ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା। ସିବିଏସ୍ଇ ପକ୍ଷରୁ ଭାଲ୍ୟଏଶନ୍ ଫର୍ମୂଲା ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଛି। ଫର୍ମୂଲା ଅନୁସାରେ ଦଶମ, ଏକାଦଶ ଏବଂ ଦ୍ୱାଦଶର ସ୍କୁଲ୍ ପରୀକ୍ଷା ମାର୍କ ଆଧାରରେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ। ଶିକ୍ଷାର୍ଥୀ ଦଶମରେ ରଖିଥିବା ମାର୍କର ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ୍ ପରୀକ୍ଷାରେ ରଖିଥିବା ୪୦ ପ୍ରତିଶତ ମାର୍କ ଆଧାରରେ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ ଦାଖଲ କରାଯାଇଥିବା ଫର୍ମୂଲାରେ ଉଲ୍ଲେଖ କରାଯାଇଛି। ଦ୍ୱାଦଶର ପ୍ରି ବୋର୍ଡ ପରୀକ୍ଷା ଏବଂ ପ୍ରାକ୍ଟିକାଲ ପରୀକ୍ଷା ମାର୍କକୁ ଗ୍ରହଣ କରାଯିବ। ଦଶମ ବୋର୍ଡ ପରୀକ୍ଷାର ୫ଟି ବିଷୟ ମଧ୍ୟରୁ ଶ୍ରେଷ୍ଠତମ ମାର୍କ ରହିଥିବା ୩ଟି ବିଷୟକୁ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ ଭାଲ୍ୟୁଏଶନ୍ ଫର୍ମୂଲାରେ ଦର୍ଶାଯାଇଛି। ଜୁଲାଇ ୩୧ରେ ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ।
Posted inକରୋନା ଭାଇରସ୍, ଜାତୀୟ View All
ମଡେଲ ଟେନାନ୍ସି ଆଇନକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଘରଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ...
ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଧା ଦେଉଛନ୍ତି କେଜରିଓ୍ବାଲ: କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୬।୬: ଘରେ ରାଶନ ପହଞ୍ଚାଇବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ କରାଯାଇଥିବା ଯୋଜନା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁହଁ...
‘ସବୁ ମୋଦି ଚୋର’ ଆପତ୍ତିଜନକ ମନ୍ତବ୍ୟ ମାମଲାର ଶୁଣାଣି, କୋର୍ଟରେ ରାହୁଲ ଗାନ୍ଧୀ…
ସୁରଟ,୨୪।୬: ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ମନ୍ତବ୍ୟ ଦେଇଥିଲେ। ଗୁଜରାଟ ସୁରଟ...
କରୋନାରେ ୯,୩୪୬ ପିଲା ହୋଇଛନ୍ତି ବେସାହାରା
ନୂଆଦିଲ୍ଲୀ,୩।୬: କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶକୁ ପ୍ରଭାବିତ କରିଛି। ମହାମାରୀ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏକ ଆକଳନରୁ ଜଣାପଡିଛି ଯେ, ସମଗ୍ର...
କ୍ଷମା ମାଗିଲେ ହରଭଜନ
ନୂଆଦିଲ୍ଲୀ, ୭ା୬: ହରଭଜନ ସିଂ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭେଟେରାନ ଭାରତୀୟ ଅଫ୍ ସ୍ପିନର ଖଲିସ୍ଥାନୀ ସନ୍ତ୍ରାସବାଦୀ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ପ୍ରତି...
ଭାଜପାକୁ ଝଟ୍କା: ଟିଏମ୍ସିକୁ ଫେରିପାରନ୍ତି ମୁକୁଲ ରାୟ
କୋଲକତା,୧୧।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଭାଜପାକୁ ଆଉ ଏକ ଝଟକା ଲାଗିଛି। ଭାଜପା ବଡ ନେତା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁଙ୍କ...
ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୪।୬: ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଷଷ୍ଠଥର ପାଇଁ ଏହି ନିଷ୍ପତ୍ତି ନେଇଛି ଆରବିଆଇ। ଏପ୍ରିଲ-ଜୁନ...
ଟିକା ନୀତି ସ୍ବେଚ୍ଛାଚାରୀ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩ା୬(ପି.ଟି.): କରୋନା କାଳରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଟିକା କିଣିବା...


