ଭୋପାଳ,୭।୬: ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪୨ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ କୂଅରେ ପକାଇଦେଇଛନ୍ତି। ଏଥିରେ ଜଣେ ୮ ବର୍ଷୀୟା ଝିଅଙ୍କ ମୃତ୍ୟୁ ଘଟିଛି। ପୁଅ ନ ଥିବାରୁ ବ୍ୟକ୍ତି ଜଣଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜଣେ ଗ୍ରାମବାସୀ ମହିଳାଙ୍କ ସ୍ବର ଶୁଣିବା ପରେ ସମ୍ପୃକ୍ତ ମହିଳା ଏବଂ ତାଙ୍କର ଗୋଟିଏ ଝିଅଙ୍କୁ ଉଦ୍ଧାର କରିଥିଲେ। ଛତ୍ରପୁର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଚାନ୍ଦ ପୋଲିସ ଷ୍ଟେଶନ ଅଧୀନରେ ଏହି ଘଟଣା ଘଟିଛି। ଚାନ୍ଦ ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ସବ-ଇନ୍ସପେକ୍ଟର ରାଜେନ୍ଦ୍ର ସିଂ କହିଛନ୍ତି ଯେ, ମୃତ ଝିଅର ମା’ ବିଟିବାଇ ଯାଦବ ପୋଲିସ ଆଗରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ତିନି ମାସ ପୂର୍ବେ ସେ ଦ୍ୱିତୀୟ ଝିଅ ଜନ୍ମହେବାରୁ ସ୍ବାମୀ ରାଜା ଭାୟା ଯାଦବ ତାଙ୍କୁ ମାରପିଟ୍ କରୁଥିଲେ। ଏହି କାରଣରୁ, ସେ ଏକ ମାସ ପୂର୍ବରୁ ଝିଅଙ୍କୁ ସହିତ ତାଙ୍କ ବାପଘରକୁ ପଳାଇଥିଲେ। ନିକଟରେ ରାଜା ଭାୟା ଯାଦବ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ଶ୍ୱଶୁର ଘରୁ ନେଇଆସିଥିଲେ। ଏହାପରେ ସେ ସ୍ତ୍ରୀ ଏବଂ ୨ ଝିଅଙ୍କୁ କୂଅକୁ ଠେଲି ଦେଇଥିଲେ। ଏବେ ଅଭିଯୁକ୍ତ ଫେରାର ଅଛନ୍ତି।
ହସ୍ପିଟାଲରେ ବ୍ୟକ୍ତିଙ୍କୁ ଜାଳି ଦେଲେ
ଭୋପାଳ, ୧୧।୬: ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଦେଶର ସାଗର ଜିଲା ହସ୍ପିଟାଲରେ ଜାଳି ଦିଆଯାଇଛି। ସମ୍ପୂର୍ଣ୍ଣ ଘଟଣା କଏଦ...
ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର
ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...
ଭାଜପା ଟାର୍ଗେଟରେ ମୁକୁଲ
କୋଲକାତା,୧୮ା୬: ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍ସି)ରେ ଯୋଗ ଦେଇଥିବା ବରିଷ୍ଠ ନେତା ମୁକୁଲ ରୟ ଏବେ ଭାଜପା ଟାର୍ଗେଟରେ। ତାଙ୍କ ବିଧାୟକ ପଦ ରଦ୍ଦ ଦାବିରେ...
ଦିଲ୍ଲୀରେ ଖୋଲିବ ମଲ୍, ମାର୍କେଟ
ନୂଆଦିଲ୍ଲୀ, ୧୩।୬: ଦିଲ୍ଳୀରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଅନ୍ଲକ ପ୍ରକ୍ରିୟାକୁ ଆହୁରି କୋହଳ କରିଛନ୍ତି। ସୋମବାରଠାରୁ ମଲ୍ ଓ ମାର୍କେଟଗୁଡ଼ିକ ପ୍ରତିଦିନ ଖୋଲିବାକୁ...
ଭାଇର ଜନ୍ମ ଦିନରେ ଚିତାବାଘ ଆକ୍ରମଣରେ ଗଲା କୁନି ଭଉଣୀର ଜୀବନ
ଶ୍ରୀନଗର,୬।୬ : ଭାଇର ଜନ୍ମଦିନରେ ୫ ବର୍ଷୀୟା ମିର ଆଦା ପିନ୍ଧିଥିଲେ ବାର୍ବି ଡ୍ରେସ। ତା’ ସାଙ୍ଗକୁ ମୁକୁଟ। ଘର ବାହାରେ ଲନ ଛିଡ଼ା ହୋଇଥିବାବେଳେ...
ଦିଲ୍ଲୀରୁ ଆସିଲା ଖୁସି ଖବର, ମୃତ୍ୟୁ ରୋକିବାରେ ଭାକ୍ସିନ୍ର ଦ୍ୱିତୀୟ ଡୋଜ୍ ୯୫ ପ୍ରତିଶତ ପ୍ରଭାବଶାଳୀ…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
କରୋନା ଭୂତାଣୁକୁ ନାଶ କରିବ ଏହି ମାସ୍କ
ପୁଣେ,୧୫।୬: କରୋନା ମହାମାରୀର ଦ୍ୱିତୀୟ ଲହର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଦ୍ୱିତୀୟ ଲହର ସମୟରେ କରୋନା ଭୂତାଣୁର ସବୁଠାରୁ ବିପଜ୍ଜନକ ଭାରିଏଣ୍ଟ ଦେଖାଦେଇଛି।...
ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୪।୬: ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଷଷ୍ଠଥର ପାଇଁ ଏହି ନିଷ୍ପତ୍ତି ନେଇଛି ଆରବିଆଇ। ଏପ୍ରିଲ-ଜୁନ...


