ଭୁବନେଶ୍ୱର,୧୬ା୬(ବ୍ୟୁରୋ): ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ୨୦୨୨ ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବା କଥା। ଏ ପର୍ଯ୍ୟନ୍ତ ସେ ନେଇ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ପାରିନାହିଁ।
ପଞ୍ଚାୟତ ନିର୍ବାଚନ ସମ୍ପନ୍ନ କରିବା ରାଜ୍ୟ ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ କାର୍ଯ୍ୟ ୨୦୨୧ ଏପ୍ରିଲ ସୁଦ୍ଧା ଶେଷ କରିବାକୁ କମିଶନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୨୦୨୧ ଜାନୁୟାରୀ ଓ ମାର୍ଚ୍ଚରେ ଦୁଇଟି ଚିଠି ଲେଖିଥିଲେ। ତେବେ ବିଭାଗ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପଞ୍ଚାୟତ ନିର୍ବାଚନ ନେଇ ଜିଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ନ ଦେଲେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ଶେଷ କରିବା ସମ୍ଭବ ହେବ ନାହିଁ ବୋଲି କମିଶନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ବେଳେ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଓ ସ୍ଥାନ ସଂରକ୍ଷଣ ଇତ୍ୟାଦି ଦେଢ଼ମାସ ଭିତରେ ଶେଷ କରିଥିଲେ।
ପଞ୍ଚାୟତ ନିର୍ବାଚନକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଗତ ଅଢ଼େଇ ବର୍ଷ ହେବ ରାଜ୍ୟ ସରକାର ପୌର ନିର୍ବାଚନ ଖୁବ୍ଶୀଘ୍ର ହେବ ବୋଲି କହି ଆସୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିଲା ନାହିଁ। ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନକୁ ନ ଗଡ଼େଇ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ହାରିଯିବା ଭୟରେ ରାଜ୍ୟ ସରକାର ନିର୍ବାଚନ କରିବାକୁ ଚାହୁନାହାନ୍ତି। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ଆଇନ ଅନୁଯାୟୀ ସରକାର ପଦକ୍ଷେପ ନେବେ।
ରାଜ୍ୟ ସରକାର ଗତ ଦୁଇ ବର୍ଷ ହେବ ପୌର ନିର୍ବାଚନ ନ କରି ଝୁଲାଇ ରଖିଛନ୍ତି। ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ନେଇ ଆଇନରେ ସଂଶୋଧନ କରୁ ନ ଥିବାରୁ ଏହା ବିଳମ୍ବ ହୋଇଚାଲିଛି। ପୌର ନିର୍ବାଚନରେ ଏସ୍ସି,ଏସ୍ଟି ଏବଂ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସକାଶେ ଓଡ଼ିଶା ମ୍ୟୁନିସିପାଲ୍ ଆଇନ-୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ରେ ଆବଶ୍ୟକ ସଂଶୋଧନ କରିବାକୁ ହେବ।
ଉଲ୍ଲେଖଯୋଗ୍ୟ ଅଣଅନୁସୂଚିତ ଅଞ୍ଚଳରେ ଏସ୍ସି, ଏସ୍ଟି ଏବଂ ଓବିସିଙ୍କ ପାଇଁ ଥିବା ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ୨୦୧୮ରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର କରାଯାଇଥିଲା। ହାଇକୋର୍ଟ ପୌର ନିର୍ବାଚନ ପ୍ରକ୍ରିୟା ଉପରେ ରୋକ୍ ଲଗାଇବା ସହ ଆଇନରେ ସଂଶୋଧନ ଆଣିବାକୁ ପରାମର୍ଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ୨୦୧୮ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଫଳରେ ରାଜ୍ୟ ସରକାର ପୌର ନିର୍ବାଚନ କରିବାରେ ସମର୍ଥ ହୋଇପାରି ନାହାନ୍ତି। ଆଇନରେ ସଂଶୋଧନ ଆଣିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଧାନସଭାରେ ସଂଶୋଧନ ବିଧେୟକ ହୋଇପାରି ନାହିଁ।
୧୭ ଯାଏ ଓଏଚ୍ଆର୍ସିକୁ ସର୍ବସାଧାରଣ ପ୍ରବେଶ ମନା
ଭୁବନେଶ୍ୱର, ୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ମାନବାଧିକାର କମିଶନ(ଓଏଚ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି।...
୧୨ ଜେଲରୁ ମୁକ୍ତ ହେବେ ୧୬ କଏଦୀ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ସଜା ଅବଧି ପୂର୍ବରୁ ରାଜ୍ୟର ୧୧ ଜେଲ ସମେତ ବିଶାଖାପାଟଣା ଜେଲରୁ ମୁକ୍ତ ହେବେ ୧୬ କଏଦୀ। ଜେଲରେ ଆଜୀବନ ସଜା କାଟୁଥିବାବେଳେ ବ୍ୟବହାରରେ...
ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ
ଭୁବନେଶ୍ୱର,୩।୬: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ଲାଇଲ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ...
ମୁଢ଼ି ବସ୍ତାରେ ଗଞ୍ଜେଇ ଚାଲାଣ
ଜୟପୁର,୭ା୬: ଅଭିନବ ଉପାୟରେ ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ସଦର ପୋଲିସ ଚଢାଉ କରି ଏହାକୁ ଧରିଛି। ପ୍ରାୟ...
ଶ୍ୱାସ ନେବାକୁ ସଂଘର୍ଷ
ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା...
ବୋମାମାଡ଼ କରି ବିଜେଡି ନେତା ଗିରଫ
ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...
ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍ ଜିମ୍ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ...
ସବୁ ଜିଲାରେ ଗାଡ଼ି ପଞ୍ଜୀକରଣ, ବିକ୍ରୟକୁ ଅନୁମତି
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ଲକ୍ଡାଉନ୍ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ସମସ୍ତ ଜିଲାରେ ଅଟୋମୋବାଇଲ୍ ଶୋ’ରୁମ୍ଗୁଡ଼ିକ ଖୋଲାଯିବା ସହ ନୂତନ ଗାଡ଼ି ପଞ୍ଜୀକରଣ ଓ ବିକ୍ରୟ...


