ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍ବଲ ଚାମ୍ପିୟନଶିପ୍ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ ୧-୦ ଗୋଲରେ ଫିନ୍ଲାଣ୍ଡକୁ ପରାସ୍ତ କରିଛି। ମ୍ୟାଚର ୪୫+୨ମିନିଟରେ ରୁଷିଆ ପକ୍ଷରୁ ମିରାନଚୁକ୍ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ଗ୍ରୁପ୍ ‘ବି’ରେ ୨ ମ୍ୟାଚରୁ ରୁଷିଆର ଏହା ପ୍ରଥମ ବିଜୟ। ପୂର୍ବ ମ୍ୟାଚରେ ଦଳ ୦-୩ ଗୋଲରେ ବେଲଜିୟମଠାରୁ ପରାଜିତ ହୋଇଥିଲା। ରୁଷିଆ ଏହାର ଶେଷ ଲିଗ୍ ମ୍ୟାଚରେ ଡେନ୍ମାର୍କକୁ ୨୧ ତାରିଖରେ ଭେଟିବ। ସେହିଦିନ ଫିନ୍ଲାଣ୍ଡ ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ। ପୂର୍ବ ମ୍ୟାଚରେ ଡେନ୍ମାର୍କକୁ ୧-୦ ଗୋଲରେ ହରାଇଥିବାରୁ ଫିନ୍ଲାଣ୍ଡ ମଧ୍ୟ ରୁଷିଆ ସମକକ୍ଷ ୩ ପଏଣ୍ଟ ପାଇଛି।
ତଥାପି ରେକର୍ଡ ଭାଙ୍ଗି ପାରିଲେ ନାହିଁ ପୂଜାରା
ସାଉଥାମ୍ପଟନ,୧୯।୬: ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଅତ୍ୟନ୍ତ ଧୀମା ବ୍ୟାଟିଂ କରିଥିଲେ। ଖାତା ଖୋଲିବା ପାଇଁ ତାଙ୍କୁ ୩୫ଟି...
୬ ବର୍ଷ ଝିଅର ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର୍ ହେଲେ ଆଶ୍ଚର୍ଯ୍ୟ
ଭାରତରେ କ୍ରିକେଟ୍ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହାକୁ ସବୁ ବର୍ଗର ଲୋକ ଦେଖିଥାନ୍ତି। ନିକଟରେ ଜଣେ ୬ ବର୍ଷୀୟ ଝିଅଙ୍କ ଏକ ଭିଡିଓ ଭାଇରାଲ...
ୟୁରୋକପ୍ ଫୁଟ୍ବଲ: ଚେକ୍ ଗଣରାଜ୍ୟକୁ ହରାଇଲା ଇଂଲଣ୍ଡ
ଲଣ୍ଡନ,୨୪।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ମଙ୍ଗଳବାର ଗ୍ରୁପ୍ ଡି’ରେ ଇଂଲଣ୍ଡ ୧-୦ ଗୋଲରେ ଚେକ୍ ଗଣରାଜ୍ୟକୁ ପରାସ୍ତ...
ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିଲ୍ଖାଙ୍କ ଶେଷକୃତ୍ୟ ସମ୍ପନ୍ନ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍ଖା ସିଂଙ୍କର ଏଠାରେ ଶନିବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶରେ ୯୧ବର୍ଷୀୟ ମିଲ୍ଖାଙ୍କୁ...
ସ୍ପେନ୍- ସ୍ବିଡେନ ମ୍ୟାଚ୍ ଗୋଲ ଶୂନ୍ୟ
ସେଭିଲେ,୧୬।୬: ୟୁରୋକପ୍ରେ ଗ୍ରୁପ୍ ଇ’ରେ ସୋମବାର ସ୍ପେନ୍ ଓ ସ୍ବିଡେନ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ଗୋଲ ଶୂନ୍ୟ ଭାବେ ଶେଷ ହେବା...
ଫ୍ରେଞ୍ଚ୍ ଓପନ ଟେନିସ: ସିତ୍ସିପାସଙ୍କ ବିଜୟ ଅଭିଯାନ
ପ୍ୟାରିସ, ୧।୬-ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିବସରେ ଷ୍ଟିଫାନୋସ ସିତ୍ସିପାସ, ଡାନିଲ ମେଡ୍ଭେଡେଭ୍, ଜାନିକ ସିନେର ପ୍ରମୁଖ...
୩୫୦ ବଲ୍ ଖେଳି ସବୁଠୁ ଧିମା ଅର୍ଦ୍ଧଶତକ ମାରିଥିଲେ ଏହି କ୍ରିକେଟର, ଆଜିଯାଏ ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୩।୬: କ୍ରିକେଟର ତିନି ଫର୍ମାଟ ଭିତରୁ ଟେଷ୍ଟ ହେଉଛି ସବୁଠାରୁ ଲମ୍ବା ଏବଂ ପୁରୁଣା। ଏହି ଫର୍ମାଟରେ ସଂଯମତା ରଖି କ୍ରିକେଟରକୁ ବ୍ୟାଟିଂ କରିବାକୁ ପଡ଼ିଥାଏ।...


