ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖିଛନ୍ତି। ନିଜ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ସେ ଅନ୍ୟ ଭାରତୀୟ ଖେଳାଳିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୧୭ ବର୍ଷୀୟା ଶେଫାଳି ପ୍ରଥମ ଇନିଂସରେ ୯୬ ରନରେ ଆଉଟ ହୋଇ ମାତ୍ର ୪ ରନ ପାଇଁ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ଶୁକ୍ରବାର ତୃତୀୟ ଦିବସରେ ବର୍ଷା ଯୋଗୁ ଖେଳ ବନ୍ଦ ରହିବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୧ ଉଇକେଟ ହରାଇ ୮୩ ରନ କରିଥିଲା। ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ନିର୍ଭୀକ ବ୍ୟାଟିଂ କରିଥିବା ଶେଫାଳି ୬୮ ବଲ୍ରୁ ୧୧ ଚୌକା ସହାୟତାରେ ୫୫ ଏବଂ ଦୀପ୍ତି ଶର୍ମା ୧୮(୬୬ ବଲ, ୨ ଚୌକା) ରନକରି ଅପରାଜିତ ରହିଥିଲେ। ସ୍ମୃତି ମନ୍ଧାନା ୮ ରନ କରି ଆଉଟ ହୋଇଛନ୍ତି। ମହିଳା କ୍ରିକେଟରେ ବିଶ୍ୱର ସର୍ବକନିଷ୍ଠ ଖେଳାଳିଭାବେ ଶେଫାଳି ନିଜ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟ ମହିଳା ଓ ପୁରୁଷ ଟେଷ୍ଟ କ୍ରିକେଟକୁ ଦେଖିଲେ କେବଳ ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ସଚିନ ତେନ୍ଦୁଲକର କମ୍ ବୟସରେ ଏହି ସଫଳତା ପାଇଥିଲେ। ସଚିନ ୧୯୯୦ରେ ୧୭ ବର୍ଷ ୧୦୭ ଦିନର ହୋଇଥିବାବେଳେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଫାଳି ୧୭ ବର୍ଷ ୧୩୯ ଦିନର ହୋଇଥିବାବେଳେ ଏହି ବିରଳ କୃତିତ୍ୱ ଅର୍ଜନ କରିଛନ୍ତି। ହାତରେ ୯ ଉଇକେଟ ସୁରକ୍ଷିତ ଥିବାବେଳେ ଭାରତ ଏବେ ମଧ୍ୟ ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋରଠାରୁ ୮୨ ରନ ପଛରେ ରହିଛି। ଶନିବାର ଟେଷ୍ଟର ଅନ୍ତିମ ଦିବସ।
ଭାରତ ପ୍ରଥମ ଇନିଂସରେ ୨୩୧ ରନରେ ଅଲଆଉଟ ହୋଇଯିବାରୁ ଫଲୋଅନ ଡାକରା ପାଇଥିଲା। ଇଂଲଣ୍ଡ ଏହାର ପ୍ରଥମ ଇନିଂକୁ ୩୯୫/୯ରେ ଘୋଷଣା କରିଥିବାରୁ ଭାରତ ୧୬୫ ରନ ପଛରେ ରହି ଯାଇଥିଲା। ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୮୭/୫ରୁ ଖେଳ ଆରମ୍ଭ କରିଥିବା ଭାରତ ଶୁକ୍ରବାର ତୃତୀୟ ଦିବସରେ ୨୧.୨ ଓଭର ଖେଳି ଆଉ ୪୪ ରନ ଯୋଗକରି ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ଦୀପ୍ତି ଶର୍ମା ୨୯ (୭୩ ବଲ, ୪ ଚୌକା) ରନରେ ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ ୪ଟି, ହିଥର ନାଇଟ ୨ଟି ଏବଂ କ୍ୟାଥରିନ ବ୍ରୁଣ୍ଟ, ଆନ୍ୟା ଶ୍ରୁବସୋଲେ, ନାତାଲି ସ୍କିଭର ଓ କେଟ୍ କ୍ରସ୍ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୩୯୬/୯(ଘୋଷଣା)। ଭାରତ ପ୍ରଥମ ଇନିଂସ: ୨୩୧/ଅଲଆଉଟ (ଶେଫାଳି ବର୍ମା-୯୬, ସ୍ମୃତି ମନ୍ଧାନା-୭୮, ଦୀପ୍ତି ଶର୍ମା-୨୯*, ସୋଫି ଏକ୍ଲେଷ୍ଟୋନ-୪/୮୮, ହିଥର ନାଇଟ-୨/୭)। ଫଲୋଅନ ପରେ ଭାରତ ଦ୍ୱିତୀୟ ଇନିଂସ: ୮୩/୧(ଶେଫାଳି ବର୍ମା-୫୫*, ଦୀପ୍ତି ଶର୍ମା-୧୮*, କ୍ୟାଥରିନ ବ୍ରୁଣ୍ଟ-୧/୨୧)।
ବ୍ୟାଟ୍ ଛାଡି ମାଇକ୍ ଧରିବେ ଏହି କ୍ରିକେଟର୍
ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ...
ପଡିଆରେ ଟାଓ୍ବେଲ୍ ପିନ୍ଧି ଫିଲ୍ଡିଂ କଲେ ସାମି: ଦେଖନ୍ତୁ ଭିଡିଓ
ସାଉଥାମ୍ପଟନ୍,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍(ଡବ୍ଲୁଟିସି) ଫାଇନାଲ୍ରେ ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ସାମି ଜବରଦସ୍ତ ବୋଲିଂ କରିଛନ୍ତି। ସେ ୪ଟି ଉଇକେଟ୍ ନେଇ ଭାରତୀୟ ଦଳକୁ...
ପ୍ରତି ଘଣ୍ଟାକୁ ଏତିକି ଟଙ୍କା କମାନ୍ତି ଭାରତୀୟ କ୍ରିକେଟର୍: ଦ୍ୱିଶତକ ମାରିଲେ ମାଲାମାଲ୍
ଭାରତୀୟ କ୍ରିକେଟ୍ କଣ୍ଟ୍ରେଲ୍ ବୋର୍ଡ(ବିସିସିଆଇ)କୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ କୁହାଯାଏ। ବିସିସିଆଇ ଖେଳାଳିମାନଙ୍କୁ କୋଟି କୋଟି ଟଙ୍କା ବେତନ ଆକାରରେ ଦେଇଥାଏ। ପ୍ରତ୍ୟେକ...
ଟେଷ୍ଟ ସିରିଜ: ମହାରାଜାଙ୍କ ହ୍ୟାଟ୍ରିକ: ଦକ୍ଷିଣ ଆଫ୍ରିକାର କ୍ଲିନ୍ ସୁଇପ୍
ଗ୍ରସ୍ ଆଇଲେଟ (ସେଣ୍ଟ ଲୁସିଆ) ୨୨ା୬: ସ୍ଥାନୀୟ ଡାରେନ ସାମି ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଘରୋଇ ଓ୍ବେଷ୍ଟଇଣ୍ଡିଜକୁ...
ୟୁକେ ଟୁର୍ ପାଇଁ ଖେଳାଳିଙ୍କ ପରିବାରକୁ ଅନୁମତି
ନୂଆଦିଲ୍ଲୀ,୨ା୬ (ପି.ଟି.)-ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ନିଜ ପରିବାରକୁ ନେଇ ଇଂଲଣ୍ଡ ଟୁର୍ରେ ଯିବା ଲାଗି...
ଇନ୍ସୁଲିନ୍ ନେଇ ପଡିଆକୁ ଓହ୍ଲାଉଥିଲେ ଏହି ଆକ୍ରମକ ବୋଲର୍: କ୍ରିକେଟ୍ରେ ହାସଲ କରିଥିଲେ ଅନେକ ରେକର୍ଡ
ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ।...
ଟୋକିଓ ଅଲିମ୍ପିକ୍ସ: କିମ୍ସ ପ୍ରଫେସର ସୁଦୀପ ଭାରତୀୟ ପୁରୁଷ ହକି ଦଳର ଡାକ୍ତର
ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍ସ ମେଡିସିନ୍) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର...
ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ
ଲଣ୍ଡନ,୧୦।୬(ପି.ଟି.): ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟଲର ଏବେ ହରଡ଼ଘଣାରେ...


