କୋଲକାତା,୨୪।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସ୍ବଦେଶୀ ଟିକାର ଡବ୍ଲ୍ୟୁଏଚ୍ଓ ମଞ୍ଜୁରୀ ଲାଗି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। କୋଭାକ୍ସିନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେଇ ନ ଥିବାରୁ ଏହି ଟିକା ନେଇଥିବା ଲୋକେ ବିଦେଶ ଯିବାରେ ଅସୁବିଧା ହେଉଛି। ଟିକାକରଣ ଅଭିଯାନ ଆରମ୍ଭରୁ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ସବୁ ରାଜ୍ୟ ଓ ଘରୋଇ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦିଆଯାଉଛି। ଉଚ୍ଚଶିକ୍ଷା ପାଇଁ ସାରା ଦେଶରୁ ଛାତ୍ରୀଛାତ୍ର ପ୍ରତିବର୍ଷ ବିଦେଶ ଯାଇଥାନ୍ତି। ଅଧିକାଂଶ ଛାତ୍ରୀଛାତ୍ର କୋଭାକ୍ସିନ୍ ନେଇଥିବାର ସେମାନଙ୍କ ଟିକା ପ୍ରମାଣପତ୍ରକୁ ବିଦେଶରେ ଗ୍ରହଣ କରାଯାଉନାହିଁ ବୋଲି ମମତା ଉଲ୍ଲେଖ କରିଛନ୍ତି।
ଭାରତ ପାଖରେ କମ୍ ଆଣବିକ ଅସ୍ତ୍ର: ତେବେ ବି ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବାକୁ ସକ୍ଷମ…
ନୂଆଦିଲ୍ଲୀ,୧୫।୬: ଭାରତ ପାଖରେ ଚାଇନା ଏବଂ ପାକିସ୍ତାନ ତୁଳନାରେ କମ୍ ଆଣବିକ ଅସ୍ତ୍ର ରହିଛି। ତେବେ ବି ଭାରତ ଉଭୟ ଚାଇନା ଏବଂ ପାକିସ୍ତାନକୁ କଡ଼ା...
ସମସ୍ତ କରୋନା ମୃତକଙ୍କୁ କରାଯିବ ଚିହ୍ନଟ: କେନ୍ଦ୍ର ସରକାର …
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣରେ ଆକ୍ରାନ୍ତ ଯୋଗୁ ଘଟିଥିବା ସମସ୍ତ ମୃତକଙ୍କୁ ଚିହ୍ନଟ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ୧୮୩...
ଶ୍ରମିକଙ୍କ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ
ମୁମ୍ବାଇ,୧୮ା୬: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସାଧ୍ୟ କାମକୁ ସାଧନ କରିପାରେ। ସେମିତି କରି ଦେଖାଇଛନ୍ତି ଜଣେ ଶ୍ରମିକଙ୍କ ପୁଅ। କଠିନ ଅଧ୍ୟବସାୟ ବଳରେ...
ଟିକଟ କନଫର୍ମ, ନିର୍ବାଚନ ପାଇଁ ପ୍ରସ୍ତୁତି କର: ୫୦ ନେତାଙ୍କୁ ଫୋନ୍ କଲେ ପ୍ରିୟଙ୍କା…
ନୂଆଦିଲ୍ଲୀ,୨୧।୬: ଉତ୍ତର ପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା...
ଥରିଲା ରାଜଧାନୀ …
ନୂଆଦିଲ୍ଲୀ,୨୦।୬: ରାଜଧାନୀ ଦିଲ୍ଲୀରେ ରବିବାର ମଧ୍ୟାହ୍ନ ୧୨ଟା ୨ରେ ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୨.୧ ଥିଲା ବୋଲି ଜାତୀୟ ଭୂ ଗବେଷଣା...
ବ୍ଲାକ୍ ଫଙ୍ଗସ୍ ନେଲା ୮୯ ଜୀବନ: ଦିଲ୍ଲୀରେ ଏପର୍ଯ୍ୟନ୍ତ ହଜାରେରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ,୩।୬: ଗତ କିଛି ଦିନ ପରେ ରାଜଧାନୀ ଦିଲ୍ଲୀରେ କାରୋନାର ସଂକ୍ରମଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ପଜିଟିଭ୍ ହାର ୧ପ୍ରତିଶତରୁ କମ୍...
ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା
ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ...
ଡୋଭାଲଙ୍କ ଟାର୍ଗେଟରେ ପାକିସ୍ତାନର ୨ ଆତଙ୍କବାଦୀ ସଂଗଠନ
ନୂଆଦିଲ୍ଲୀ,୨୪।୬: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦ(ଜେଇଏମ୍) ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ଯୋଜନା ପ୍ରସ୍ତୁତ କରିବାକୁ ଭାରତର ଜାତୀୟ...


