ନୂଆଦିଲ୍ଲୀ,୧୫।୬: ଭାରତ ପାଖରେ ଚାଇନା ଏବଂ ପାକିସ୍ତାନ ତୁଳନାରେ କମ୍ ଆଣବିକ ଅସ୍ତ୍ର ରହିଛି। ତେବେ ବି ଭାରତ ଉଭୟ ଚାଇନା ଏବଂ ପାକିସ୍ତାନକୁ କଡ଼ା ଜବାବ୍ ଦେବାକୁ ସକ୍ଷମ। ସମ୍ପ୍ରତି ଚାଇନା ନିକଟରେ ୩୫୦ ଆଣବିକ ଅସ୍ତ୍ର ରହିଛି। ସେହିପରି ପାକିସ୍ତାନ ୧୬୫ ଆଣବିକ ଅସ୍ତ୍ର ସଂଗ୍ରହ କରିଛି। ଅପରପକ୍ଷରେ ଭାରତ ପାଖରେ ୧୫୬ ଆଣବିକ ଅସ୍ତ୍ର ମହଜୁଦ୍ ରହିଛି। ଷ୍ଟକ୍ହୋମ୍ ଇଣ୍ଟରନ୍ୟାଶନାଲ ପିସ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପୃଥିବୀର ୯ଟି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ନିକଟରେ ମୋଟ ୧୩,୦୮୦ ଆଣବିକ ଅସ୍ତ୍ର ରହିଛି। ସେଥିମଧ୍ୟରୁ ରୁଷିଆ ନିକଟରେ ସର୍ବାଧିକ ୬,୨୫୫ ରହିଛି। ଆମେରିକା ପାଖରେ ୫,୫୫୦, ଫ୍ରାନ୍ସ ନିକଟରେ ୨୯୦ ଏବଂ ବ୍ରିଟେନ୍ ପାଖରେ ୨୨୫ ଆଣବିକ ଅସ୍ତ୍ର ରହିଛି। ସେହିପରି ଇସ୍ରାଏଲ୍ ପାଖରେ ୯୦ ଏବଂ ଉତ୍ତର କୋରିଆ ପାଖରେ ୪୦ରୁ ୫୦ ଆଣବିକ ଅସ୍ତ୍ର ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
କେନାଲରୁ ପାଣି ଚୋରି ରୋକିବା ପାଇଁ ପହରା ଦେବେ ୬୦ ଯବାନ…
ଜୟପୁର,୬।୬: ପାଣି ଚୋରି ରୋକିବା ପାଇଁ ରାଜସ୍ଥାନର ହନୁମାନଗଡ଼ ଜିଲାରେ ପ୍ରଥମ ପୋଲିସ ଥାନା ପ୍ରତିଷ୍ଠା କରାଯିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ କେନାଲରୁ ବାରମ୍ବାର ପାଣି...
ମହିଳାଙ୍କୁ ଧରା ପକାଇ ଦେଲା ସିସିଟିଭି
ନୂଆଦିଲ୍ଲୀ,୧୬।୬: ଜଣେ ମହିଳାଙ୍କୁ ଆକ୍ରମଣ କରି ମୋବାଇଲ ଛଡ଼ାଇବା ନେବା ଘଟଣାରେ ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସିସିଟିଭି ଆଧାରରେ ଅଭିଯୁକ୍ତା ଜ୍ୟୋତିଙ୍କୁ...
ସାର୍ବଜନୀନ ହେବ ଯୁଦ୍ଧ ଇତିହାସ
ନୂଆଦିଲ୍ଲୀ, ୧୩।୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଯୁଦ୍ଧ ଇତିହାସର ସଂଗ୍ରହ, ଗୁପ୍ତ ସୂଚୀରୁ ହଟାଇବା ଓ ସଂକଳନ ନୀତିକୁ ଅନୁମୋଦନ କରିଛନ୍ତି। ଫଳରେ...
ଦେଶର ସମସ୍ତଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ...
କୋଭିଶିଲ୍ଡ ଦେବାର ୫ ମିନିଟ୍ ପରେ କୋଭାକ୍ସିନ
ପାଟନା,୧୯।୬: ସୁନିଲା ଦେବୀ ନାମକ ଜଣେ ବୃଦ୍ଧାଙ୍କୁ ମାତ୍ର ୫ ମିନିଟ୍ର ବ୍ୟବଧାନରେ ଉଭୟ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଦିଆଯାଇଛି। ୬୩ ବର୍ଷୀୟା ବୃଦ୍ଧା...
ଅଢ଼େଇ ମାସ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ଅଢ଼େଇ ମାସ ପରେ ଦେଶରେ...
ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…
ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ...
ଇସ୍ରୋ ଗୁପ୍ତଚର କେସ୍: ପୂର୍ବତନ ପୋଲିସ ଅଧିକାରୀଙ୍କ ନାଁରେ ମାମଲା
ଥିରୁଭାନନ୍ତପୁରମ,୨୫ା୬: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁପ୍ତଚର ମାମଲାରେ ସିବିଆଇ ଗୁରୁବାର ୧୮ ଜଣଙ୍କ ନାଁରେ ଥିରୁଭାନନ୍ତପୁରମ୍ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟରେ...


