍ୟ କମ୍ପ୍ଲିଆନ୍ସ ଅଫିସରଙ୍କ ସମ୍ପର୍କରେ ସବିଶେଷ ସୂଚନା ଦେଇନାହିଁ। ଜଣେ କମ୍ପ୍ଲିଆନ୍ସ ଅଫିସରଙ୍କ ସମେତ କମ୍ପାନୀର ଜଣେ କର୍ମଚାରୀଙ୍କୁ ଗ୍ରିଭାନ୍ସ ଅଫିସର ଏବଂ ଅନ୍ୟ ଜଣେ ନୋଡାଲ କଣ୍ଟାକ୍ଟ ପର୍ସନ ନିଯୁକ୍ତି କରିବା ଲାଗି କେନ୍ଦ୍ର ସରକାର ଉକ୍ତ ମାଇକ୍ରୋ-ବ୍ଲଗିଂ ପ୍ଲାଟ୍‌ଫର୍ମକୁ ନିର୍ଦ୍ଦେଶ ଦେଇଥିଲେ। ସଦ୍ଦିଚ୍ଛା ପୂର୍ବକ ଟୁଇଟରକୁ ଶେଷ ନୋଟିସ୍‌ ପଠାଯାଇ ତୁରନ୍ତ ନିୟମାବଳୀ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଅନୁପାଳନ ନ କଲେ ଟୁଇଟର ଆଇଟି ଆଇନରେ ଥିବା ଉତ୍ତରଦାୟିତ୍ୱ କ୍ଷମା ପାଇବା ସୁଯୋଗ ହରାଇବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଡିଜିଟାଲ ମିଡ଼ିଆ ପାଇଁ ସରକାରଙ୍କ ନୂଆ ଆଇଟି ନିୟମାବଳୀକୁ ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ଅନୁପାଳନ କରିବାକୁ ପଡ଼ିବ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ କହିଥିଲେ। ଟୁଇଟର ନିୟମାବଳୀ ପାଳନ କରିବା ସହ ଆବାସିକ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଥିବା କୋର୍ଟଙ୍କୁ ଜଣାଇଥିଲା ଓ ପିଟିଶନର ଜବାବ ରଖିବ ବୋଲି କହିଥିଲା। କିନ୍ତୁ କେନ୍ଦ୍ର ସରକାର ଉକ୍ତ ଦାବିକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ନୂଆ ଡିଜିଟାଲ ନିୟମାବଳୀ ଅନୁଯାୟୀ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଏବଂ ଟୁଇଟର ଭଳି ସୋସିଆଲ ମିଡିଆ କମ୍ପାନୀକୁ ମେସେଜଗୁଡ଼ିକର ସୃଷ୍ଟିକର୍ତ୍ତାଙ୍କୁ ୩୬ ଘଣ୍ଟା ମଧ୍ୟରେ ଚିହ୍ନଟ କରିବା ସହ ମୁଖ୍ୟ କମ୍ପ୍ଲିଆନ୍ସ ଅଫିସର, ଯୋଗାଯୋଗ ପାଇଁ ନୋଡାଲ ଅଫିସର ଏବଂ ଆବାସିକ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିବା ଲାଗି କୁହାଯାଇଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

ଭାଜପାକୁ ଭାଙ୍ଗିବାକୁ ପ୍ରୟାସ:ଟିଏମ୍‌ସିରେ ସାମିଲ ହେଲେ ଅନେକ ନେତା

କୋଲକାତା,୨୧।୬: ପଶ୍ଚିମବଙ୍ଗରେ ଭାଜପାକୁ ଆଉ ଏକ ଝଟ୍‌କା ଲାଗିଛି। ଅଲିପୁରଦ୍ୱାରରୁ ଦଳର ଜିଲାଧ୍ୟକ୍ଷ ଗଙ୍ଗା ପ୍ରସାଦ ଶର୍ମା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ହାତ ଧରିଛନ୍ତି। ସୋମବାର ଦ୍ୱିପ୍ରହରରେ...

୫ ଥର ବିବାହ କରି ବି ୩୨ ଯୁବତୀଙ୍କ ସହ ଚାଲିଥିଲା ଚାଟ୍‌, ଏମିତି ପଡ଼ିଲେ ଧରା, ଆଉ ତା’ ପରେ…

ଲକ୍ଷ୍ନୌ,୧୯ା୬: ଉତ୍ତରପ୍ରଦେଶ କାନପୁରର ଜଣେ ଭଣ୍ଡ ବାବାଙ୍କ କଳାକାରନାମା ଏବେ ପଦାରେ ପଡ଼ିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କଥିତ ଭଣ୍ଡ ବାବା ସୋସିଆଲ ମିଡିଆ...

ପଶ୍ଚିମବଙ୍ଗ ଗଣବଳାତ୍କାର: ତଦନ୍ତରେ ଖୁସି ନାହାନ୍ତି ୨ ପୀଡ଼ିତା

ନୂଆଦିଲ୍ଲୀ,୧୫।୬: ମେ’ ୩ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୧୦୦ରୁ ୨୦୦ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମର୍ଥକ ଘରକୁ ଚାରିଆଡ଼ୁ ଘେରି...

୬୯ ବର୍ଷ ପରେ ଫେରୁଛି ଦ୍ରୁତତମ ଚିତା

ନୂଆଦିଲ୍ଲୀ, ୧୦ା୬: ଭାରତରେ ପୁଣି ଦେଖିବାକୁ ମିଳିବ ବିଶ୍ୱର ଦ୍ରୁତତମ ଚିତା। ଏହି ବନ୍ୟପ୍ରାଣୀର ସଂରକ୍ଷଣ ପାଇଁ ଦକ୍ଷିଣ ଆଫ୍ରିକାରୁ ୮ ଚିତା ଭାରତକୁ ଅଣାଯିବ।...

ସମାଲୋଚକଙ୍କୁ ନିର୍ବାଚନ ଲଢ଼ିବା ମନା

ମସ୍କୋ, ୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଶୁକ୍ରବାର ଏକ ନୂଆ ବିଲ୍‌ରେ ସ୍ବାକ୍ଷର କରିଛନ୍ତି। କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ ଉକ୍ତ ଆଇନ...

ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା

କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...

ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୫।୬: ତାମଲିନାଡୁରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ରାଜ୍ୟରେ କଟକଣା କୋହଳ କରିବା ସହ ଆଉ ସପ୍ତାହେ ଲକ୍‌ଡାଉନ ଅବଧିକୁ...

୨୪କୁ ନଜର, ୨୨ ପାଇଁ ଛାନିଆ

ନୂଆଦିଲ୍ଲୀ,୧୬ା୬: ଉତ୍ତରପ୍ରଦେଶରେ ନିକଟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି ଶାସକ ଭାଜପାକୁ ପରାସ୍ତ କରିଥିଲା। ୨୦୨୨ରେ ହେବାକୁ ଥିବା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଜେଡେନ ସିଲ୍ସ
Next Post Next post:
୧୬୦ ବର୍ଷ ପରେ ଦ୍ୱୀପ ଫେରିପାଇଲେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts