E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକରୋନା ଭାଇରସ୍‌, ମେଟ୍ରୋ, ରାଜ୍ୟ

ଭିଡ଼ କଲେ, ବୋହିନେଲେ
11:13 amJune 17, 2021

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ବାର ଅବାର ଯୋଗୁ ରଜରେ ଟିକେ ପାଟିରେ ଆମିଷ ବାଜି ନ ଥିଲା। ଶେଷ ରଜକୁ ଆମିଷ ବାର ପଡ଼ିଲା। ସୁଯୋଗ ହାତ ଛଡ଼ା ନ କରି ରାଜଧାନୀବାସୀ ରାତି ପାହିଛି କି ନାହିଁ ସିଧା ଆମିଷ ବଜାର ମୁହାଁ ହୋଇଥିଲେ। କିଛି ନ ମାନି ମାଛ, ମାଂସ ଦୋକାନରେ ପ୍ରବଳ ଭିଡ଼ କରି ବୋହି ନେଇଥିଲେ। ପୂର୍ବାହ୍ନ ୧୧ଟା ମଧ୍ୟରେ ସହରରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଆମିଷ ବେପାର ହୋଇଥିଲା। ହେଲେ ସବୁଠି କୋଭିଡ୍‌ କଟକଣା ଉଲ୍ଲଂଘନ କରାଯାଇଥିଲା। ପୋଲିସ ଉପସ୍ଥିତିରେ ବି କାହା ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିଲା। ଠେଲାପେଲା ହୋଇ ମାଛ, ମାଂସ କିଣୁଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ପୋଲିସ ବଳ ପ୍ରୟୋଗ କରିଥିବାବେଳେ ବିଏମ୍‌ସି ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟବସାୟୀ ଓ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲେ ମଧ୍ୟ ଭିଡ଼ ଭାଙ୍ଗି ନ ଥିଲା।
ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ମହାମାରୀ ଯୋଗୁ ଲୋକେ ନାନା ସମସ୍ୟାରେ ଦିନ କାଟୁଛନ୍ତି। ହେଲେ ଅମାନିଆମାନେ ହାଟ ବଜାରରେ ଭିଡ କରୁଛନ୍ତି। ବିଏମ୍‌ସିର ଜୋନ୍‌ କମିଶନର ଓ ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଛି ବୋଲି ସେ କହିଛନ୍ତି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, ନିୟମ ଉଲ୍ଲଂଘନ ହେଉଥିବା ଦେଖିଲେ ଆମର ବିଭିନ୍ନ ଥାନାର ଅଧିକାରୀ ଓ ସ୍ବତନ୍ତ୍ର ଟିମ୍‌ ପଦକ୍ଷେପ ନେଉଛନ୍ତି। ଶେଷ ରଜ ଓ ଆମିଷ ବାର ଏକା ସାଙ୍ଗରେ ପଡିଥିବାରୁ ଟିକେ ଭିଡ଼ ଅଧିକ ରହିଥିବା ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି।

ମଟନ ୮୦୦କୁ ମାଛ ୭୦୦

ଭୁବନେଶ୍ବରର ପ୍ରମୁଖ ଆମିଷ ବଜାର ଭୌମନଗର ହାଟ ( ୟୁନିଟ-୪ ମାଛ ମାର୍କେଟ), ୟୁନିଟ-୮, ଶିରିପୁର ଛକ, ରୁଚିକା ମାର୍କେଟ, ଜୟଦେବ ବିହାର, ସୁନ୍ଦରପଦା, ରବି ଟକିଜ, ଟଙ୍କପାଣି ରୋଡ୍‌, ପଟିଆ, ବିଡିଏ କଲୋନୀ, ଚନ୍ଦ୍ରଶେଖରପୁର, କିଟ୍‌ ଛକ, ଭିଏସଏସ ନଗର, ପଳାଶପଲ୍ଲୀ, ରସୁଲଗଡ, ବମିଖାଲ, ବରମୁଣ୍ଡା, ଝାରପଡା, ପଳାଶୁଣୀ ଓ ପାତ୍ରପଡା ଆଦି ୧୦୦ରୁ ଊଦ୍ଧର୍‌ବ ସ୍ଥାନରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ପୋଲିସର ଉଦାସୀନତା ଯୋଗୁ ରଜ ଭିଡର ଫାଇଦା ଉଠାଇ ଥିଲେ ଆମିଷ ବ୍ୟବସାୟୀ। କେଉଁଠି ମଟନ କେଜି ପିଛା ୭୫୦ ଟଙ୍କା ଥିଲା ତ କେଉଁଠି ୮୦୦ ଓ ଶେଷବେଳକୁ ୭୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ସେହିଭଳି ଚିକେନ ୨୦୦ରୁ ୩୫୦, ବିଭିନ୍ନ ପ୍ରକାର ମାଛ ୧୫୦ ରୁ ୭୦୦, ଚିଙ୍ଗୁଡ଼ି ୩୦୦ ରୁ ୫୦୦, ଅଣ୍ଡା ୧୨ ଟାକୁ ୮୦ରେ ବିକ୍ରି ହେଉଥିଲା। ଏବର୍ଷ ମଧ୍ୟ ରଜରେ ଆମିଷ ବେପାର ଭଲ ହୋଇଥିଲା। ଭୁବନେଶ୍ୱର ପ୍ରାୟ ୧.୨ କୋଟି ଟଙ୍କାର କାରବାର ହୋଇଥିବାବେଳେ ମଟନ ପ୍ରାୟ ୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଭୁବନେଶ୍ୱର ମଟନ ବ୍ୟବସାୟ ସଂଘ ସମ୍ପାଦକ ଏସ୍‌. କେ. ସର୍ଜନ କହିଛନ୍ତି। ଅନ୍ୟପକ୍ଷରେ ଚାରିଆଡୁ ଅଭିଯୋଗ ଆସିବା ପରେ ପୋଲିସ ଓ ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଥିଲା। ବିଭିନ ସ୍ଥାନରେ ୪୦ ହଜାରରୁ ଉଦ୍ଧର୍‌ବ ଟଙ୍କାର ଚାଲାଣ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କଠାରୁ କଟାଯାଇଥିବାବେଳେ ବିଏମସି ୨୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ କରିଥିଲା।

୨ ଗୁଣା ଦରରେ ମଦ ବିକ୍ରି, ବାର୍‌ ସିଲ୍‌

ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ପାଇଁ ଅନୁମତି ରହିଛି। କିନ୍ତୁ କେତେକ ମଦ ଦୋକାନୀ ଓ ବାର୍‌ ମାଲିକ ଅଫ୍‌ଲାଇନ୍‌ରେ ମଦ ବିକ୍ରି କରି ଦୁଇତିନିଗୁଣ ଦାମ୍‌ ନେଉଛନ୍ତି। ଏମିତି ନିୟମ ଉଲ୍ଲଂଘନ କରି ଖୁଲମ୍‌ଖୁଲା ମଦ ବିକ୍ରି କରୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ବାର୍‌ରେ ଚଢ଼ାଉ କରି ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା କ୍ଲବ୍‌ ଭେନମ୍‌ ବାର୍‌ରେ ଖୋଲାରେ ମଦ ବିକ୍ରି ହେଉଥିବା ବିଏମ୍‌ସି ନର୍ଥ ଜୋନ୍‌ ସ୍କ୍ବାଡ୍‌କୁ ଖବର ମିଳିଥିଲା। ପ୍ରଥମେ ଜଣେ କର୍ମଚାରୀ ଗ୍ରାହକ ହୋଇ ଉକ୍ତ ବାର୍‌ରୁ ଏକ ମଦ କିଣିଥିଲେ। ଦାମ ୩ ଶହ ୫୦ ଟଙ୍କା ରହିଥିବାବେଳେ ବାର୍‌ ପକ୍ଷରୁ ୭ଶହ ଟଙ୍କା ନେଇଥିଲେ। ଏହାପରେ ବିଏମ୍‌ସି ସ୍କ୍ବାଡ୍‌ ଚଢ଼ାଉ କରିଥିଲେ। କାହିଁକି ଅଫ୍‌ଲାଇନ୍‌ରେ ମଦ ବିକ୍ରି କରୁଛ ବୋଲି ପଚାରିବାରୁ ବାର କର୍ମଚାରୀ ବିଏମ୍‌ସି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ବିଏମ୍‌ସି ଉକ୍ତ ବାରକୁ ସିଲ୍‌ କରିଥିବା ଜଣାପଡିଛି।

ପୋଲିସ ପକ୍ଷରୁ ୮୦,୨୦୦ ଜରିମାନା ଆଦାୟ

ସଂକ୍ରମଣ ଏଡ଼ାଇବାକୁ କୋଭିଡ୍‌ କଟକଣା ଲାଗୁ କରାଯାଇଛି। ଏହାକୁ ଉଲ୍ଲଂଘନ କରୁଥିବା ଅମାନିଆଙ୍କ ଉପରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି। ବୁଧବାର ପୋଲିସର ହାଟ, ବଜାର ସମେତ ବିଭିନ୍ନ ଛକ ଓ ଚେକ୍‌ ପଏଣ୍ଟରେ ଯାଞ୍ଚବେଳେ ୭୬୮ଜଣ ଉଲ୍ଲଂଘନକାରୀ ଧରାପଡି ଜରିମାନା ଗଣିଛନ୍ତି। ସେମାନଙ୍କଠାରୁ ୮୦ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inକରୋନା ଭାଇରସ୍‌, ମେଟ୍ରୋ, ରାଜ୍ୟ View All

କୋଭିଡ୍‌ ମୂଳକୁ ଖୋଜ

ଓ୍ବାଶିଂଟନ, ୧ା୬: କୋଭିଡ୍‌-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ...

ଉହାନ୍‌ ଲ୍ୟାବ୍‌କୁ ଆର୍ଥିକ ସହାୟତା: ସନ୍ଦେହ ଘେରରେ ଆମେରିକା ମହାମାରୀ ବିଶେଷଜ୍ଞ…

ଓ୍ବାଶିଂଟନ,୩।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍‌ ଲ୍ୟାବ୍‌କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ...

ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ସମସ୍ତ ରାଜ୍ୟ ବୋର୍ଡରେ ସମାନ ମୂଲ୍ୟାଙ୍କନ ପଦ୍ଧତି ନୁହେଁ ସମ୍ଭବ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି। ଏନେଇ ସିବିଏସ୍‌ଇ ବୋର୍ଡ ପକ୍ଷରୁ ଆଗତ...

ଆଜି ସାବିତ୍ରୀ ବ୍ରତ: ରାଜଧାନୀର ଦେବାଳୟ ଖାଁ ଖାଁ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଆଜି ସାବିତ୍ରୀ ଅମାବାସ୍ୟା। ଚଳିତବର୍ଷ କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜଧାନୀର ଦେବାଳୟ ଖାଁ ଖାଁ ଦେଖିବାକୁ ମିଳିଛି। କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ...

କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼

ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...

ଗେମ୍‌ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର

ବାହାନଗା,୧୯ା୬: ମୋବାଇଲରେ ଗେମ୍‌ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...

ନୂଆ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର: ଭିଟାମିନ୍‌ ଟ୍ୟାବଲେଟ୍‌-ଷ୍ଟିମ୍‌ ନେବାକୁ ମନା …

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଓ୍ବିଲିୟମସନଙ୍କୁ ହଟାଇଲେ ସ୍ମିଥ
Next Post Next post:
ବାଥ୍‌ରୁମ ସେଲ୍‌ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts