ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବଲିଉଡ୍ ଇଣ୍ଡଷ୍ଟ୍ରିର ଟିପ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ମାଲିକ ରମେଶ ତୌରାନି ଏହି ନକଲି ଟିକାକରଣ ସ୍କାମର ଶିକାର ହୋଇଛନ୍ତି। ମେ’ ୩୦ ଓ ଜୁନ ୩ରେ ରମେଶଙ୍କ କମ୍ପାନୀର ୩୬୫ କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ କାହାକୁ ବି ସାର୍ଟିଫିକେଟ ମିଳିପାରିନାହିଁ। ଏହାକୁ ନେଇ ରମେଶ ଚିନ୍ତିତ ଥିବା ବେଳେ ସେ କହିଛନ୍ତି, ଜୁନ ୧୨ ସୁଦ୍ଧା ମୁମ୍ବାଇର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରୁ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କାହାରି ସାର୍ଟିଫିକେଟ ଆସିନାହିଁ। ୩୬୫ଜଣ କର୍ମଚାରୀଙ୍କ ଟିକାକରଣ କରାଯାଇଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଡୋଜ ପିଛା ପାଇଁ ୧୨୦୦ ଟଙ୍କା ସହିତ ଜିଏସ୍ଟି ଦିଆଯାଇଥିଲା। ଟଙ୍କାଠାରୁ ଅଧିକ ଚିନ୍ତିତ କରୁଛି ଆମ ସମସ୍ତଙ୍କୁ କ’ଣ ଦିଆଯାଇଛି। ଆମକୁ କୋଭିଶିଲ୍ଡ ଟିକା ନା ସାଧାରଣ ସାଲାଇନ୍ ଓ୍ବାଟର ଦିଆଯାଇଛି ବୋଲି ରମେଶ ଚିନ୍ତା ପ୍ରକଟ କରିଛନ୍ତି।
ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ
Posted inକରୋନା ଭାଇରସ୍, ଜାତୀୟ View All
ପ୍ରିୟଙ୍କା-ରାହୁଲଙ୍କ ସହ ହୋଇପାରିଲାନି ସାକ୍ଷାତକାର: ନିରାଶ ହୋଇ ଫେରିଲେ ସଚିନ
ନୂଆଦିଲ୍ଲୀ,୧୬।୬: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାନୈତିକ ସଙ୍କଟ ଜାରି ରହିଛି। ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନା...
ଦେଶର ସମସ୍ତଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ...
ଅନୁପ ପାଣ୍ଡେ ନୂଆ ଇସି
ନୂଆଦିଲ୍ଲୀ, ୧୦।୬(ପି.ଟି.): ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନ (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ବୁଧବାର...
ଭାକ୍ସିନ ମିଶ୍ରଣକୁ କେନ୍ଦ୍ରର ନା
ନୂଆଦିଲ୍ଲୀ,୨ା୬: କୋଭିଡ୍-୧୯ ନିରାକରଣ ପାଇଁ ଦୁଇ ପ୍ରକାର ଭାକ୍ସିନର ମିଶ୍ରଣକୁ ନେଇ ନାନା ମତ ପ୍ରକାଶ ପାଉଥିବାବେଳେ ମଙ୍ଗଳବାର କେନ୍ଦ୍ର ସରକାର ଏପରି ନ କରିବାକୁ...
୩ ଦେଶରେ ଟିକାକରଣର ୬୦%
ଜାତିସଂଘ,୬।୬(ପି.ଟି.): ସାରା ବିଶ୍ୱରେ ଏପର୍ଯ୍ୟନ୍ତ କୋଭିଡ୍-୧୯ ଟିକାର ୨୦୦ କୋଟି ଡୋଜ୍ ଆବଣ୍ଟନ ହୋଇଛି। ଏହାର ୬୦ ପ୍ରତିଶତ ଭାରତ, ଆମେରିକା ଓ ଚାଇନାରେ ଦିଆଯାଇଥିବା...
କରୋନା ଯୋଗୁ ଚାକିରୀ ହରାଇ ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର: ସୋସିଆଲ୍ ମିଡ଼ିଆରେ ଭାଇରାଲ…
ମମ୍ବ୍ରା,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍ଡାଉନ୍ ଯୋଗୁ ଚାକିରୀ ହରାଇ ବହୁ ଆଇଟି ଇଞ୍ଜିନିୟର ଏବଂ ସାଧାରଣ ଗ୍ରାଜୁଏଟ୍ଙ୍କ ଆର୍ଥିକ ଅବସ୍ଥା...
ଜୟମାଲା ସମୟରେ ବନ୍ଧୁକ ଚଳାଇଲେ ଦବଙ୍ଗ କନ୍ୟା: ଭିଡିଓ ଭାଇରାଲ
ପ୍ରତାପଗଡ଼, ୧।୬: ଅନେକ ଥର ବିବାହ ସମୟରେ ବର ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହେଲେ କେବେ କନ୍ୟା ହର୍ଷ ଫାଇରିଂ କରୁଥିବାର...


