ନୂଆଦିଲ୍ଲୀ,୧୬।୬: ଭାରତରେ ଏଣକି ଟୁଇଟର୍କୁ ଆଉ ଆଇନଗତ ସୁରକ୍ଷା ମିଳିବନି। ନୂଆ ଆଇଟି ଆଇନର ପାଳନ ନ କରିବାକୁ ଭାରତ ସରକାର ଉପଲବ୍ଧ ଆଇନଗତ ସୁରକ୍ଷା ନ ଦେବାକୁ ଘୋଷଣା କରିଛନ୍ତି। ମେ’ ୨୫ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଆଇନ ଲାଗୁ କରାଯାଇଥିଲା। ତେବେ ଏହାକୁ ଟୁଇଟର୍ ପାଳନ କରିବାକୁ ଅମଙ୍ଗ ହୋଇଥିଲା। ଫଳର ସମୟ ସୀମା ଅତିକ୍ରାନ୍ତ ହେବା ପରେ ଆଇନଗତ ସୁରକ୍ଷା ବନ୍ଦ ହୋଇ ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇନଗତ ସୁରକ୍ଷା ବନ୍ଦ ହେବା ଦ୍ୱାରା ଯେ କୌଣସି ଆପତ୍ତିଜନକ କଣ୍ଟେଟ୍ ପାଇଁ ଏବେ ଟୁଇଟର୍କୁ ଉତ୍ତରଦାୟୀ କରାଯିବ। ଆଇଟି ଆକ୍ଟର ଧାରା ୭୯ ଅନ୍ତର୍ଗତ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମକୁ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ମାତ୍ର ନୂଆ ଆଇଟି ଆଇନକୁ ପାଳନ ନ କରିବା ଦ୍ୱାରା ଏଣିକି ଏହି ସୁରକ୍ଷା ଟୁଇଟର୍କୁ ଆଉ ମିଳିବ ନାହିଁ।
ନୀତି ଆୟୋଗ ଏସ୍ଡିଜି ସୂଚକାଙ୍କ: ଓଡ଼ିଶା ର଼୍ୟାଙ୍କ୍ ଖସିଲା
ନୂଆଦିଲ୍ଲୀ,୪।୬:ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଗୁରୁବାର ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ (ଏସ୍ଡିଜି) ବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ୨୦୨୦-୨୧ ପ୍ରକାଶ ପାଇଛି।...
୭୬ ଦିନ ପରେ ଦେଶରେ ଆଜି ସବୁଠୁ କମ୍ କରୋନା ସଂକ୍ରମଣ ଚିହ୍ନଟ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
ଟିକଟ କନଫର୍ମ, ନିର୍ବାଚନ ପାଇଁ ପ୍ରସ୍ତୁତି କର: ୫୦ ନେତାଙ୍କୁ ଫୋନ୍ କଲେ ପ୍ରିୟଙ୍କା…
ନୂଆଦିଲ୍ଲୀ,୨୧।୬: ଉତ୍ତର ପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା...
ପତ୍ନୀଙ୍କୁ କାମୁଡ଼ିଥିବା କୁକୁରକୁ ଗୁଳି କରି ହତ୍ୟା କଲେ ସ୍ବାମୀ
ଇନ୍ଦୋର,୩।୬: ପତ୍ନୀଙ୍କୁ କାମୁଡ଼ି କ୍ଷତାକ୍ତ କରି ଦେଇଥିଲା ପଡ଼ୋଶୀଙ୍କ ପୋଷା କୁକୁର। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଗୁଳିକରି ଉକ୍ତ କୁକୁରକୁ ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କୁ...
ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍ରେ ଯୁବକଙ୍କୁ ୨ ଡୋଜ୍ ଟିକା ଦେଲେ ନର୍ସିଂ ଷ୍ଟାଫ୍…
ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍...
ୟୁଏଇ-ଭାରତ ମଧ୍ୟରେ ୨୩ରୁ ବିମାନ ସେବା ଆରମ୍ଭ
ନୂଆଦିଲ୍ଲୀ/ଦୁବାଇ,୨୧।୬: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଏବଂ ଭାରତ ମଧ୍ୟରେ ଆସନ୍ତା ୨୩ତାରିଖରୁ ବିମାନ ସେବା ଆରମ୍ଭ ହେବ। ୟୁଏଇ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି।...
ଡୋଭାଲଙ୍କ ଟାର୍ଗେଟରେ ପାକିସ୍ତାନର ୨ ଆତଙ୍କବାଦୀ ସଂଗଠନ
ନୂଆଦିଲ୍ଲୀ,୨୪।୬: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦ(ଜେଇଏମ୍) ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ଯୋଜନା ପ୍ରସ୍ତୁତ କରିବାକୁ ଭାରତର ଜାତୀୟ...
ଡୋମିନିକାରେ ୮ ଜଣିଆ ଟିମ୍
ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ...


