ଠାକୁରମୁଣ୍ଡା,୧୧ା୬(ଡି.ଏନ୍.ଏ.): ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଶୁକ୍ରବାର ସକାଳେ ଏକ କାର୍ ଦୁର୍ଘଟଣାରେ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର୍ ଚଳାଉ ଥିବା ଭାଇଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଥିବା ଏହି ମାମୁ-ଭାଣିଜୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯେ ,ଭଦ୍ରକ ବାଣିତିଆ ଅଞ୍ଚଳରୁ ଏକ ଅଲ୍ଟୋ ନମ୍ବର ଓଡି ୧୧ ସି ୯୦୪୧ ଯୋଗେ ଦୁଷ୍ମନ୍ତ ମାହାଲା(୩୫) ନାମକ ଜଣେ ଯୁବକ ନିଜ ଭଉଣୀ ସୌମ୍ୟ ରଞ୍ଜିତା ମାହଲା (୩୦)ଓ ଭାଣିଜୀ ମୁକ୍ତା(୫)ଙ୍କୁ ନେଇ କରଞ୍ଜିଆ ବଣସାହିକୁ କାର୍ ଯୋଗେ ଯାଉଥିବା ସମୟରେ ସୁନାରିପୋଷି ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଏକ ଗାଡି ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲୁଥିବା ବେଳେ ଭଉଣୀ ସୋମ୍ୟ ରଞ୍ଜିତାଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଦୁର୍ଘଟଣାରେ ଗୁରୁତର ଥିବା ମାମୁ ଦୁଷ୍ମନ୍ତ ଓ ଭାଣିଜୀ ମୁକ୍ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ସିଏମ୍ସି ଟିକାକରଣ ପ୍ରହସନ
କଟକ ଅଫିସ,୧୬ା୬: ସହରରେ ଟିକାକରଣ ବ୍ୟାପକ ଭାବରେ କରାଯାଇଛି ବୋଲି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଡିଣ୍ଡିମ ପିଟାଯାଉଛି। ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ର,...
ଷ୍ଟମ୍ପରେ ପିଟିପିଟି ଖେଳାଳିଙ୍କୁ ମାରିଦେଲେ
ରାୟଗଡ଼ା ଅଫିସ,୨୧ା୬: କ୍ରିକେଟ ଖେଳ ବେଳେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳରୁ ଜଣେ ଖେଳାଳିଙ୍କ ଜୀବନ ଚାଳିଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ମନୁଶୁ ପଞ୍ଚାୟତର...
୪ବର୍ଷର ପ୍ରତିଭା ସାଇସାଗର
ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...
ରଜରେ ନାବାଳିକାଙ୍କୁ ଗଣବଳାତ୍କାର
ବାରିପଦା ଅଫିସ,୧୯।୬: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ...
ନିର୍ବାଚନ ଢାଞ୍ଚାରେ ହେବ କୋଭିଡ୍ ଟିକାକରଣ: ବୟସ୍କ, ଦିବ୍ୟାଙ୍ଗ ପାଇଁ ଗାଡ଼ି ସୁବିଧା
ଛତ୍ରପୁର,୪।୬(ଡି.ଏନ୍.ଏ.): କରୋନାର ଦ୍ବିତୀୟ ଲହର ପ୍ରତିହତ କରିବା ନିମନ୍ତେ ଟିକାକରଣ ଏକାନ୍ତ ଅପରିହାର୍ଯ୍ୟ। ମୋବାଇଲ ଟିମ୍ ଗଠନ କରି ଦୁର୍ଗମ ପାହାଡ଼ିଆ ଅଞ୍ଚଳ, ସହରାଞ୍ଚଳ ଓ...
ରାସ୍ତା ନିର୍ମାଣ ନ ହେଲେ ଭୋଟ, ସରକାରୀ ସହାୟତା ବର୍ଜନ
ଛତ୍ରପୁର,୧୮।୬(ଡି.ଏନ୍.ଏ.): ରାସ୍ତା ନିର୍ମାଣ ନ ହେଲେ ଭୋଟ ସହ ସରକାରୀ ସହାୟତାକୁ ବର୍ଜନ କରିବେ ଗ୍ରାମବାସୀ। ଏଭଳି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ...
ଜମିରେ ଧାନ ଗଜା, ସହାୟତା ଦାବି
ମହାକାଳପଡ଼ା,୧୧।୬(ଡି.ଏନ୍.ଏ.): ବାତ୍ୟା ୟାସ୍ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବିଶେଷକରି ଚାଷୀଙ୍କ ପନିପରିବା ଓ ଖରାଦିନିଆ ଡାଳୁଅ ଧାନ ଉଜୁଡ଼ିଯାଇଛି। ଭାଗଚାଷୀମାନେ ଜମି ମାଲିକଙ୍କୁ ଫସଲ ଦେବାକୁ...
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଶିଶୁଙ୍କ କୋଭିଡ୍ ଲକ୍ଷଣ ଯାଞ୍ଚ ଆରମ୍ଭ
ଛତ୍ରପୁର,୯।୬(ଡି.ଏନ୍.ଏ.): ଆଗାମୀ ଦିନରେ କରୋନା ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ ଶିଶୁଙ୍କୁ...


