ନୂଆଦିଲ୍ଲୀ, ୨୦।୬(ପି.ଟି.): ଡାକ୍ତର ଏବଂ ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ ବଳରେ ମାମଲା ରୁଜୁ କରିବାକୁ କେନ୍ଦ୍ର ସରକାର ଶନିବାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ ବେଳେ ଦେଶର ବିଭିନ୍ନ ଭାଗରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ଖବର ପ୍ରକାଶ ପାଇବା ପରେ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ଡାକ୍ତର ଓ ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ଧମକ କିମ୍ବା ଆକ୍ରମଣ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ବୋଲି ଭାଲ୍ଲା କହିଛନ୍ତି। ସେଥିପାଇଁ ଡାକ୍ତରଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ମହାମାରୀ ରୋଗ (ସଂଶୋଧନ) ଆଇନ ଅନୁଯାୟୀ ଡାକ୍ତରଙ୍କୁ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଏହି ହିଂସାକାଣ୍ଡରେ ଯଦି ଡାକ୍ତର ଗୁରୁତର କ୍ଷତିଗ୍ରସ୍ତ ହୋଇଥାନ୍ତି ତେବେ ୭ ବର୍ଷ ଜେଲ୍ ଏବଂ ୫ ଲକ୍ଷ ପର୍ଯ୍ୟନ୍ତ ଜରିମାନା ହୋଇପାରେ।
Posted inକରୋନା ଭାଇରସ୍, ଜାତୀୟ View All
ପାକିସ୍ତାନର ଆମ୍ବ କୂଟନୀତି ବିଫଳ: ଆମେରିକା-ଚାଇନା ଫେରାଇଲେ ଉପହାର…
ଇସଲାମାବାଦ୍,୧୩।୬: ପାକିସ୍ତାନର ଆମ୍ବ କୂଟନୀତି ଶେଷରେ ବିଫଳ ହୋଇଛି। ଆମେରିକା ସହିତ ପାକିସ୍ତାନର ବନ୍ଧୁ ବୋଲାଉଥିବା ଚାଇନା ଏକ୍ଷେତ୍ରରେ ପ୍ରଦାନ କରାଯାଇଥିବା ଉପହାର ଦେଇଛି। ପାକିସ୍ତାନ...
ସେପ୍ଟେମ୍ବରରେ ନୋଭାଭାକ୍ସ
ନୂଆଦିଲ୍ଲୀ, ୧୮।୬:ଆମେରିକୀୟ ବାୟୋଟେକ୍ନୋଲୋଜି କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କୋଭିଡ୍ ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ନିରାପଦ ବୋଲି ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି।...
ଅପଚୟ କଲେ କମ୍ ମିଳିବ
ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ସାବାଳକଙ୍କ ପାଇଁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ...
୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ
ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ...
ଭାକ୍ସିନ୍ ନ ନେଲେ ମୋବାଇଲ୍ ସିମ୍ କାର୍ଡ ହେବ ବ୍ଲକ୍, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…
କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର...
ଟିକା ବଦଳରେ ଦିଆଯାଇଛି ଲୁଣ ପାଣି
ମୁମ୍ବାଇ, ୨୫।୬: ମହାରାଷ୍ଟ୍ରର ମୁମ୍ବାଇ ମହାନଗରୀରେ ପ୍ରାୟ ୨,୦୦୦ ଲୋକଙ୍କୁ କୋଭିଡ୍-୧୯ର ନକଲି ଟିକା ଦିଆଯାଇଛି। ସେହିପରି ପଶ୍ଚିମବଙ୍ଗର କୋଲକାତାରେ ମଧ୍ୟ ୫୦୦ ଲୋକ ଏଭଳି...
ଅଢ଼େଇ ମାସ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ଅଢ଼େଇ ମାସ ପରେ ଦେଶରେ...
ଆଜି ରାଜ୍ୟରୁ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ
ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ ଲଗାତର କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬୧୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...


