ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଏଥିସହ ଅନ୍ୟଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ମୁମ୍ବାଇ ପୋଲିସ। ସୂଚନା ମୁତାବକ ଗିରଫ ହୋଇଥିବା ୪ଜଣଙ୍କ ଅଭିଯୁକ୍ତ ଭିତରୁ ଜଣେ ନକଲି ର଼୍ୟାକେଟ ଚଲାଉଥିବା ବେଳେ ଅନ୍ୟଜଣକ ବଡ଼ ବଡ଼ ସୋସାଇଟିରେ ଟିକାକରଣ ଶିବିର ଆୟୋଜନ କରୁଥିଲେ। ସେହିପରି ଆଉ ୨ଜଣ ଅଭିଯୁକ୍ତ ଲୋକଙ୍କର ନକଲି ପରିଚୟ ପତ୍ର ତିଆରି କରୁଥିବା ଜଣାପଡ଼ିଛି। ସେହିପରି ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି ଯିଏ ଟିକା ଆଣିବା କାର୍ଯ୍ୟ କରୁଥିେଲେ। ଏହି ଘଟଣାର ତଦନ୍ତ ଜାରି ରହିଛି। ତେବେ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ଟିକା ପ୍ରକୃତ କି ନୁହେଁ ସେନେଇ ତଦନ୍ତ କରାଯାଉଛି ବୋଲି ମୁମ୍ବାଇ ଏସିପି ଦିଲ୍ଲୀପ ସାଓ୍ବନ୍ତ କହିଛନ୍ତି। ସୂଚନାଯୋଗ୍ୟ, ମେ’୩୦ରେ ହିରାନନ୍ଦାନୀ ସୋସାଇଟିରେ ମିଛ ଟିକାକରଣ ଅଭିଯାନ କରାଯାଇଥିବା ଅଭିଯୋଗ ହୋଇଥିଲା। ଟିକା ନେବା ପରେ ବି କାହାଠାରେ କିଛି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ପ୍ରତି ଲୋକଙ୍କଠାରୁ କୋଭିଶିଲ୍ଡ ଟିକାର ଡୋଜ୍ ପାଇଁ ୧୨୬୦ଟଙ୍କା ନିଆଯାଇଥିବା ବେଳେ କିଛି ଲୋକଙ୍କୁ ଭିନ୍ନ ଭିନ୍ନ ତାରିଖର ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
Posted inକରୋନା ଭାଇରସ୍, ଜାତୀୟ View All
କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍ଦାର ଯାଞ୍ଚ
ବୁଗୁଡ଼ା,୧୩ା୬(ଡି.ଏନ୍.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...
ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
କେବେ ଦେଖିଛନ୍ତି କି ଏଭଳି ସଡ଼କ ଦୁର୍ଘଟଣା? କାର୍ ହେଲା ଦୁଇଫାଳ; ଫଟୋ ଭାଇରାଲ ପରେ..
ନୂଆଦିଲ୍ଲୀ,୧୫।୬: ଯାନବାହାନ ଚଳାଇବା ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ। ଏହାର ଅନେକ ଘଟଣା ପ୍ରତ୍ୟେହ ଦେଖିବାକୁ ମିଳୁଥିବା ବେଳେ କିଛିକୁ ଦେଖିଲେ ଭୟ ଲାଗିଥାଏ। ବିଶେଷକରି...
ଆଜିଠୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ ଆରମ୍ଭ ହେବ। ପୂର୍ବରୁ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ଏହା ଦୁଇଗୁଣ...
ଏଣିକି ଏଡ୍ସ ପୀଡ଼ିତଙ୍କୁ ମିଳିବ ପେନ୍ସନ
ଚଣ୍ଡିଗଡ଼,୧୮।୬: ଏଡ୍ସ ସଂକ୍ରମିତ ପାଇଁ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍ଶୀଘ୍ର ପ୍ରତିମାସରେ ଏଡ୍ସ ପୀଡ଼ିତଙ୍କୁ ୨୨୫୦ଟଙ୍କା ଲେଖାଏ ପେନ୍ସନ ପ୍ରଦାନ କରିବେ...
ମିଛ ଟିକାକରଣ ଅଭିଯାନ: ଟିକା ନେଇଥିବା ୩୯୦ ଲୋକଙ୍କଠାରେ ନାହିଁ କୌଣସି ଲକ୍ଷଣ…
ମୁମ୍ବାଇ,୧୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...
ହାତ ଯୋଡି ଏମିତି ଅପିଲ୍ କଲେ ରାଜ୍ୟପାଳ
କୋଲକତା,୧୪।୬: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସୋମବାର ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ହିଂସା ଘଟଣାକୁ ନେଇ ଏକ ବୈଠକ କରିଥିଲେ।...
କରୋନାରେ ୯,୩୪୬ ପିଲା ହୋଇଛନ୍ତି ବେସାହାରା
ନୂଆଦିଲ୍ଲୀ,୩।୬: କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶକୁ ପ୍ରଭାବିତ କରିଛି। ମହାମାରୀ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏକ ଆକଳନରୁ ଜଣାପଡିଛି ଯେ, ସମଗ୍ର...


