ଭୁବନେଶ୍ୱର,୧୬ା୬(ବ୍ୟୁରୋ): ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ୨୦୨୨ ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବା କଥା। ଏ ପର୍ଯ୍ୟନ୍ତ ସେ ନେଇ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ପାରିନାହିଁ।
ପଞ୍ଚାୟତ ନିର୍ବାଚନ ସମ୍ପନ୍ନ କରିବା ରାଜ୍ୟ ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ କାର୍ଯ୍ୟ ୨୦୨୧ ଏପ୍ରିଲ ସୁଦ୍ଧା ଶେଷ କରିବାକୁ କମିଶନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୨୦୨୧ ଜାନୁୟାରୀ ଓ ମାର୍ଚ୍ଚରେ ଦୁଇଟି ଚିଠି ଲେଖିଥିଲେ। ତେବେ ବିଭାଗ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପଞ୍ଚାୟତ ନିର୍ବାଚନ ନେଇ ଜିଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ନ ଦେଲେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ଶେଷ କରିବା ସମ୍ଭବ ହେବ ନାହିଁ ବୋଲି କମିଶନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ବେଳେ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଓ ସ୍ଥାନ ସଂରକ୍ଷଣ ଇତ୍ୟାଦି ଦେଢ଼ମାସ ଭିତରେ ଶେଷ କରିଥିଲେ।
ପଞ୍ଚାୟତ ନିର୍ବାଚନକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଗତ ଅଢ଼େଇ ବର୍ଷ ହେବ ରାଜ୍ୟ ସରକାର ପୌର ନିର୍ବାଚନ ଖୁବ୍ଶୀଘ୍ର ହେବ ବୋଲି କହି ଆସୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିଲା ନାହିଁ। ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନକୁ ନ ଗଡ଼େଇ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ହାରିଯିବା ଭୟରେ ରାଜ୍ୟ ସରକାର ନିର୍ବାଚନ କରିବାକୁ ଚାହୁନାହାନ୍ତି। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ଆଇନ ଅନୁଯାୟୀ ସରକାର ପଦକ୍ଷେପ ନେବେ।
ରାଜ୍ୟ ସରକାର ଗତ ଦୁଇ ବର୍ଷ ହେବ ପୌର ନିର୍ବାଚନ ନ କରି ଝୁଲାଇ ରଖିଛନ୍ତି। ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ନେଇ ଆଇନରେ ସଂଶୋଧନ କରୁ ନ ଥିବାରୁ ଏହା ବିଳମ୍ବ ହୋଇଚାଲିଛି। ପୌର ନିର୍ବାଚନରେ ଏସ୍ସି,ଏସ୍ଟି ଏବଂ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସକାଶେ ଓଡ଼ିଶା ମ୍ୟୁନିସିପାଲ୍ ଆଇନ-୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ରେ ଆବଶ୍ୟକ ସଂଶୋଧନ କରିବାକୁ ହେବ।
ଉଲ୍ଲେଖଯୋଗ୍ୟ ଅଣଅନୁସୂଚିତ ଅଞ୍ଚଳରେ ଏସ୍ସି, ଏସ୍ଟି ଏବଂ ଓବିସିଙ୍କ ପାଇଁ ଥିବା ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ୨୦୧୮ରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର କରାଯାଇଥିଲା। ହାଇକୋର୍ଟ ପୌର ନିର୍ବାଚନ ପ୍ରକ୍ରିୟା ଉପରେ ରୋକ୍ ଲଗାଇବା ସହ ଆଇନରେ ସଂଶୋଧନ ଆଣିବାକୁ ପରାମର୍ଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ୨୦୧୮ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଫଳରେ ରାଜ୍ୟ ସରକାର ପୌର ନିର୍ବାଚନ କରିବାରେ ସମର୍ଥ ହୋଇପାରି ନାହାନ୍ତି। ଆଇନରେ ସଂଶୋଧନ ଆଣିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଧାନସଭାରେ ସଂଶୋଧନ ବିଧେୟକ ହୋଇପାରି ନାହିଁ।
୧ରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁରର ଦ୍ୱିତୀୟ ପୋକ୍ସୋ କୋର୍ଟ
ବ୍ରହ୍ମପୁର ଅଫିସ,୨୫।୬: ବ୍ରହ୍ମପୁରରେ ଦ୍ୱିତୀୟ ପୋକ୍ସୋ କୋର୍ଟ ଆରମ୍ଭ ହେବ। ଜୁଲାଇ ୧ ତାରିଖରେ ଏହି କୋର୍ଟ ଉଦ୍ଘାଟିତ ହେବ। ପୂର୍ବରୁ ଗଞ୍ଜାମ ଜିଲାରେ ସ୍ବତନ୍ତ୍ର...
ବିଆର୍ପିଏଲ୍ ବିରୋଧରେ ଏନ୍ଜିଟି ମାମଲା: ଏସ୍ପିସିବିର ଲୋକଦେଖାଣିଆ ତଦନ୍ତ
ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ.ଏ.),୨୫ା୬: ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ର ନିର୍ଦ୍ଦେଶ ଅନୁସାରେ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ(ବିଆର୍ପିଏଲ୍) କାରଖାନାରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...
ଲଘୁଚାପ: ଗୁରୁବାରଠାରୁୁ ବର୍ଷିବ
ଭୁବନେଶ୍ୱର, ୯।୬(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଆସନ୍ତା ୧୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ...
ସବୁଜ ବଳୟ ଉଜାଡ଼ି ବିପର୍ଯ୍ୟୟକୁ ସାମ୍ନା
ଭୁବନେଶ୍ୱର,୧ା୬(ବ୍ୟୁରୋ): ବିକାଶ ନଁାରେ ରାଜ୍ୟରେ ବୃକ୍ଷସମ୍ପଦକୁ କାଟି ପଦା କରି ଦିଆଯାଉଛି। ଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଜଳବାୟୁର ପ୍ରତିକୂଳ ପରିସ୍ଥିତି ଭୋଗିବାକୁ ପଡୁଛି।...
ଓଜେଇଇ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର...
ପୁଅର ମୃତଦେହ ଛୁଇଁଲେନି ବାପା
ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ...
୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍ ଟିକା ୮ରୁ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ...
ରଥରେ ଲାଗିଲା ଅଖ
ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ...


