ନୂଆଦିଲ୍ଲୀ,୨୦ା୬: ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍ବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ ଝଟକା ଲାଗିଛି। ଭାରତର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍) ରୁଲ୍ସ, ୨୦୨୧ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ନିୟମର ଅନୁକୂଳ ନୁହେଁ। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ, ଓଭର ଦି ଟପ୍ (ଓଟିଟି) ପ୍ଲାଟ୍ଫର୍ମ ଏବଂ ଡିଜିଟାଲ ମିଡିଆ ଓ୍ବେବ୍ସାଇଟ୍ଗୁଡ଼ିକ ପାଇଁ ଜାରି କରାଯାଇଥିବା ନୂଆ ଗାଇଡ୍ଲାଇନ୍କୁ ପ୍ରତ୍ୟାହାର କରି ମାନବାଧିକାର ଉପରେ ହସ୍ତକ୍ଷେପ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଜାତିସଂଘ ମାନବାଧିକାର କମିଶନ୍ର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ମତ ବ୍ୟକ୍ତ କରିବା ଓ ଅଭିବ୍ୟକ୍ତି ସ୍ବାଧୀନତାର ପ୍ରୋତ୍ସାହନ ଏବଂ ସୁରକ୍ଷା ସମ୍ପର୍କିତ ଜାତିସଂଘ ସ୍ପେଶାଲ ରାପୋଟିୟରରେ ଭାରତର ନୂଆ ଆଇଟି ନିୟମକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଏହାକୁ ସ୍ପେଶିଆଲ ରାପୋଟିୟର୍ ଆଇରେନେ ଖାନ୍, ନ୍ୟାଲେସୋସି ଭୋଲ୍ୟୁ ଏବଂ ଜୋସେଫ କନ୍ନାଟାସି ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ମହାମାରୀରେ ହଜାର ହଜାର ଲୋକ ମରୁଛନ୍ତି। ଭାରତରେ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏଭଳି ସମୟରେ ମତାମତ ଦେବା ଓ ଅଭିବ୍ୟକ୍ତି ସ୍ବାଧୀନତା, ସୂଚନା ଅଧିକାର, ପ୍ରିଭେସି ଅଧିକ ଗୁରୁତ୍ୱପୂର୍ଣ୍ଣ। ଅନେକ ନାଗରିକ ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି। ଭାରତ ସରକାର ସେସବୁ ଉପରେ ଦୃଷ୍ଟି ନ ଦେଇ ନୂଆ ଆଇଟି ନିୟମ ଗଢ଼ିଛନ୍ତି, ଯାହାକି ଉପରୋକ୍ତ ସମସ୍ତ ପ୍ରକାର ଅଧିକାରକୁ ଉଲ୍ଲଂଘନ କରୁଛି। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଜାତିସଂଘ ପକ୍ଷରୁ ଭାରତ ସରକାରଙ୍କୁ ପରାମର୍ଶ ଦିଆଯାଇଛି।
ଟେକ୍ସୋଲୋଜି ଇନୋଭେଶନରେ ବିଶ୍ୱ ନେତା ରୂପେ ଭାରତ ଡିଜିଟାଲ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ଆଇନ ଆଣିବାରେ ସକ୍ଷମ। ତେବେ ସରକାର ଆଣିଥିବା ବର୍ତ୍ତମାନର ନିୟମ ଏହାର ବିପରୀତ। ସରକାର ନାଗରିକ ସମାଜ ସମେତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଏହି ନିୟମର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରନ୍ତୁ। ନୂଆ ନିୟମ ଆଇଟି ଆଇନ, ୨୦୦୦ ଅଧୀନରେ ଅଣାଯାଇଛି। ତେଣୁ ଏହାକୁ ପାର୍ଲାମେଣ୍ଟକୁ ସମୀକ୍ଷା ପାଇଁ ପଠାଯାଇ ନାହିଁ କି କୌଣସି ପକ୍ଷଙ୍କ ସହ ଏନେଇ ଆଲୋଚନା କରାଯାଇନାହିଁ ବୋଲି ଆମେ ବୁଝିପାରୁଛୁ। କିନ୍ତୁ ଆଇସିସିପିଆର୍ ଅନୁଚ୍ଛେଦ ୧୭ ଓ ୧୯ ଅନୁସାରେ ଭାରତର ଅନ୍ତର୍ଜାତୀୟ ଆଇନଗତ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ଏଭଳି ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କ ସହ ଆଲୋଚନା ଜରୁରୀ। ଏସଂକ୍ରାନ୍ତରେ ଜାତିସଂଘ ପକ୍ଷରୁ ଦିଆଯାଇଥିବା ଟିପ୍ପଣୀ ଓ ଭାରତର ମନ୍ତବ୍ୟକୁ ମାନବାଧିକାର ପରିଷଦରେ ଉପସ୍ଥାପନ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
‘ଯଦି ମହଙ୍ଗା ହେଉଛି ଖାଇବା-ପିଇବା, ପେଟ୍ରୋଲ ପକାଇବା ଛାଡିଦିଅନ୍ତୁ’
ରାୟପୁର,୪।୬: ଛତିଶଗଡର ପୂର୍ବତନ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ମହଙ୍ଗା ବଢିଯାଇଛି ବୋଲି କହୁଛନ୍ତି,...
‘ଜୟ ଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ଆକ୍ରମଣ: ରାହୁଲଙ୍କୁ ପାଲଟା ଜବାବ ଦେଲେ ଯୋଗୀ
ନୂଆଦିଲ୍ଲୀ,୧୫।୬: ‘ଜୟଶ୍ରୀ ରାମ’ ନ କହିବାରୁ ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଓ ଦାଢ଼ି କାଟି ଦେବା ଘଟଣାକୁ ନେଇ...
ସିସିଆଇ ନୋଟିସ ଉପରେ ରୋକ ଲଗାଯାଉ
ନୂଆଦିଲ୍ଲୀ, ୨୨ା୬: ନୂତନ ଗୋପନୀୟତା ନୀତିର ଅନୁସନ୍ଧାନ ବାବଦରେ ସୂଚନା ଦେବାକୁ କୁହାଯାଇ କମ୍ପିଟେଶନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଉପରେ...
ସିନ୍ଥିରେ ସିନ୍ଦୁର ଦେଇ କହିଲେ ଏବେ ତୁମେ ମୋ’ ସ୍ତ୍ରୀ, ପରେ ନେଲେ ଏମିତି ପ୍ରତିଶୋଧ
ଭୋପାଳ,୨୩ା୬: ଜଣେ ଯୁବତୀ ଜଣେ ଯୁବକଙ୍କୁ ପୂରା ବିଶ୍ୱାସ କରିନେଇଥିଲେ। ଯୁବତୀ ଭାବିଲେ ୟାଙ୍କୁ ହିଁ ବିବାହ କରିବି। ୩ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ...
କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...
ଭାରତ ବାୟୋଟେକ୍ରେ ସେନା ଛାଉଣୀ…
ହାଇଦ୍ରାବାଦ୍,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଭାକ୍ସିନ୍ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍ର ହାଇଦ୍ରାବାଦ୍ ସ୍ଥିତ କ୍ୟାମ୍ପସ୍ ଏବେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଛି।...
ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ସରକାର…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ନେଇକଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଦେଶର ସମସ୍ତଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ...


