ଡବଲିନ,୧୮ା୬: ଭାରତରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍ର ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଆୟର୍ଲାଣ୍ଡ ଆଗରେ ୩୨୮ ରନ୍ର ବିଶାଳ ଟାର୍ଗେଟ ଛିଡ଼ା କରିଥିଲା ଇଂଲଣ୍ଡ। ବଡ଼ ସ୍କୋରର ପିଛା କରୁଥିବା ଆୟର୍ଲାଣ୍ଡ ୧୧୧ ରନ୍ରେ ୫ ଉଇକେଟ ହରାଇ ନିଶ୍ଚିତ ପରାଜୟ ଆଡ଼େ ମୁହଁାଉଥିଲା। କିନ୍ତୁ ମ୍ୟାଚ୍ର ଭାଗ୍ୟ ବଦଳି ଦେଇଥିଲେ କେଭିନ ଓ’ବ୍ରେନ। ତାଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଅନ୍ତିମ ଓଭରରେ ମ୍ୟାଚ୍ ଜିତିନେଇଥିଲା ଆୟର୍ଲାଣ୍ଡ। ମାତ୍ର ୫୦ ବଲରେ ଶତକ ପୂରଣ କରିଥିଲେ କେଭିନ। ଏହା ଏବେ ମଧ୍ୟ ଦିନିକିଆ ବିଶ୍ୱକପ୍ ଇତିହାସର ଦ୍ରୁତତମ ଶତକ। ଆଉ ଏହା ଥିଲା ତାଙ୍କ କ୍ୟାରିୟରର ସବୁଠୁ ସ୍ମରଣୀୟ ଇନିଂସ। ଏହି ୩୭ ବର୍ଷୀୟ ଅଲରାଉଣ୍ଡର ଶୁକ୍ରବାର ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। କ୍ୟାରିୟରରେ ୧୫୨ ଦିନିକିଆ ମ୍ୟାଚ୍ ଖେଳିଥିବା କେଭିନଙ୍କ ନାମରେ ରହିଛି ୩,୬୧୯ ରନ୍। ଏଥିରେ ସାମିଲ ଅଛି ୨ ଶତକ ଓ ୧୮ ଅର୍ଦ୍ଧଶତକ। ତା’ ସାଙ୍ଗକୁ ୧୧୪ ଉଇକେଟ ମଧ୍ୟ ନେଇଥିଲେ। ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଟି୨୦ ଓ ଟେଷ୍ଟ ଫର୍ମାଟରେ ଖେଳିବା ଜାରି ରଖିବେ।
ଫ୍ରେଞ୍ଚ୍ ଓପନ ଟେନିସ: ସିତ୍ସିପାସଙ୍କ ବିଜୟ ଅଭିଯାନ
ପ୍ୟାରିସ, ୧।୬-ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିବସରେ ଷ୍ଟିଫାନୋସ ସିତ୍ସିପାସ, ଡାନିଲ ମେଡ୍ଭେଡେଭ୍, ଜାନିକ ସିନେର ପ୍ରମୁଖ...
ଏସ୍ଆର୍ ଅନ୍ଲାଇନ୍ ଚେସ୍: ଓମ୍ ଆଦିତ୍ୟ ଚାମ୍ପିୟନ
ଭୁବନେଶ୍ୱର,୧।୬(କ୍ରୀଡ଼ା ପ୍ରତିନିଧି): ଏସ୍ଆର୍ ଚେସ୍ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୯ତମ ଅନ୍ଲାଇନ୍ ଚେସ୍ରେ ଓମ୍ ଆଦିତ୍ୟ ଖାଡଙ୍ଗା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...
ଫ୍ରେଞ୍ଚ୍ ଓପନ ଟେନିସ୍: ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍, ନାଡାଲ
ପ୍ୟାରିସ୍,୬।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶନିବାର ସପ୍ତମ ଦିବସରେ ପ୍ରବେଶ କରିଛି। ପୁରୁଷ ସିଙ୍ଗଲ୍ସରେ ଟପ୍ସିଡ୍ ସର୍ବିୟାର ନୋଭାକ ଜୋକୋଭିଚ୍, ତୃତୀୟ...
ସାଉଥାମ୍ପଟନରେ ବର୍ଷା: ଚତୁର୍ଥ ଦିନ ଖେଳ ବାଧାପ୍ରାପ୍ତ ଆଶଙ୍କା
ସାଉଥାମ୍ପଟନ,୨୧।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ର ଚତୁର୍ଥ ଦିନରେ ସାଉଥମ୍ପଟନରେ ବର୍ଷା ଲାଗି ରହିଛି। ପ୍ରଥମ ଦିନ ଭଳି...
୮ ବର୍ଷ ତଳେ କରିଥିଲେ ଟୁଇଟ୍: ଏବେ ମାଗିଲେ କ୍ଷମା
ଇଂଲଣ୍ଡ ଦ୍ରୁତ ବୋଲର ଓଲି ରବିନ୍ସନ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଡେବ୍ୟୁ ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ନିଜର ପ୍ରାୟ ୮...
କୋପା ଆମେରିକା ଫୁଟ୍ବଲ: ବ୍ରାଜିଲର କ୍ରମାଗତ ଦ୍ୱିତୀୟ ବିଜୟ
ରିଓ ଡି ଜାନେଇରୋ,୧୯।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ବିଜୟଧାରା ବଜାୟ ରଖିଛି। ବ୍ରାଜିଲ ତା’ର ଦ୍ୱିତୀୟ ମ୍ୟାଚ୍ରେ ୪-୦ ଗୋଲରେ ପେରୁକୁ ହରାଇଛି।...
୨ ବଲ୍ରେ ୨୧ ରନ୍: ଏକଦା ପାକିସ୍ତାନୀ ବୋଲରଙ୍କ ଲୟ ଭାଙ୍ଗି ଦେଇଥିଲେ ସେହ୍ବାଗ; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୮।୬: ନିଜ ସମୟର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ଜଣେ ଥିଲେ ଭାରତର ପୂର୍ବ ଓପନର୍ ବିରେନ୍ଦ୍ର ସେହ୍ବାଗ। କ୍ରିକେଟର ସମସ୍ତ ଫର୍ମାଟରେ ସେ ଚମକାଇବା ଭଳି...
ୟୁଏସ୍ ଓପନ ଟେନିସ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି
ନ୍ୟୁୟର୍କ, ୧୮ା୬(ଏପି)- ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍ ଓପନ୍ରେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। କରୋନା ଭାଇରସ୍ ମହାମାରୀ ଯୋଗୁ ଗତବର୍ଷ...


