ପାଟଣା,୧୭ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧୀନ ତେନ୍ତେଳା ଗ୍ରାମରେ ବୁଧବାର ପ୍ରାଣୀ ଓ ମଣିଷ ଭିତରେ ଥିବା ଅନାବିଳ ସମ୍ପର୍କ ଦେଖିବାକୁ ମିଳିଛି। ପୁଅ ଭଳି ପାଳି ଆସିଥିବା ଖାସି ଛେଳି ‘ମାତାଲ’ର ମୃତ୍ୟୁରେ ମ୍ରିୟମାଣ ହେବା ସହ ତା’ର ଅନ୍ତ୍ୟେଷ୍ଟିକ୍ରିୟା କରିଛନ୍ତି ନିଃସନ୍ତାନ ଦମ୍ପତି।
ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଧନେଶ୍ୱର ନାଏକ ଓ ସ୍ତ୍ରୀ ମିନତୀଙ୍କ ବିବାହର ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ନିସନ୍ତାନ ଅଛନ୍ତି। ଏ ନେଇ ଅନେକ ଚିନ୍ତାରେ ସେମାନେ କାଳାତିପାତ କରୁଥିବା ବେଳେ ଛେଳି ପାଳନ କରି ଚଳୁଥିଲେ। ସେମାନେ ୩୦ରୁ ଅଧିକ ଛେଳି ରଖିଛନ୍ତି। ସେଥି ମଧ୍ୟରୁ ‘ମାତାଲ’ ଥିଲା ଅନ୍ୟତମ। ସନ୍ତାନ ସନ୍ତତି ନ ଥିବାରୁ ‘ମାତାଲ’କୁ ନିଜର ପୁଅ ଭଳି ଆଦର କରୁଥିଲେ। ୮ ବର୍ଷର ହୋଇଥିବା ‘ମାତାଲ’ ମଣିଷ ଭଳି ସେମାନଙ୍କ ପାଖରେ ଶୁଏ, ଭାତ, ଡାଲି ଓ ତରକାରୀ ଖାଏ। ବୁଧବାର କୋଣସି କାରଣରୁ ‘ମାତାଲ’ର ମୃତ୍ୟୁ ପରେ ଉକ୍ତ ଦମ୍ପତି ସାହି ପଡ଼ିଶାଙ୍କୁ ଡାକି ମଣିଷଙ୍କ ଭଳି ନିଜ ବାଡ଼ିରେ ତା’ର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ବାଉଁଶ କୋକେଇ କରି ସାହି ପଡ଼ିଶା ବନ୍ଧୁବାନ୍ଧବଙ୍କ ଗହଣରେ ଜୁଇରେ ନିଆଁ ଦେଇଥିଲେ। ଏବେ କରୋନା ଭୟରେ ମଣିଷଙ୍କ ଶେଷକୃତ୍ୟ ପାଇଁ ଆତ୍ମୀୟସ୍ବଜନ ଶବ ପାଖ ମାଡ଼ୁ ନ ଥିବା ବେଳେ ଏହି ଦମ୍ପତି ଏକ ଛେଳିକୁ ପୁଅ ଭଳି ସ୍ନେହ ଦେବା ଆଉ ତା’ର ମୃତ୍ୟୁ ପରେ ମଣିଷଙ୍କ ପରି ଶବ ସତ୍କାର କରିବା ଚର୍ଚ୍ଚାର ବିଷୟ ପାଲଟିଛି।
Posted inଆମ ଜିଲା ଖବର, କେନ୍ଦୁଝର, ରାଜ୍ୟ View All
କିସ୍ତି ଶୁଝିବା ଚିନ୍ତାରେ ଋଣଗ୍ରହୀତା
ପୁରୀ ଅଫିସ,୧ା୬: କିସ୍ତି ଟଙ୍କା ଦେବା ପାଇଁ ଋଣ ଗ୍ରହୀତାମାନେ ଚାପରେ ପଡ଼ି ନୟାନ୍ତ ହେଲେଣି। ଋଣ ଆଦାୟ ପାଇଁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଓ...
ସିଏମ୍ସି ଟିକାକରଣ ପ୍ରହସନ
କଟକ ଅଫିସ,୧୬ା୬: ସହରରେ ଟିକାକରଣ ବ୍ୟାପକ ଭାବରେ କରାଯାଇଛି ବୋଲି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଡିଣ୍ଡିମ ପିଟାଯାଉଛି। ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ର,...
ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ
କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...
ରାତିରେ ଘରେ ଶୋଇଥିଲେ, ଏପଟେ ଲାଗିଗଲା ନିଆଁ
ଆରଡ଼ି,୧୩।୬(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ବୋଡକ ଗାଁରେ ୩ ଭାଇଙ୍କର ୪ ବଖରା ଘର ଶନିବାର ବିଳମ୍ବିତ ରାତିରେ ସଂପୂର୍ଣ୍ଣ...
ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର
କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...
ମନ କିଣୁଛି କିଚେନ ଗାର୍ଡେନ
କାମାକ୍ଷାନଗର, ୫।୬ ଗୁଣ୍ଠେରୁ ସାମାନ୍ୟ ଅଧିକ ଜମି। ସବୁଜ କିଆରିରେ ଭରପୂର। କେଉଁଠି ଭେଣ୍ଡି ତ ଆଉ କେଉଁଠି ଜହ୍ନି। ଗୁଆଁର, ବାଇଗଣ, ଝୁଡ଼ଙ୍ଗ, ଅମୃତଭଣ୍ଡା...
କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ବିଜେଡି ଏମ୍ପି-ବିଧାୟକ ମୁହାଁମୁହିଁ
ପାଲଲହଡ଼ା,୫ା୬(ଡି.ଏନ୍.ଏ.): ଶନିବାର ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦରମହାକୁମାଠାରେ କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ଢେଙ୍କାନାଳ ଏମ୍ପି ମହେଶ ସାହୁ ଏବଂ ପାଲଲହଡ଼ା ବିଧାୟକ...
ଏଥର ବି ରଜ ଫିକା
କେନ୍ଦୁଝର, ୧୪।୬ (ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତବର୍ଷ କେନ୍ଦୁଝର ଜିଲାର ପ୍ରମୁଖ ଗଣପର୍ବ ରଜ ମହୋତ୍ସବ ଫିକା ପଡ଼ିଯାଇଛି । ଏହି ଉତ୍ସବ ପାଳନ...


