ସେଭିଲେ,୧୬।୬: ୟୁରୋକପ୍ରେ ଗ୍ରୁପ୍ ଇ’ରେ ସୋମବାର ସ୍ପେନ୍ ଓ ସ୍ବିଡେନ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ଗୋଲ ଶୂନ୍ୟ ଭାବେ ଶେଷ ହେବା ସହ ଅମୀମାଂସିତ ରହିଥିଲା। ସ୍ଥାନୀୟ ଲା କାର୍ଟୁଜା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଅବଶ୍ୟ ସ୍ବିଡେନ କେତୋଟି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ ସ୍କୋର କରିପାରି ନ ଥିଲା। ଆଲେକଜାଣ୍ଡର ଇସାକ ଚମତ୍କାର ପ୍ରଦର୍ଶନ କରିଥିଲେ।
ଏହାପୂର୍ବରୁ ସ୍ପେନ୍-ପର୍ତ୍ତୁଗାଲ ଓ୍ବାର୍ମଅପ୍ ମ୍ୟାଚ୍ ମଧ୍ୟ ଗୋଲ ଶୂନ୍ୟ ଭାବେ ଡ୍ର ରହିଥିଲା। ସ୍ପେନ୍ ଘନଘନ ଆକ୍ରମଣ କରିଥିଲା। ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ସ୍ପେନ୍ ଯଥେଷ୍ଟ ଆଗରେ ରହିଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନ ଥିଲା। ୭୫ ପ୍ରତିଶତ ବଲ୍ ପଜେଶନ ସହ ସ୍ପେନ୍ ୧୭ଟି ଗୋଲ ପ୍ରୟାସ କରିଥିଲା। ଏଥିମଧ୍ୟରୁ ୫ଟି ପୂରା ଗୋଲ ପୋଷ୍ଟ ଉପରେ ଟାର୍ଗେଟ ହୋଇଥିଲା। ମ୍ୟାଚ୍ ଫଳାଫଳ ନିଶ୍ଚିତ ଭାବେ ସ୍ପେନ୍କୁ ନିରାଶ କରିଛି। ୟୁରୋକପ୍ରେ ସ୍ପେନ ତା’ର ଶେଷ ୧୪ଟି ମ୍ୟାଚ୍ରେ ଗୋଲ ଦେବାରେ ବିଫଳ ହୋଇଛି। ଅନ୍ୟପଟେ ସ୍ବିଡେନ ତା’ର ଶେଷ ୧୭ଟି ମ୍ୟାଚ୍କୁ ଡ୍ର ରଖିନାହିଁ। ୨୦୨୦ ୟୁରୋ କ୍ୱାଲିଫାଇଂରେ ସ୍ପେନ୍ ବିପକ୍ଷରେ ସ୍ବିଡେନ ମ୍ୟାଚ୍ ଡ୍ର ରଖିଥିଲା। ଏହି ମ୍ୟାଚ୍ରେ ୧୨,୫୧୭ ଦର୍ଶକ ଉପସ୍ଥିତ ଥିଲେ। ଶନିବାର ସ୍ପେନ ତା’ର ପରବର୍ତ୍ତୀ ମ୍ୟାଚ୍ରେ ପୋଲାଣ୍ଡକୁ ଓ ୨୩ ତାରିଖରେ ସ୍ଲୋଭାକିଆକୁ ଭେଟିବ।
୨୦୦୪ ପରେ ସ୍ବିଡେନ ୟୁରୋକପ୍ରେ କେବେ ବି ଗ୍ରୁପ୍ ପର୍ଯ୍ୟାୟ ପାର କରିପାରିନାହିଁ। ସ୍ବିଡେନ ଶୁକ୍ରବାର ସ୍ଲୋଭାକିଆକୁ ସେଣ୍ଟ ପିଟର୍ସବର୍ଗରେ ଭେଟିବ ଓ ପରେ ପୋଲାଣ୍ଡକୁ ଭେଟିବ। କୋଭିଡ୍-୧୯ କାରଣରୁ ଉଭୟ ଦଳରେ କେତେକ ତାରକା ଖେଳାଳି ସ୍ଥାନ ପାଇନାହାନ୍ତି।
ଡବ୍ଲ୍ୟଟିସି ପୂର୍ବରୁ ଭାରତକୁ ଶକ୍ତ ଧକ୍କା
ସାଉଥାମ୍ପଟନ,୧୩।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି)ର ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଧକ୍କା। ବିରାଟ...
ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟ୍କା
ଲଣ୍ଡନ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡର ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ଟେଷ୍ଟ ଡ୍ର ଥିଲା ଏବଂ ଦ୍ୱିତୀୟ...
ଗୋଟିଏ ତାରିଖ, ଗୋଟିଏ ମଇଦାନ; ୨ ବର୍ଷ-୨ ରେକର୍ଡ…ମହମ୍ମଦ ସାମିଙ୍କ ପାଇଁ ଖାସ୍ ପାଲଟିଲା ୨୨ ଜୁନ୍
ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍ର ୩୦ ବର୍ଷୀୟ ପେସର୍ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ...
ଆଧୁନିକ କ୍ରିକେଟରେ କେଉଁ ଖେଳାଳିଙ୍କ ଭଳି ବ୍ୟାଟିଂ କରିବାକୁ ଚାହାନ୍ତି ପ୍ରଶ୍ନରେ ଏଭଳି କହିଲେ ଗାଭାସ୍କର; ଚକିତ କଲା ନାମ…
ନୂଆଦିଲ୍ଲୀ,୩।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଟି୨୦ କ୍ରିକେଟର ବଡ଼ ପ୍ରଶଂସକ ବୋଲି ସ୍ବୀକାର କରିଛନ୍ତି। ତାଙ୍କ ସମୟର ଅନେକ ଖେଳାଳି...
ମିରାନଚୁକ୍ଙ୍କ ଗୋଲରେ ଜିତିଲା ରୁଷିଆ
ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍ବଲ ଚାମ୍ପିୟନଶିପ୍ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...
ପୋଲାଣ୍ଡ ଓପନ୍ରେ ସ୍ବର୍ଣ୍ଣ ଜିତିଲେ ଭିନେଶ
ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ...
ରୋନାଲ୍ଡୋଙ୍କ ରେକର୍ଡ
ବୁଦାପେଷ୍ଟ,୧୬।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
କ୍ରିକେଟ୍ ଇତିହାସରେ ଆଜି ଏକ ଖାସ୍ ଦିନ: ୧୮ ବର୍ଷ ପୂର୍ବେ ଘଟିଥିଲା ଏମିତି..
କ୍ରିକେଟ ଇତିହାସରେ ଆଜି ଏକ ଖାସ୍ ଦିନ। ୧୮ ବର୍ଷ ପୂର୍ବେ ୧୩ ଜୁନ, ୨୦୦୩ ରେ କ୍ରିକେଟର ତୃତୀୟ ଫର୍ମାଟ ଅର୍ଥାତ୍ ଟି-୨୦ କ୍ରିକେଟ...


