ବୁଦାପେଷ୍ଟ,୧୬।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ ଏହି ମ୍ୟାଚ୍ରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେ ୮୭ତମ ମିନିଟ୍ରେ ପେନାଲ୍ଟି ଜରିଆରେ ଗୋଲ ଦେବା ପରେ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍ରେ ଏକ ଚମତ୍କାର ଫିଲ୍ଡ ଗୋଲ ପ୍ରଦାନ କରିଥିଲେ। ତେବେ ଏହାପୂର୍ବରୁ ୮୪ତମ ମିନିଟ୍ରେ ରାଫାଏ ଗୁଏରେଇରୋ ପ୍ରଥମ ଗୋଲ ଦେଇ ଡିଫେଣ୍ଡିଂ ଚାମ୍ପିୟନ ପର୍ତ୍ତୁଗାଲକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ୍ରେ ପର୍ତ୍ତୁଗାଲ ସମ୍ପୂର୍ଣ୍ଣରୂପେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା।
ଟୁର୍ନାମେଣ୍ଟର ପଞ୍ଚମ ଦିବସରେ ପୂରା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା। ପୁସ୍କାସ ଏରେନାରେ ୬୭,୨୧୫ ଦର୍ଶକ ଉପସ୍ଥିତ ଥିଲେ ଓ ଏମାନଙ୍କ ମଧ୍ୟରେ ଅଧିକାଂଶ ପ୍ରଶଂସକ ହଙ୍ଗେରୀର ଥିଲେ। ୧୦ଟି ଦେଶ ମଧ୍ୟରୁ ହଙ୍ଗେରୀ ଏକମାତ୍ର ଦେଶ ଯେଉଁଠି ପୂରା ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ ହେଉଛି। ପୂରା ଷ୍ଟାଡିୟମରେ ରୋନାଲ୍ଡୋଙ୍କ ପ୍ରଦର୍ଶନ ଐତିହାସିକ ଥିଲା। ୟୁରୋପିଆନ ଚାମ୍ପିୟନଶିପ୍ରେ ରୋନାଲ୍ଡୋ ସର୍ବାଧିକ କ୍ୟାରିୟର ଗୋଲ ସ୍କୋର କରି ରେକର୍ଡ କରିଛନ୍ତି। ଜୁଭେଣ୍ଟସର ଏହି ଫରଓ୍ବାର୍ଡ ୨୦୦୪ ପରଠାରୁ ପଞ୍ଚମ ୟୁରୋପିଆନ ଚାମ୍ପିୟନଶିପ୍ ଖେଳୁଛନ୍ତି। ମାଇକେଲ ପ୍ଲାଟିନି ଓ ରୋନାଲ୍ଡୋ ସମାନ ୯ଟି ଗୋଲ କରି ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲେ। ଏବେ ରୋନାଲ୍ଡୋ ୧୧ ଗୋଲ ସ୍କୋର କରି ଆଗରେ ରହିଛନ୍ତି। ୩୬ ବର୍ଷୀୟ ରୋନାଲ୍ଡୋ ଏକମାତ୍ର ଖେଳାଳି ଭାବେ କ୍ରମାଗତ ୫ଟି ୟୁରୋ କପ୍ରେ ଗୋଲ ସ୍କୋର କରିବାର ଗୌରବ ଅର୍ଜନ କରିଛନ୍ତି।
ଅପମାନଜନକ ଟୁଇଟ୍ ପାଇଁ ରବିନସନ୍ ସସ୍ପେଣ୍ଡ
ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍ ପୋଷ୍ଟ କରିଥିଲେ।...
ମୀରାବାଈ ଚାନୁଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍) ଶନିବାର...
ୟୁରୋ କପ୍ରେ ଅଘଟଣ: ଖେଳାଳି ବେହୋସ୍
କୋପେନହେଗେନ,୧୩।୬(ଏପି): ୟୁରୋପିଆନ ଫୁଟ୍ବଲ ଚାମ୍ପିୟନଶିପ୍ରେ ଶନିବାର ଅଘଟଣ ଦେଖିବାକୁ ମିଳିଛି। ଫିନ୍ଲାଣ୍ଡ ବିପକ୍ଷ ମ୍ୟାଚ ଖେଳାଯାଉଥିବାବେଳେ ଡେନମାର୍କ ମିଡ୍ଫିଲ୍ଡର ଖ୍ରିଷ୍ଟିଆନ ଏରିକ୍ସନ ହଠାତ୍ ବେହୋସ ହୋଇ...
ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି
କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ...
ରୋନାଲ୍ଡୋଙ୍କ ରେକର୍ଡ: ପର୍ତ୍ତୁଗାଲର ଦମ୍ଦାର ବିଜୟ
ବୁଦାପେଷ୍ଟ,୧୭।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉନି ବିରାଟ ବାହିନୀ
ନୂଆଦିଲ୍ଲୀ,୨୫।୬: ଅଭ୍ୟାସ ଅଭାବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ। ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉ ନାହିଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ...
ଓଡ଼ିଶାରୁ ବୀରେନ୍ଦ୍ର, ଅମିତ ସାମିଲ
ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି): ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି।...
ଭାରତୀୟ ଟି୨୦ ଟିମ୍ରୁ କାହିଁକି ବାହାର ହୋଇଥିଲେ ଦିନେଶ କାର୍ତ୍ତିକ; କାରଣ ନେଇ ଏଭଳି କହିଲେ…
ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ...


