ଦିଗପହଣ୍ଡି,୧୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ନିକଟରେ ଶନିବାର ପୂର୍ବାହ୍ନରେ ବିପରୀତ ଦିଗରୁ ଆସୁଥିବା ୨ଟି କାର ଚାଳକଙ୍କ ଅସାବଧାନତା ଯୋଗୁ ଦୁର୍ଘଟଣା ଘଟିଛି। ଉଭୟ କାର ରାସ୍ତା କଡ଼କୁ ଓଲଟି ପଡ଼ିବାରୁ କାର୍ ମଧ୍ୟରେ ଥିବା ଗଜପତି ଜିଲା ମୋହନା ଥାନା କୁଟିଗୁଡ଼ା ଗ୍ରାମର ଆଶ୍ୱାସନା ନାୟକ ଏବଂ ଅଡବା ଗ୍ରାମର ଆକାଶ ଉଠାଣ ସିଂ ମାଉସୀ, ପୁତୁରା ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଆହତ ଆଶ୍ୱାସନାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ଆକାଶ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବାସହ ଦୁର୍ଘଟଣାଗ୍ରସ୍ତ କାର୍ ୨ଟିକୁ ଜବତ କରି ମୋକଦ୍ଦମା ରୁଜୁ କରିଛନ୍ତି। କାର୍ ନଂ. ଓଏଏଫ୍ ୬୩୩୨ ଅଡ଼ବା ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କାର୍ ନଂ. ଓଆର ୦୨ – ବିଭି ୩୪୩୬ ବ୍ରହ୍ମପୁରରୁ ପୋଡ଼ାମାରୀ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଉଭୟ କାର୍ ଓଭରଟେକ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଦୀର୍ଘ ୫ଘଣ୍ଟା ପରେ ଅପହରଣକାରୀ ଗିରଫ
ବଲାଙ୍ଗୀର ଅଫିସ,୧୫।୬: ଶେଷରେ ବଲାଙ୍ଗୀର ଶାନ୍ତିପଡ଼ାର ହାଇପ୍ରୋଫାଇଲ୍ ଡ୍ରାମାର ଅନ୍ତ ଘଟିଛି। ଘର ଭିତରେ ପଶି ସୁରକ୍ଷିତ ଭାବେ ଅପହରଣକାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ।...
ଭୟଭୀତ କରାଉଛି କରୋନା: ରେଡ ଜୋନ୍ରେ ୧୬ଗାଁ, ୬ଓ୍ବାର୍ଡ
ଛତ୍ରପୁର,୧୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ...
୬ ହାର୍ଡକୋର ମାଓବାଦୀ ମୃତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି,୧୬ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲା କାୟାଉର ଥାନା ଅନ୍ତର୍ଗତ ମେଟା ଜଙ୍ଗଲରେ ବୁଧବାର ଭୋର୍ରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ...
ଘରେ ପଶି ନାବାଳିକାଙ୍କୁ ବଳାତ୍କାର
ବୁଗୁଡ଼ା,୨୫ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଗୁରୁବାର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲା କ୍ରମେ ପୋଲିସ...
ସିଏମ୍ସି ଟିକାକରଣ ପ୍ରହସନ
କଟକ ଅଫିସ,୧୬ା୬: ସହରରେ ଟିକାକରଣ ବ୍ୟାପକ ଭାବରେ କରାଯାଇଛି ବୋଲି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଡିଣ୍ଡିମ ପିଟାଯାଉଛି। ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ର,...
ଯୁବକଙ୍କୁ ହତ୍ୟା ପରେ ଇବ୍ନଦୀରେ ଭସାଇ ଦେଲେ
ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା...
ବଜ୍ରପାତରେ ଚାଲିଗଲା ଛାତ୍ରଙ୍କ ଜୀବନ
ନିରାକାରପୁର,୨ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ସେ ହେଲେ କୃପାସିନ୍ଧୁ...
ସମୟରେ ପହଞ୍ଚି ବଞ୍ଚାଇଲେ ୪ ନାବାଳକଙ୍କ ଜୀବନ
ଆନନ୍ଦପୁର,୨୩।୬: କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରେ ବୁଧବାର ସକାଳେ ୪ ନାବାଳକ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗ ସମସ୍ତଙ୍କୁ ସୁରକ୍ଷିତ...


