ଭୁବନେଶ୍ୱର,୨୨।୬(ବ୍ୟୁରୋ): ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳକୁ ଲାଗି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍ସିଂହପୁର, କଟକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୩ ତାରିଖରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
୭ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୭ ଜିଲାରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସ୍ଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।...
ସଂକ୍ରମଣ ସାମାନ୍ୟ କମିଲା: ରାଜଧାନୀରୁ ୬୬୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୮।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୬୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୬ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୫୦୫ ଲୋକାଲ କେସ୍ ରହିଛି।...
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...
କୃଷକଙ୍କ ପାଇଁ ନୂଆ ପ୍ରକଳ୍ପ ‘ରିୱାର୍ଡ’
ଭୁବନେଶ୍ୱର,୭।୬(ବ୍ୟୁରୋ): ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ବିତ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପରିକଳ୍ପନା ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପର ନାଁ...
ଜୁଲାଇ ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର ୧ ନମ୍ବର ହାଟ ବନ୍ଦ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭୁବନେଶ୍ୱର ୧ ନମ୍ବର ହାଟକୁ ବନ୍ଦ କରାଯାଇଛି। ଶୁକ୍ରବାରଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟ ବନ୍ଦ କରାଯାଇଛି। ଉଭୟ ହୋଲ୍ସେଲ୍ ଓ ରିଟେଲ ବ୍ୟବସାୟୀଙ୍କ...
ବାଡେଇ ବାଡେଇ ଥାନାରେ ଛାଡିଲେ
ଭଦ୍ରକ ଅଫିସ, ୨୦।୬: ଏଟିଏମ୍ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା।...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
କଟକରୁ ଲମ୍ବିଛି ନକଲି ଔଷଧର ଚେର
ଝାରସୁଗୁଡା ଅଫିସ୍,୧୩।୬: ହିମାଞ୍ଚଳ ପ୍ରଦେଶର ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀର ନକଲି ଔଷଧର ଚରେ କଟକରୁ ଲମ୍ବିଛି ଝାରସୁଗୁଡ଼ା। ଏହା ଜଣାପଡିବା ପରେ ଝାରସୁଗୁଡା...


