ଭୁବନେଶ୍ୱର,୧୯।୬(ବ୍ୟୁରୋ): କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ଘଟଣାରେ ଏବେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଖୋଳତାଡ଼ କରୁଛି। ଗୁରୁବାର ଔଷଧ ଜବତ ହୋଇଥିବା ସଂସ୍ଥାର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ଶୁକ୍ରବାର ଏସ୍ଟିଏଫ୍ର ଏକ ଟିମ୍ ତଦନ୍ତ ପାଇଁ ମୁମ୍ବାଇ ଯାଇଛି। ଏସ୍ଟିଏଫ୍ ସେଠାରେ ମୁମ୍ବାଇ ପୋଲିସ ହାତରେ ଧରାପଡ଼ିଥିବା ମାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀର ମୁଖ୍ୟ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବ। ସୁଦୀପ ଡ୍ରଗ୍ସ ଲାଇସେନ୍ସ ଠକେଇ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ସୁଦୀପଙ୍କ ମାକ୍ସ କମ୍ପାନୀରୁ ନକଲି ଔଷଧ କଟକକୁ ଆସିଥିଲା। ତେଣୁ ପୋଲିସ ସୁଦୀପଙ୍କଠାରୁ ଓଡ଼ିଶାରେ ଏହି ନକଲି ଔଷଧ କାରବାରର ଚେର ଖୋଜିବା ସହ ଲିଙ୍କ୍ରେ ଥିବା ସମସ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚତ୍ବାକୁ ଆଶା ରଖିଛି।
ସୂଚନା ଯୋଗ୍ୟ, ଗତ ୧୧ ତାରିଖରେ କଟକ କନିକା ଛକ ନିକଟରେ ଥିବା ଶିବ ପ୍ରସନ୍ନ ଜେନାଙ୍କ ଔଷଧ ଗୋଦାମରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚଢାଉ କରାଯାଇଥିଲା। ସେଠାରୁ ପ୍ରାୟ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ‘ଫାଭିପିରାଭିର’ ଓ ଅନ୍ୟ କିଛି ଔଷଧ ଜବତ କରାଯାଇଥିଲା। ମାକ୍ସ ରିଲିଫ ହେଲ୍ଥ କେୟାର ସଂସ୍ଥାରୁ ଏହି ଔଷଧ ଉକ୍ତ ଗୋଦାମକୁ ଆସୁଥଲା। ଏଠାରୁ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ ଓ ଔଷଧ ଦୋକାନଗୁଡ଼ିକୁ ପଠାଯାଉଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ବାଡ୍ ରାଉରକେଲା, ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, ବାଲେଶ୍ୱରର ବିଭିନ୍ନ ମେଡିସିନ ଷ୍ଟୋର ଓ ଗୋଦାମରେ ଚଢାଉ କରି ବିପୁଳ ନକଲି ଔଷଧ ଜବତ କରିଥିଲା। ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚକୁ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତକୁ ଜୋର୍ଦାର କରିଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ଅନିର୍ଦ୍ଦିଷ୍ଟ କାଳ ଯାଏ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀ ଦ୍ୱିତୀୟ ଲହରରେ ଯାତ୍ରୀ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଯାତ୍ରୀବାହୀ ବସ୍ଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍ଡାଉନ,...
୭ରୁ କଟକଣାରେ ଚାଲିବ ହାଇକୋର୍ଟ
କଟକ ଅଫିସ୍,୫।୬: ମହାମାରୀ କୋଭିଡ୍ ଏବଂ ରାଜ୍ୟରେ ଲକ୍ଡାଉନ୍ ଓ ଶଟ୍ଡାଉନ୍କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ...
ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଶିକ୍ଷା ଗୁରୁ
ଭୁବନେଶ୍ୱର,୪।୬(ବ୍ୟୁରୋ): ଡ. ବିଜୟ କୁମାର ସାହୁ। ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ। ୧୯୬୩ ଜୁନ୍ ୧ରେ ଖୋର୍ଦ୍ଧା ଜିଲାରେ ଜନ୍ମଗ୍ରହଣ କରିଥିବା ବିଜୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ...
ଖୁସି ଖବର, ହ୍ରାସ ପାଇବ ତୃତୀୟ ଲହରର ତାଣ୍ଡବ , ଏମ୍ସ୍ ପକ୍ଷରୁ ସୂଚନା…
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ଭୂତାଣୁ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଦିଲ୍ଲୀରୁ ଖୁସି ଖବର ମିଳିଛି। କରୋନାର ଦ୍ୱିତୀୟ ଲହର ଦ୍ୱାରା ଦେଶରେ...
ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟ ଭୟ
ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍ର ରୂପ ନେଇଛି। ଏହି ଷ୍ଟ୍ରେନ୍ ବ୍ରିଟେନରେ ଆତଙ୍କ...
୮୮ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୮ ଦିନ ପରେ ସୋମବାର ଦେଶରେ...
କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଏକ୍ମୋ ମେଶିନ
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): କରୋନାରେ ଗୁରୁତର ରୋଗୀଙ୍କ ପାଇଁ ଏବେ ଏକ୍ମୋ ଚିକିତ୍ସା ଜରୁରୀ ହୋଇପଡୁଛି। ରାଜ୍ୟରେ କୌଣସି ସରକାରୀ ହସ୍ପିଟାଲରେ ଏହି ମେଶିନ ନ ଥିବାରୁ...
ଜଳବନ୍ଦୀରେ ନଦୀକୂଳିଆ ଗାଁ
ପଦ୍ମପୁର, ୧।୬ (ଡି.ଏନ.ଏ.)-ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଦେଇ ପ୍ରବାହିତ ମନ୍ତେଈ, କଞ୍ଚୁଡ଼ି ଓ ଧଳା ନଦୀରେ...


