ଅହମଦାବାଦ,୧୮।୭: କରୋନା ଭାଇରସ୍ର ଦ୍ୱିତୀୟ ଲହରର ସ୍ଥିତି ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଦେଶରେ କରୋନା ସଙ୍କଟ ଏବେ ବି ଜାରି ରହିଛି। କରୋନାକୁ ନେଇ ପ୍ରତିଦିନ କିଛି ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି। ଇତିମଧ୍ୟରେ ଗୁଜରାଟରୁ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାବରମତି ନଦୀରୁ କରୋନା ଭାଇରସ୍ ମିଳିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁଜରାଟ ଅହମଦାବାଦର ମଝିରୁ ବାହାରିଥିବା ସାବରମତି ନଦୀର ପାଣି ନମୁନା ଆଇଆଇଟି ଗାନ୍ଧୀନଗର ସଂଗ୍ରହ କରିଥିଲା। ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ପାଣିର ନମୁନାରେ କରୋନା ଭାଇରସ୍ ରହିଛି। ଏନେଇ ସୂଚନା ଦେଇଛନ୍ତି ଆଇଆଇଟି ଗାନ୍ଧୀନଗରର ପ୍ରଫେସର ମନୀଷ କୁମାର। ୨୦୨୦ ସେପ୍ଟେମ୍ବର ୩ରୁ ଡିସେମ୍ବର ୨୯ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଏହି ନମୁନା ସଂଗ୍ରହ କରାଯାଇଥିଲା। ଏହାକୁ ଅଧ୍ୟୟନ କରାଯିବା ପରେ ପାଣିରେ କରୋନା ସଂକ୍ରମଣ ରହିଥିବା ଜଣାପଡ଼ିଥିଲା। କେବଳ ସେତିକି ନୁହେଁ ସାବରବତି ନଦୀ ବ୍ୟତୀତ ଅହମଦାବାଦର ଦୁଇଟି ବଡ଼ ପୋଖରୀ କାଙ୍କରିଆ ଓ ଚାନ୍ଦେଲାରେ ମଧ୍ୟ କରୋନା ଭାଇରସ୍ ଲକ୍ଷଣ ଦେଖିବାକୁ ମିଳିଛି। ସାବରମତି ପୂର୍ବରୁ ଗଙ୍ଗା ନଦୀ ସହ ସଂଯୁକ୍ତ ଥିବା ବିଭିନ୍ନ ସ୍ବରେଜରେ ବି କରୋନା ଭାଇରସ୍ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ପ୍ରାକୃତିକ ଜଳରେ ଏଭଳି କରୋନା ଲକ୍ଷଣ ଦେଖାଯିବା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରାକୃତିକ ଜଳରେ ମଧ୍ୟ ଭାଇରସ୍ ଜୀବିତ ହୋଇ ରହିଥାଏ। ତେଣୁ ବିଶେଷଜ୍ଞଙ୍କ ଅନୁସାରେ ଦେଶର ସମସ୍ତ ପ୍ରାକୃତିକ ଜଳର ଯାଞ୍ଚ କରାଯିବା ଉଚିତ୍। କାରଣ କରୋନାର ଦ୍ୱିତୀୟ ଲହରରେ ଭାଇରସ୍୍ର ଅନେକ ଗମ୍ଭୀର ମ୍ୟୁଟାଣ୍ଟ ଦେଖିବାକୁ ମିଳିଛି।
Posted inକରୋନା ଭାଇରସ୍, ଜାତୀୟ View All
ବିଧାୟକ ପାଣ୍ଠି ସଂଶୋଧନ କର
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ବିଧାୟକ ପାଣ୍ଠି (ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ)କୁ କୋଭିଡ୍ ପରିଚାଳନା ଭିତ୍ତିିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଣିଥିବା ଗାଇଡ୍ଲାଇନରେ ଆବଶ୍ୟକ ସଂଶୋଧନ...
ମିଶନ ୨୦୨୪କୁ ନେଇ ଚର୍ଚ୍ଚା
ମୁମ୍ବାଇ, ୧୨।୬: ପଶ୍ଚିମବଙ୍ଗରେ ଟିଏମ୍ସିକୁ ବିଜୟୀ କରାଇଥିବା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) ଏନ୍ସିପି ନେତା ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଏନ୍ସିପି ମୁଖ୍ୟଙ୍କ ଘରେ ପ୍ରଶାନ୍ତ...
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ପଦ୍ଧତି ପାଇଁ କମିଟି ଗଠନ
ନୂଆଦିଲ୍ଲୀ, ୫ା୬: ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା...
ସୁକିନ୍ଦା ତହସିଲଦାର ନିଲମ୍ବିତ: କରୋନା ନିୟମ ଉଲ୍ଲଂଘନ ଅଭିଯୋଗ
ଯାଜପୁର ଅଫିସ/କାଳିଆପାଣି, ୧୯।୬(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର...
ପୁଣି ରାଜ୍ୟ ହେବ ଜମ୍ମୁ-କଶ୍ମୀର
ନୂଆଦିଲ୍ଲୀ,୨୪।୬: ଜମ୍ମୁ-କଶ୍ମୀର ପୁଣି ଥରେ ରାଜ୍ୟ ଭାବେ ପରିଗଣିତ ହେବ। ଏ ନେଇ ଉଚିତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ କେନ୍ଦ୍ର ଶାସିତ...
ସୋମବାରଠାରୁ ଏହି ସହରରେ ଘର ଘର ବୁଲି ହେବ ଟିକାଦାନ…
ବିକାନେର୍,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଦେଶରେ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୭ ଜଣଙ୍କ ଜୀବନ ନେଇଛି।...
କୃଷକଙ୍କ ସହ ଛିଡ଼ା ହେବ ଟିଏମ୍ସି
କୋଲକାତା,୯।୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବୁଧବାର ଭେଟିଛନ୍ତି ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାଏତ। ବୈଠକରେ ୩ ବିବାଦୀୟ କୃଷି...


