ଚଣ୍ଡିଗଡ଼,୧୮।୬: ଏଡ୍ସ ସଂକ୍ରମିତ ପାଇଁ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍ଶୀଘ୍ର ପ୍ରତିମାସରେ ଏଡ୍ସ ପୀଡ଼ିତଙ୍କୁ ୨୨୫୦ଟଙ୍କା ଲେଖାଏ ପେନ୍ସନ ପ୍ରଦାନ କରିବେ ହରିଆଣା ସରକାର। ଏନେଇ ଶୁକ୍ରବାର ସୋନିପତ ଜିଲା ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏଡ୍ସ ପୀଡ଼ିତ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦୭୮ ଜଣ ଆକ୍ରାନ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇ ହାଇ କମାଣ୍ଡକୁ ପଠାଯାଇଛି। ଏହି ତାଲିକାରେ ସେମାନେ ନାମ ରହିଛି, ଯେଉଁମାନେ ହସ୍ପିଟାଲରୁ ଔଷଧ ଖାଇବା ସହ ନିଜର ନାମ ପଞ୍ଜୀକରଣ କରାଇଛନ୍ତି। ବର୍ତ୍ତମାନ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବ ବୋଲି ଜଣେ ସ୍ବାସ୍ଥ୍ୟକର୍ମୀ କହିଛନ୍ତି। ଏଥିପାଇଁ ଜିଲା କାର୍ଯ୍ୟାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାପରେ ପ୍ରତିମାସରେ ସମସ୍ତ ଏଡ୍ସ ସଂକ୍ରମିତଙ୍କ ପେନ୍ସନ ସିଧା ତାଙ୍କ ଖାତାକୁ ଯିବ।
ଏଠି ମାରିବି ଶ୍ମଶାନରେ ପଡ଼ିବ
କୋଲକାତା,୧୬।୬: ଭାଜପା ନେତା ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ବୁଧବାର ମିଥୁନ ଦା’ଙ୍କ ଜନ୍ମଦିନ ଥିବା ବେଳେ ମାନିକତଲା...
ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍ପି
ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ...
ଟୁଇଟର-କେନ୍ଦ୍ର ଶୀତଳଯୁଦ୍ଧ
ନୂଆଦିଲ୍ଲୀ,୬।୬: ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବେଳେ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟୁଇଟର ମଧ୍ୟରେ ଆରମ୍ଭ ହୋଇଥିବା...
ସାର୍ବଜନୀନ ହେବ ଯୁଦ୍ଧ ଇତିହାସ
ନୂଆଦିଲ୍ଲୀ, ୧୩।୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଯୁଦ୍ଧ ଇତିହାସର ସଂଗ୍ରହ, ଗୁପ୍ତ ସୂଚୀରୁ ହଟାଇବା ଓ ସଂକଳନ ନୀତିକୁ ଅନୁମୋଦନ କରିଛନ୍ତି। ଫଳରେ...
ଆକ୍ସନ୍ ମୋଡ୍ରେ ମାୟାବତୀ
ଲକ୍ଷ୍ନୌ,୩।୬: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି(ବିଏସ୍ପି) ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ବିଏସ୍ପି ଅଧ୍ୟକ୍ଷ ମାୟାବତୀଙ୍କ ନିର୍ଦ୍ଦେଶରେ ଦଳୀ ନେତା...
ଖୁସି ଖବର: ଭାକ୍ସିନ୍ ମିକ୍ସିଂରେ ପରାଜିତ ହେବ କରୋନା…
ନୂଆଦିଲ୍ଲୀ,୧୨।୬: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ...
ଗଛ ଲଗାଇଲେ ପରୀକ୍ଷାରେ ମିଳିବ ଅତିରିକ୍ତ ନମ୍ବର: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଚଣ୍ଡିଗଡ଼,୨୧।୬: ଏଣିକି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଗଛ ଲଗାଇଲେ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। ଏନେଇ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ସରକାର...
୬ ବୁଡ଼ାଜାହାଜ ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ ୪୩ ହଜାର କୋଟି
ନୂଆଦିଲ୍ଲୀ, ୪।୬: ଭାରତୀୟ ନୌସେନା ପାଇଁ ୬ଟି ପାରମ୍ପରିକ ବୁଡ଼ାଜାହାଜ ନିର୍ମାଣ ନିମନ୍ତେ ଏକ ମେଗା ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି।...


