ନୂଆଦିଲ୍ଲୀ,୧୬।୫: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା ନେଇ ଦିଲ୍ଲୀ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଡାକ୍ତରୀ କର୍ମଚାରୀଙ୍କ ଅଭାବକୁ ଧ୍ୟାନରେ ରଖି ସରକାର ୫ହଜାର ସ୍ବାସ୍ଥ୍ୟସହାୟକଙ୍କୁ ତାମିଲ ଦେବା ପାଇଁ ଯୋଜନା କରିଛନ୍ତି। ଏନେଇ ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଏହି ସ୍ବାସ୍ଥ୍ୟସହାୟକଙ୍କୁ ୨ ସପ୍ତାହ ଧରି ଟ୍ରେନିଂ ଦିଆଯିବ। ଆଉ ଏହି ଟ୍ରେନିଂ ଆଇପି ୟୁନିଭର୍ସିଟି ଦେବ। ସମସ୍ତ ୫ହଜାର ଯୁବବର୍ଗଙ୍କୁ ଦିଲ୍ଲୀର ୯ଟି ବଡ଼ ମେଡିକାଲ ଇନ୍ଷ୍ଟିଚ୍ୟୁଟରେ ସାଧାରଣ ତାଲିମ୍ ପ୍ରଦାନ କରାଯିବ। ଏହି ଯୁବବର୍ଗ ଡାକ୍ତର ଓ ନର୍ସଙ୍କ ନିର୍ଦ୍ଦେଶରେ କାମ କରିବେ। ହୋମ୍ କେୟାର କିମ୍ବା ପ୍ରାଥମିକ ଚିକିତ୍ସାରେ ସେମାନଙ୍କ ସହାୟତା ନିଆଯିବ ବୋଲି କେଜରିଓ୍ବାଲ କହିଛନ୍ତି। ଏତଦ୍ ବ୍ୟତୀତ ଟିକାକରଣ, ରକ୍ତଚାପ ଯାଞ୍ଚ, ଡାଏପର ବଦଳାଇବା ଓ ନମୁନା ନେବା ଆଦି କାର୍ଯ୍ୟ ଉପରେ ସେମାନଙ୍କୁ ଟ୍ରେନିଂ ଦିଆଯିବ। ସେମାନେ ଯେତେଦିନ ଯାଏ କାମ କରିବେ ସେତେ ଦିନର ଦରମା ଦିଆଯିବ। ଏଥିପାଇଁ ଜୁନ ୧୭ରୁ ଆବେଦନ ଗ୍ରହଣ କରାଯିବ ଏବଂ ଜୁନ ୨୮ରୁ ଟ୍ରେନିଂ ଆରମ୍ଭ ହେବ। ତେବେ ଉକ୍ତ ସ୍ବାସ୍ଥ୍ୟସହାୟକଙ୍କ ହେବା ପାଇଁ ଦ୍ୱାଦଶ ପାସ୍ ହେବା ସହ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସ ହୋଇଥିବା ଜରୁରୀ ବୋଲି କେଜରିଓ୍ବାଲ ଘୋଷଣା କରିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ଗଛ ଲଗାଇଲେ ପରୀକ୍ଷାରେ ମିଳିବ ଅତିରିକ୍ତ ନମ୍ବର: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଚଣ୍ଡିଗଡ଼,୨୧।୬: ଏଣିକି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଗଛ ଲଗାଇଲେ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। ଏନେଇ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ସରକାର...
‘ସବୁ ମୋଦି ଚୋର’ ଆପତ୍ତିଜନକ ମନ୍ତବ୍ୟ ମାମଲାର ଶୁଣାଣି, କୋର୍ଟରେ ରାହୁଲ ଗାନ୍ଧୀ…
ସୁରଟ,୨୪।୬: ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ମନ୍ତବ୍ୟ ଦେଇଥିଲେ। ଗୁଜରାଟ ସୁରଟ...
୮୯୯ ଜଣଙ୍କୁ ଏକ୍ସପାୟର ଭାକ୍ସିନ୍: ପୁଣି ଦିଆଯିବ ଡୋଜ୍…
ଓ୍ବାଶିଂଟନ,୧୬।୬: ଆମେରିକାରେ ଜାରି ରହିଥିବା ସାବର୍ଜନୀକ ଟିକାକରଣ ଅଭିଯାନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଟାଇମ୍ସ୍ ସ୍କୋୟାରଠାରେ ଥିବା ଟିକାଦାନ କେନ୍ଦ୍ରରେ ୮୯୯ ଜଣଙ୍କ...
ବଡ଼ ଅଘଟଣ: ପ୍ରବଳ ବର୍ଷାରେ ୪ ଭାସିଗଲେ
ଭୋପାଳ,୧୨ା୬: ମଧ୍ୟପ୍ରଦେଶରେ ପ୍ରଥମ ମୌସୁମୀ ପହଞ୍ଚିସାରିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ସିଙ୍ଗ୍ରାଉଲି ଜିଲାର ଏକ ଗାଁରେ ପ୍ରବଳ ବର୍ଷା ମଧ୍ୟରେ ଡ୍ରେନ ପାର୍...
ଗଞ୍ଜେଇରେ ପ୍ରସ୍ତୁତ ହେଉଥିଲା କେକ୍
ମୁମ୍ବାଇ,୧୩।୬: ମୁମ୍ବାଇର ଏକ କେକ୍ ବେକିଂ ବେକେରୀରେ ପ୍ରସ୍ତୁତ ହେଉଥିଲା ଗଞ୍ଜେଇ ମିଶ୍ରିତ କେକ୍। ଖବର ପାଇ ଶନିବାର ରାତିରେ ଚଢ଼ାଉ କରିଥିଲା ନାର୍କୋଟିକ କଣ୍ଟ୍ରୋଲ...
କୋଭିଡ୍ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ
ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...
୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...
କରୋନା ଗ୍ରାଫ୍ ତଳ ମୁହାଁ…
ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...


