ପାଟନା,୧୫।୬: ବିହାର ରାଜନୈତିକ ଏବେ ସରଗରମ ରହିଛି। ଲୋକ ଜନଶକ୍ତି ପାଟି(ଏଲ୍ଜେପି)ରେ ଫାଟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏମ୍ପି ଚିରାଗ ପାଶଓ୍ବାନ ଏବେ ଏକୁଟିଆ ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ଏବେ ବିରୋଧୀ ଦଳ ଚିରାଗଙ୍କୁ ଅଫର ଦେବାକୁ ଆରମ୍ଭ କରିଥିବା ଜଣାପଡ଼ିଛି। କଂଗ୍ରେସ ହେଉ ବା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସମସ୍ତେ ଚିରାଗଙ୍କୁ ସେମାନଙ୍କ ସହ ହାତ ମିଳାଇବାକୁ ଇଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳିଛି, ଆରଜେଡି ଓ କଂଗ୍ରେସ ପକ୍ଷରୁ ଚିରାଗଙ୍କୁ ଅଫର ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେଳ ସେ ଏନ୍ଡିଏଠାରୁ ଅଲଗା ହୋଇ ବିରୋଧୀଙ୍କୁ ମଜଭୁତ କରିବା ଲାଗି ଏକାଠି ହୁଅନ୍ତୁ ବୋଲି କୁହାଯାଇଛି। ସେହିପରି ଆରଜେଡିର ବିଧାୟକ ଭାଇ ବିରେନ୍ଦ୍ର କହିଛନ୍ତି, ବିହାରର ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ଚିରାଗ ଓ ତେଜସ୍ବୀ ଏକାଠି ହେବା ପାଇଁ ପାଗ ଅନୁକୂଳ ରହିଛି। ତେଣୁ ଚିରାଗ ତେଜସ୍ବୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପାଇଁ ସାହାଯ୍ୟ କରନ୍ତୁ ଏବଂ ନିଜେ ଦିଲ୍ଲୀରେ ଦଳର ରାଜନୀତି ସମ୍ଭାଳନ୍ତୁ ବୋଲି ଭାଇ ବିରେନ୍ଦ୍ର କହିଛନ୍ତି। ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ପ୍ରେମଚନ୍ଦ୍ର ମିଶ୍ରା କହିଛନ୍ତି, ଚିରାଗ କଂଗ୍ରେସରେ ସାମିଲ ହୋଇ ବିରୋଧୀଙ୍କୁ ମଜଭୁୁତ କରନ୍ତୁ।
ଦିଲ୍ଲୀରୁ ଖୁସି ଖବର: କରୋନା ଗ୍ରାଫ୍ ତଳ ମୁହାଁ,ଡେଲ୍ଟା ଭାରିଆଣ୍ଟ୍କୁ ପ୍ରଭାବହୀନ କରିବ ଭାକ୍ସିନ୍…
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...
ନୁଶରତ୍ ଜାହାଁ ଠକ; ବିବାହ କରି ନଥିଲେ ତ ସିନ୍ଦୁର କାହିଁକି ଲଗାଇଲେ
କୋଲକାତା,୧୧।୬: ତୃଣମୂଳ କଂଗ୍ରେସ ଏମ୍ପି ନୁଶରତ୍ ଜାହାଁଙ୍କ ବିବାହକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏଥିଯୋଗୁ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି।...
ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୪।୬: ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଷଷ୍ଠଥର ପାଇଁ ଏହି ନିଷ୍ପତ୍ତି ନେଇଛି ଆରବିଆଇ। ଏପ୍ରିଲ-ଜୁନ...
ବ୍ଲାକ୍ ଫଙ୍ଗସ୍ ଔଷଧ ଟିକସ ମୁକ୍ତ
ନୂଆଦିଲ୍ଲୀ, ୧୨।୬: ବ୍ଲାକ୍ ଫଙ୍ଗସ୍ ଔଷଧକୁ ସରକାର ଟିକସ ମୁକ୍ତ କରିଛନ୍ତି। ଶନିବାର ଜିଏସ୍ଟି କାଉନସିଲ ବୈଠକ ପରେ ରେମ୍ଡେସିଭିର ଭଳି କୋଭିଡ୍-୧୯ ଔଷଧ ଏବଂ...
ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା
ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ...
ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…
ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି...
ଟିକା ନୁହେଁ, ସରକାର ବ୍ଲୁ-ଟିକ୍ ପାଇଁ ଲଢୁଛନ୍ତି: ରାହୁଲ
ନୂଆଦିଲ୍ଲୀ,୬।୬: ଆଜିକାଲି ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟର ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ଆଇଟିର ନୂତନ ନିୟମକୁ ନେଇ ଟୁଇଟର ଏବଂ ସରକାରଙ୍କ...
‘ମୃତଦେହ ଫିଙ୍ଗିବା ପାଇଁ ମୁମ୍ବାଇରେ ନଦୀ ନାହିଁ’
ମୁମ୍ବାଇ, ୧୦।୬: ସରକାରୀ ସ୍ତରରେ ରିପୋର୍ଟ ହେଉଥିବା କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟାଠାରୁ ମହାରାଷ୍ଟ୍ରର ରାଜଧାନୀରେ ଢେର ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ବିରୋଧୀ ଭାଜାପା...


