ଭୁବନେଶ୍ୱର,୧୯।୬(ବ୍ୟୁରୋ): କରୋନା କଟକଣା ଭିତରେ ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର। ବିଶେଷକରି ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟ ବାଲେଶ୍ୱରରୁ ଭୁବନେଶ୍ୱର ଲମ୍ବିଛି। କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରୁ ବିପୁଳ ବ୍ରାଉନସୁଗାର ଜବତ ହୋଇଛି। ବଡଗଡ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀରେ କ୍ୟୁଏଟି ଓ ସ୍ଥାନୀୟ ପୋଲିସ ଚଢାଉ କରି ୫୭୭.୬୬ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡବଜାର ଅଞ୍ଚଳର ବିଟୁ ଖାନ୍। ତାଙ୍କୁ ପଚରା ଉଚରାବେଳେ କିଙ୍ଗ୍ପିନ୍ ଓ ସମ୍ପୃକ୍ତ ଅନ୍ୟମାନଙ୍କ ସମ୍ପର୍କରେ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ବିଟୁ ପାଠ ପଢିବା ସହ ମାଛ ବେପାର କରୁଛନ୍ତି। ତେବେ ପ୍ରଥମଥର ଜଣେ ବ୍ରାଉନସୁଗାର ଡିଲର ତାଙ୍କୁ ଏହି କାରବାରରେ ସାମିଲ କରିଥିବା ସେ ପୋଲିସକୁ କହିଛନ୍ତି। ର଼୍ୟାକେଟର କିଙ୍ଗ୍ପିନ୍ ଭୁବନେଶ୍ୱରର କେତେଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମାଧ୍ୟମରେ ଏହି କାରବାର ଚଳାଇଥିବା ସୂଚନା ମିଳିବା ପରେ ସେମାନଙ୍କୁ ଧରିବାକୁ ଚଢ଼ାଉ ଚାଲିଥିବା ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ ସୂଚନା ଦେଇଛନ୍ତି। ବିଟୁଙ୍କଠାରୁ ବ୍ରାଉନସୁଗର ସହ ମୋବାଇଲ୍ ଫୋନ୍, ଏଟିଏମ୍ କାର୍ଡ ଓ ଏକ ସ୍କୁଟି ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ପ୍ରାୟ ୬୦ଲକ୍ଷ ଟଙ୍କା ହେବ। ଏନେଇ ଏକ ମାମଲା (ନଂ.୨୧୭/୨୧) ରୁଜୁ କରାଯାଇ ଶୁକ୍ରବାର ବିଟୁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସେ କହିଛନ୍ତି।
ସୂଚନା ମୁତାବକ, ବାଂଲାଦେଶ ଓ କୋଲକାତାରୁ ବ୍ରାଉନସୁଗାର ବାଲେଶ୍ୱରକୁ ଆସୁଛି। ସେଠାରୁ ଭୁବନେଶ୍ୱର ସମେତ ରାଜ୍ୟ ତଥା ବାହାରକୁ ପଠାଯାଉଛି। ଏବେ ରାଜ୍ୟ ବାହାରକୁ ଚୋରା ଚାଲାଣ କଷ୍ଟକର ହେଉଥିବାରୁ ରାଜ୍ୟରେ ଏହି ର଼୍ୟାକେଟ ଅଧିକ ସକ୍ରିୟ ରହିଛି। ତେବେ ରାଜଧାନୀ ଭୁବନେଶ୍ୱର ଏବେ ବ୍ରାଉନସୁଗାର ବ୍ୟବସାୟର ବଡ଼ ବଜାର ପାଲଟିଛି। ଭୁବନେଶ୍ୱରକୁ ବ୍ରାଉନସୁଗାର ଚାଲାଣ ସଂକ୍ରାନ୍ତରେ କ୍ୟୁଏଟି ନିକଟରେ ଖବର ପହଞ୍ଚତ୍ବା ପରେ ମିଳିତ ଟିମ୍ ବଡଗଡ ବ୍ରିଟ କଲୋନୀ ଚାରିଛକ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜାଲ ବିଛାଇଥିଲା। ଅଭିଯୁକ୍ତ ବିଟୁ ଏକ ସ୍କୁଟିରେ ପହଞ୍ଚତ୍ବା ପରେ ପୋଲିସ ତାଙ୍କୁ କାବୁ କରିନେଇଥିଲା।
ମହାମାରୀରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ଭତ୍ତା
ଭୁବନେଶ୍ୱର,୪।୬: କରୋନା ମହାମାରୀରେ ମା’ ବାପାଙ୍କୁ ହରାଇଥିବା ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୨ ପିଲାଙ୍କୁ ମଧୁବାବୁ ଯୋଜନାରେ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...
ଦୀପ୍ତେଶ ଜେଲ ଆଇଜି, ନରସିଂହଙ୍କୁ କେନ୍ଦ୍ରାଞ୍ଚଳ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୪ଜଣ ଆଇପିଏସ୍ ଓ ୨ଜଣ ଓପିଏସ୍ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...
ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ
କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...
କାର୍ଯ୍ୟକ୍ଷମ ହେଲା ଦେଓ ପ୍ରକଳ୍ପ
ବାରିପଦା ଅଫିସ/ଠାକୁରମୁଣ୍ଡା, ୨୬।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ହାତୀବାରିଠାରେ ନିର୍ମାଣାଧୀନ ବହୁ ପ୍ରତିକ୍ଷୀତ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଶୁକ୍ରବାର ପରୀକ୍ଷାମୂଳକ...
ଘରେ ରହି ଚିକିତ୍ସିତ ହେବାକୁ ଥିବା କରୋନା ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ଅକ୍ସିଜେନ କନସେନ୍ଟ୍ରେଟର
ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀର ଦ୍ୱିତୀୟ ଲହରରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି। ତେବେ ଅକ୍ସିଜେନ ଯୋଗାଣ ପାଇଁ ବିଏମ୍ସି ବଡ଼ ପଦକ୍ଷେପ ନେଇଛି। ଏଣିକି ଘରେ...
ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୭...
ବିକ୍ରି ଶିଶୁପୁତ୍ର ମାଳିସାହି ଅଞ୍ଚଳରୁ ଉଦ୍ଧାର
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ଦିନର ଶିଶୁପୁତ୍ରକୁ ଖାରବେଳନଗର ଥାନା ଅନ୍ତର୍ଗତ ମାଳିସାହି ଅଞ୍ଚଳରୁ ଉଦ୍ଧାର କରାଯାଇଛି। ରାଜଧାନୀରେ ଶିଶୁ ବିକ୍ରି...
ପ୍ରେମ ବିବାଦର ସମାଧାନ କରିବାକୁ ଯାଇ ଅଡ଼ୁଆରେ ବିଧାୟକଙ୍କ ପୁଅ
କେନ୍ଦୁଝର/ଆନନ୍ଦପୁର,୧୬ା୬(ସ୍ବ.ପ୍ର.): ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ...


