ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲାରେ ଲକ୍ଡାଉନ୍ କଟକଣା କୋହଳ କରିଛନ୍ତି। ତେଣୁ ଏହିସବୁ ଜିଲାରେ ଥିବା ଆର୍ଟିଓ ପକ୍ଷରୁ ଡ୍ରାଇଭିଂ ଓ ଲର୍ନିଂ ଲାଇସେନ୍ସ ଟେଷ୍ଟ୍ ଆରମ୍ଭ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଅନୁମତି ଦେଇଛି। ଆସନ୍ତା ୨୧ ତାରିଖ ସକାଳ ୧୧ଟା ପରଠାରୁ ଏଥିପାଇଁ ସ୍ଲଟ୍ ବୁକିଂ ଓ ୨୨ରୁ ଟେଷ୍ଟ ଆରମ୍ଭ କରାଯିବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏ ସ୍ଲଟ୍ ବୁକିଂ ହେବ। ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ଆବେଦନକାରୀ ହିଁ କେବଳ ଟେଷ୍ଟ୍ ପାଇଁ ସ୍ଲଟ୍ ବୁକିଂ କରିପାରିବେ। ଏଥିସହିତ ଡିଏଲ୍ ନବୀକରଣ ପାଇଁ ମଧ୍ୟ ଅନୁମତି ଦିଆଯାଇଛି।
ମାଷ୍ଟରକ୍ୟାଣ୍ଟିନ ଛକରୁ ‘ଐତିହ୍ୟ ଘୋଡ଼ା’ ହଟାଇବା ପ୍ରସଙ୍ଗ: ସୌନ୍ଦର୍ଯ୍ୟକରଣ ନାଁରେ ଐତିହ୍ୟକୁ ଅବହେଳା କରା ନ ଯାଉ
ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦଣ୍ଡାୟମାନ ରହିଛି ‘ଐତିହ୍ୟ ଘୋଡ଼ା ଓ ଯୋଦ୍ଧା’ ସ୍ଥାପତ୍ୟ। ଏହା ଓଡ଼ିଶା ଶାସନର ସ୍ମାରକୀ ବହନ କରୁଛି। ବିଶିଷ୍ଟ ପ୍ରସ୍ତର...
ମ୍ୟାଲେରିଆ ଶୂନ୍ୟ ହେବ ଓଡ଼ିଶା
ଭୁବନେଶ୍ୱର,୨୬।୬(ବ୍ୟୁରୋ): ଓଡ଼ିଶା ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଭାବେ ଅଗ୍ରସର ହେବା ଆରମ୍ଭ କରିଛି । ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ୯୦...
ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...
ମାର୍କରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଦେଇପାରିବେ ପରୀକ୍ଷା: ଜୁଲାଇ ୫ରୁ ଫର୍ମ ଫିଲଅପ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ): ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ କରୋନା କଟକଣା ଯୋଗୁ ବିକଳ୍ପ ଉପାୟରେ ପିଲାଙ୍କ ମୂଲ୍ୟାୟନ କରି ଶୁକ୍ରବାର ଅପରାହ୍ନରେ...
୨୪ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୨।୬(ବ୍ୟୁରୋ): ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳକୁ ଲାଗି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏହାର...
ଉଠା ଦୋକାନୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୮।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାରୁ ଗତ ମେ’ ୫ ତାରିଖରୁ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏହାର ଅବଧି ୧୪ ଦିନ...
ଦୁଗ୍ଧ ଚାଷୀଙ୍କୁ ମିଳିବ ୬୦୦୦ ଟଙ୍କା
ଭୁବନେଶ୍ୱର,୨୪।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ ଗୁରୁବାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ବାବଦକୁ ସର୍ବାଧିକ...
ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ...


