ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା। ସିବିଏସ୍ଇ ପକ୍ଷରୁ ଭାଲ୍ୟଏଶନ୍ ନେଇ ଫର୍ମୂଲା ଗୁରୁବାର ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତିି। କମ୍ପାର୍ଟମେଣ୍ଟ୍, ଦୀର୍ଘ ବର୍ଷ ଧରି ପାସ୍ ହେବା ଆଶାରେ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର, ପତ୍ର ମାଧ୍ୟମରେ ପଢୁଥିବା ଛାତ୍ରୀଛାତ୍ର, ଡ୍ରପ୍ ଆଉଟ୍ ଏବଂ ଫ୍ରାଇଭେଟ୍ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଫର୍ମୂଲା ପ୍ରସ୍ତୁତି ଲାଗି ସୁପ୍ରିମ୍କୋର୍ଟରେ କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି। ମାର୍କିଂ ଫର୍ମୂଲା ଅନୁସାରେ ଦଶମ, ଏକାଦଶ ଏବଂ ଦ୍ୱାଦଶର ସ୍କୁଲ୍ ପରୀକ୍ଷା ମାର୍କ ଆଧାରରେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହେବ। ଶିକ୍ଷାର୍ଥୀ ଦଶମରେ ରଖିଥିବା ମାର୍କର ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ୍ ପରୀକ୍ଷାରେ ରଖିଥିବା ୪୦ ପ୍ରତିଶତ ମାର୍କ ଆଧାରରେ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ ଦାଖଲ କରାଯାଇଥିବା ଫର୍ମୂଲାରେ ଉଲ୍ଲେଖ କରାଯାଇଥିଲା। ଦ୍ୱାଦଶର ପ୍ରି ବୋର୍ଡ ପରୀକ୍ଷା ଏବଂ ପ୍ରାକ୍ଟିକାଲ ପରୀକ୍ଷା ମାର୍କକୁ ଗ୍ରହଣ କରାଯିବ। ଦଶମ ବୋର୍ଡ ପରୀକ୍ଷାର ୫ଟି ବିଷୟ ମଧ୍ୟରୁ ଶ୍ରେଷ୍ଠତମ ମାର୍କ ରହିଥିବା ୩ଟି ବିଷୟକୁ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ ଭାଲ୍ୟୁଏଶନ୍ ଫର୍ମୂଲାରେ ଦର୍ଶାଯାଇଥିଲା। ଜୁଲାଇ ୩୧ରେ ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା।
ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ଫର୍ମୂଲା: ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ…
Posted inକରୋନା ଭାଇରସ୍, ଜାତୀୟ View All
୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତ …
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଯୋଗୁ ପୁଣି ବିପଦ...
କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମିଲା…
ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ...
ଭାକ୍ସିନ୍ ନେଲେ ବି ମାସ୍କ୍ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…
ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର...
ଡାକ୍ତରଙ୍କ ଘରୁ ମିଳିଲା ହଜାର ହଜାର ସଂଖ୍ୟାରେ ନକଲି ଇଞ୍ଜେକଶନ
ନୂଆଦିଲ୍ଲୀ,୨୦।୬: ବ୍ଲାକ ଫଙ୍ଗ୍ସରେ ପୀଡ଼ିତ ରୋଗୀଙ୍କୁ ଦିଆଯାଉଥିବା ଲିପୋସୋମାଲ ଆମ୍ଫୋଟେରିକିନ-ବି’ର ନକଲି ଇଞ୍ଜେକଶନ ଉତ୍ପାଦନ ଓ ବିକ୍ରି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ...
ମୋଦିଙ୍କୁ ମମତାଙ୍କ ଚିଠି
କୋଲକାତା,୨୪।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ...
କରୋନା କବଳରେ ଏବେ ପ୍ରାଣୀ: ୪ସିଂହ ଭିତରେ ଡେଲ୍ଟା ଭାରିଆଣ୍ଟ
ଚେନ୍ନାଇ,୧୯।୬: ମହାମାରୀ କରୋନା କବଳରୁ କେହି ବର୍ତ୍ତିପାରି ନାହାନ୍ତି। ମନୁଷ୍ୟ ପରେ ଏବେ ଜୀବଜନ୍ତୁ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଇତିମଧ୍ୟରେ ତାମିଲନାଡ଼ୁର ଭଣ୍ଡାଲୁର ସ୍ଥିତ...
ବାୟୋମେଟ୍ରିକ୍ସକୁ ଲକ୍ କରିପାରିବେ କାର୍ଡଧାରୀ
ନୂଆଦିଲ୍ଲୀ, ୧।୬: ଆଧାର ନିୟମାବଳୀରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଚିଠା ନିୟମାବଳୀ ପ୍ରସ୍ତୁତ କରିଛନ୍ତି।...
ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟ ଭୟ
ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍ର ରୂପ ନେଇଛି। ଏହି ଷ୍ଟ୍ରେନ୍ ବ୍ରିଟେନରେ ଆତଙ୍କ...


