E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍‌ଖା ସିଂ
11:06 amJune 20, 2021

ନୂଆଦିଲ୍ଲୀ,୨୦।୬: କିମ୍ବଦନ୍ତୀ ଆଥ୍‌ଲେଟ ତଥା ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍‌ଖା ସିଂଙ୍କ ପରଲୋକରେ ଭାରତୀୟ କ୍ରୀଡ଼ାଜଗତ ସ୍ତବ୍ଧ ହୋଇଛି। ଜଣେ ଲଢୁଆ ଖେଳାଳି ଓ ବ୍ୟକ୍ତି ଭାବେ ସାରା ଦେଶରେ ଜଣାଶୁଣା ଥିବା ମିଲ୍‌ଖା କରୋନା ଟ୍ରାକ୍‌ରେ ଏତେଶୀଘ୍ର ଜୀବନ ହାରିବେ ବୋଲି କେହି ଭାବି ନ ଥିଲେ। ୯୧ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ତାଙ୍କ ଜିିଦ୍‌ଖୋର ପ୍ରବୃତ୍ତି ତାଙ୍କୁ ଏହି ବିପଦରୁ ବଞ୍ଚାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ଶେଷରେ ତାଙ୍କୁ ପ୍ରାଣ ହାରିବାକୁ ପଡିଥିଲା। ମାତ୍ର କିଛଦିନ ତଳେ ସ୍ତ୍ରୀ ନିର୍ମଳ କୌରଙ୍କ ମଧ୍ୟ କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଦେହାନ୍ତ ହୋଇଥିଲା। ସାରା ଦେଶବାସୀ ତାଙ୍କ ପରଲୋକ ଖବରକୁ ହଜମ କରିପାରିନାହାନ୍ତି। କେବଳ କ୍ରୀଡ଼ାଜଗତ ନୁହେଁ ବହୁ ଉଚ୍ଚପଦସ୍ଥ ବ୍ୟକ୍ତି ତାଙ୍କ ପାଇଁ ଶୋକପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରେନ୍ଦ୍ର ସିଂ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଅନ୍ୟମାନେ। ସେହିପରି କ୍ରୀଡ଼ାଜଗତକୁ ବାଦ୍‌ଦେଲେ ବଲିଉଡ୍‌ର ତାରକା ଓ କଳାକାରମାନେ ତାଙ୍କ ଦେହାନ୍ତରେ ଶୋକ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପାଖାପାଖି ଗୋଟିଏ ମାସ ସେ କୋଭିଡ୍‌-୧୯ ବିରୋଧରେ ଲଢେଇ ଜାରି ରଖିଥିଲେ। ସେ ମଧ୍ୟ ଭଲ ହୋଇ ହସ୍ପିଟାଲରୁ ଘରକୁ ଫେରିଥିଲେ। ହସ୍ପିଟାଲ ଯିବା ପର୍ବରୁ ସେ ଭଲ ହୋଇଯିବେ ବୋଲି କହିଥିଲେ। କରୋନା ସଂକ୍ରମଣର ଶିକାର ହୋଇଛି ଓ ଏଥିରୁ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବି ବୋଲି ସେ କହିଥିଲେ।

ଦେଶ ବିଭାଜନ: ଶରଣାର୍ଥୀ ମିଲ୍‌ଖା
ଦେଶ ବିଭାଜନ ବେଳେ ହୋଇଥିବା ଦଙ୍ଗାରେ ସେ ପାକିସ୍ତାନରେ ତାଙ୍କ ମାତାପିତାଙ୍କୁ ହରାଇଥିଲେ। ଦଙ୍ଗାର ରକ୍ତାକ୍ତ ସଂଘର୍ଷ ଦେଖି ସେ କୌଶଳକ୍ରମେ ଭାରତ ଚାଲିଆସି ଦିଲ୍ଲୀର ଶରଣାର୍ଥୀ ଶିବିରରେ ରହିଥିଲେ। ସେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା। ଶିବିରରେ ସେ ବୁଟ୍‌ ପଲିଶ ବଏ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ପୁରୁଣା ଦିଲ୍ଲୀ ରେଲଓ୍ବେ ଷ୍ଟେଶନରେ ସେ ଶପ୍‌ କ୍ଲିନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ମଧ୍ୟରେ ସେ ନିଜର ଆବଶ୍ୟକତା ପୂରଣ ପାଇଁ ଟ୍ରେନ୍‌ରୁ ବିଭିନ୍ନ ଜିନିଷ ଚୋରି କରିଥିଲେ। ସେଥିପାଇଁ ସେ ବିଭିନ୍ନ ମାମଲାରେ ଏକାଧିକ ବାର ଜେଲ ଯାଇଥିଲେ। ଜଣେ ସମ୍ପର୍କୀୟ ଭଉଣୀ ଗହଣା ବିକି ତାଙ୍କୁ ଜାମିନରେ ଜେଲ ବାହାରକୁ ଆଣିଥିଲେ।

ସେନାବାହିନୀରେ ଯୋଗଦାନ
ଭାରତୀୟ ସେନା ବାହିନୀରେ ଯୋଗ ଦେବା ପାଇଁ ସେ ୩ ଥର ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ୧୯୫୨ରେ ଚତୁର୍ଥ ପ୍ରୟାସରେ ଅବଶ୍ୟ ସେ ସଫଳ ହୋଇଥିଲେ। ଏହାପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ସେତେବେଳେ କିଏ ଜାଣିଥିଲା ଯେ, ଏହି ଯୁବକ ଦିନେ ଭାରତୀୟ କ୍ରୀଡ଼ାକୁ ବିଶ୍ୱ ଦରବାରରେ ପରିଚିତ କରାଇବ ଓ ‘ଫ୍ଲାଇଙ୍ଗ୍‌ ଶିଖ’ ନାମରେ ଜଣାଶୁଣା ହେବ? ସବୁପ୍ରକାର ବାଧାବିଘ୍ନକୁ ପଛରେ ପକାଇ ନିଜର ଆତ୍ମବିଶ୍ୱାସ ବଳରେ ଜଣେ ଆଥ୍‌ଲେଟ ତଥା ସ୍ପ୍ରିଣ୍ଟର ହିସାବରେ ବିଶ୍ୱସ୍ତରୀୟ ସଫଳତା ହାସଲ କରିଥିଲେ। ଯାହାକୁ ଦେଶ ଆଜି ବି ମନେ ରଖିଛି। ଆଥ୍‌ଲେଟ ଭାବେ ସେ ହାସଲ କରିଥିବା ସଫଳତା ଭାରତୀୟ କ୍ରୀଡ଼ା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଖାସ୍‌ କରି ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭାରତୀୟ ଆଥ୍‌ଲେଟମାନେ ପଛୁଆ ଥିବା ପରି ମନେହୁଅନ୍ତି। କିନ୍ତୁ ସେ ଏହାକୁ ଭୁଲ ବୋଲି ପ୍ରମାଣିତ କରିଥିଲେ।

ଐତିହାସିକ ସଫଳତା ଓ ରୋମ୍‌ ଅଲିମ୍ପିକ୍ସ ଅବସୋସ
୧୯୫୮ରେ ଓ୍ବେଲ୍ସର କାର୍ଡିଫ୍‌ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି କିମ୍ବଦନ୍ତୀ ଧାବକ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ଥିଲେ। ସେ ମଧ୍ୟ ଏସିଆନ୍‌ ଗେମ୍ସରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୫୮ ଟୋକିଓ ଓ ୧୯୬୨ ଜାକାର୍ତ୍ତା ଏସିଆନ୍‌ ଗେମ୍ସରେ ଏହି ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ। ତେବେ ସେ ସବୁଠାରୁ ବଡ଼ ସଫଳତା ହାସଲ କରିଥିଲେ ୧୯୬୦ ରୋମ୍‌ ଅଲିମ୍ପିକ୍ସରେ, ଯଦିଓ ସେ ଅଳ୍ପକେ ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ସେ ରୋମ୍‌ ଅଲିମ୍ପିକ୍ସର ୪୦୦ ମିଟର ଫାଇନାଲରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ରୋମ୍‌ ଅଲିମ୍ପିକ୍ସର ୪୦୦ ମିଟର ଫାଇନାଲରେ ସେ ୪୫.୬ ସେକେଣ୍ଡ ସମୟ ନେଇଥିଲେ। ମାତ୍ର ୦.୧ ସେକେଣ୍ଡ ପାଇଁ ସେ ବ୍ରୋଞ୍ଜ୍‌ ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ସଫଳତା ଥିଲେ ମଧ୍ୟ ପଦକ ହାସଲରୁ ବଞ୍ଚିତ ହେବାର ଅବସୋସକୁ ସେ ଭୁଲିପାରି ନ ଥିଲେ। ଜଜ୍‌ମେଣ୍ଟରେ ଅର୍ଥାତ୍‌ ସମୟର ଗଣନାରେ କିଛି ତ୍ରୁଟି ଥିଲା ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ ଅବଶ୍ୟ ବିଶ୍ୱାସ କରିବା ସହଜ ନୁହେଁ ବୋଲି ମନେହୁଏ।

ଭାଗ୍‌ ମିଲ୍‌ଖା ଭାଗ୍‌ ଚଳଚ୍ଚିତ୍ର ସୁପରହିଟ୍‌
ଏହି ଇଭେଣ୍ଟରେ ତାଙ୍କର ଟାଇମିଂ ଦୀର୍ଘ ୩୮ ବର୍ଷ ଧରି ଜାତୀୟ ରେକର୍ଡ ଭାବେ କାଏମ ରହିଥିଲା। କ୍ରୀଡ଼ାପ୍ରତି ତାଙ୍କର ଅସାଧାରଣ ଅବଦାନ ପାଇଁ ତାଙ୍କୁ ୧୯୫୯ରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିଲା। ୧୯୫୮ରେ ବ୍ରିଟିଶ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୪୪୦ ୟାର୍ଡର ରେସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ଭାରତୀୟ ଆଥ୍‌ଲେଟିକକୁ ବିଶ୍ୱ ମାନଚିତ୍ରରେ ପରିଚିତ କରାଇଥିଲେ। ସେତେବେଳେ ପ୍ରଥମ ଭାରତୀୟ ଭାବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ସଫଳତାରେ ପ୍ରଭାବିତ ହେଇ ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଜାତୀୟ ଛୁଟିଦିନ ଘୋଷଣା କରିଥିଲେ। କ୍ୟାରିୟରରେ ମୋଟ ୮୦ଟି ରେସ୍‌ରେ ଅଂଶଗ୍ରହଣ କରି ସେ ୭୭ଟିରେ ବିଜୟୀ ହୋଇଥିଲେ। ଏହା ଯେକୌଣସି ଆଥ୍‌ଲେଟ ପାଇଁ ଏକ ଅସାଧାରଣ ସଫଳତା ବୋଲି କୁହାଯାଇପାରେ। ଦୁଇଟି ଘଟଣା ତାଙ୍କ ପାଇଁ ଅଭୁଲା ହୋଇ ରହିଛି। ରୋମ୍‌ ଅଲିମ୍ପିକ୍ସରେ ଅଳ୍ପକେ ପଦକ ହରାଇବା ଓ ଦେଶ ବିଭାଜନ ବେଳେ ପାକିସ୍ତାନରେ ତାଙ୍କ ମାତାପିତାଙ୍କୁ ହତ୍ୟା କରାଯିବା ଘଟଣା ତାଙ୍କୁ ଶେଷ ପର୍ଯ୍ୟନ୍ତ କଷ୍ଟ ଦେଇଆସିଛି। ଏ ନେଇ ସେ ତାଙ୍କ ୧୬୦ ପୃଷ୍ଠା ବିଶିଷ୍ଟ ଆତ୍ମଜୀବନୀରେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ତାଙ୍କ ଜୀବନୀକୁ ନେଇ ‘ଭାଗ୍‌ ମିଲ୍‌ଖା ଭାଗ୍‌’ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ରାକେଶ ଓମ୍‌ପ୍ରକାଶ ମେହେରାଙ୍କ ନିର୍ଦ୍ଦେଶନାରେ ଏହି ସିନେମା ୨୦୧୩ ଜୁଲାଇ ୧୧ରେ ମୁକ୍ତିଲାଭ କରିଥିଲା। ଏହା ସେତେବେଳେ ବକ୍ସ ଅଫିସ୍‌ରେ ସୁପର ଡୁପର ହିଟ୍‌ ହୋଇଥିଲା। ଏହି ସିନେମାରେ ମିଲଖାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଜଣାଶୁଣା ଗୀତିକାର ଜାଭେଦ ଅଖତାରଙ୍କୁ ପୁଅ ଫରହାନ।

୩୮ ବର୍ଷ ପରେ ଭାଙ୍ଗିଲା ତାଙ୍କ ରେକର୍ଡ
ଦୀର୍ଘ ୩୮ ବର୍ଷ ପରେ ତାଙ୍କ ରୋମ୍‌ ଅଲିମ୍ପିକ୍ସ ରେକର୍ଡକୁ ପରମଜିତ ସିଂ ୧୯୯୮ କୋଲକାତାରେ ଅନୁଷ୍ଠିତ ଜାତୀୟ ମିଟ୍‌ରେ ଭାଙ୍ଗିଥିଲେ। ସେ ଯାହା କରିପାରି ନାହାନ୍ତି ଆଉ ଜଣେ ଭାରତୀୟ ତାହା କରନ୍ତୁ ବୋଲି ସେ ଚାହୁଁଥିଲେ। ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଆଉ ଜଣେ ଭାରତୀୟ ଅଲିମ୍ପିକ ପଦକ ଜିତନ୍ତୁ ବୋଲି ସେ ଚାହୁଁଥିଲେ। ତେବେ ତାଙ୍କର ଏହି ଆଶା ମଧ୍ୟ ଅପୂରଣୀୟ ରହିଥିଲା।
ସେନାବାହିନୀରେ ଭର୍ତ୍ତିହେବା ପରେ ସେ ତାଙ୍କର ପ୍ରଥମ ରେସ ସିକନ୍ଦରବାଦ୍‌ରେ ଦୌଡିଥିଲେ ଓ ୫ ମାଇଲ୍‌ ରେସ୍‌ରେ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ଏହାପରେ ୪୦୦ ମିଟର ଦୌଡ଼ ପାଇଁ ତାଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାପରେ ସେ ପଛକୁ ଫେରି ଚାହିଁ ନ ଥିଲେ ଓ ଏହା ପରେ ଯାହା ଘଟିଛି ତାହା ଇତିହାସ ହୋଇଛି।

ପାକିସ୍ତାନ- ଭାରତ ସ୍ପୋଟର୍‌ସ ମିଟ୍‌ ଘଟଣା
୧୯୬୦ ପାକିସ୍ତାନ- ଭାରତ ସ୍ପୋଟର୍‌ସ ମିଟ୍‌ ଘଟଣାକୁ ବାଦ୍‌ ଦେଲେ ତାଙ୍କ କ୍ୟାରିୟର ଓ ଜୀବନ ଅସମ୍ପୂର୍ଣ୍ଣ ରହିବ। ଏଥିରେ ସେ ପାକିସ୍ତାନର ଅବଦୁଲ ଖଲିକଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ। ଖଲିକ ସେତେବେଳେ ଏସିଆର ଦ୍ରୁତତମ ଧାବକ ବିବେଚିତ ହୋଇଥିଲେ। ୧୦୦ ମିଟରରେ ଖଲିକ ୧୯୫୮ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିଥିଲେ। ୪୦୦ ମିଟରରେ ସ୍ବର୍ଣ୍ଣ ଜିତିବା ପରେ ସେ ୨୦୦ ମିଟର ଫାଇନାଲରେ ଖଲିକଙ୍କୁ ହରାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ପାକିସ୍ତାନ ରାଷ୍ଟ୍ରପତି ଜେନେରାଲ ଆୟୁବ ଖାଁ ତାଙ୍କୁ ସେତେବେଳେ ‘ଫ୍ଲାଇଙ୍ଗ୍‌ ଶିଖ୍‌’ ଆଖ୍ୟା ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ୧୯୬୪ ଅଲିମ୍ପିକ୍ସ ପରେ ସେ ଆଥ୍‌ଲେଟିକ୍ସରୁ ଅବସର ଘୋଷଣା କରିଥିଲେ। ୧୯୬୩ରେ ସେତେବେଳର ଭାରତୀୟ ଭଲିବଲ ଦଳ ଅଧିନାୟିକା ନିର୍ମଲ କୌରଙ୍କୁ ବିବାହ କରିଥିଲେ। ୧୯୫୬ରେ ଶ୍ରୀଲଙ୍କାରେ ଦୁଇଜଣଙ୍କର ପ୍ରଥମଥର ପାଇଁ ସାକ୍ଷାତ ହୋଇଥିଲା। ତାଙ୍କର ୩ ଝିଅ ଗୋଟିଏ ପୁଅ ରହିଛନ୍ତି। ଜଣାଶୁଣା ଗଲ୍ପର ଜୀଭ ମିଲ୍‌ଖା ସିଂ ତାଙ୍କ ଏକମାତ୍ର ପୁଅ। ଭାରତୀୟ କ୍ରୀଡ଼ା ଇତିହାସରେ ମିଲ୍‌ଖାଙ୍କ ନାମ ସ୍ମରଣୀୟ ହୋଇ ରହିବ ଓ କ୍ରୀଡ଼ାପ୍ରେମୀ ତାଙ୍କୁ ସବୁଦିନ ମନେ ରଖିବେ। ତାଙ୍କ ଭଳି ଆଥ୍‌ଲେଟ ବାରମ୍ବାର ଜନ୍ମ ନେଇ ନ ଥାନ୍ତି ବୋଲି କ୍ରୀଡ଼ାପ୍ରେମୀ ହୃଦୟଙ୍ଗମ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

୨୦୧୧ ବିଶ୍ୱକପ୍‌ ହିରୋଙ୍କ ସନ୍ୟାସ

ଡବଲିନ,୧୮ା୬: ଭାରତରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍‌ର ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଆୟର୍ଲାଣ୍ଡ ଆଗରେ ୩୨୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଥିଲା ଇଂଲଣ୍ଡ। ବଡ଼...

ଜାଡେଜା-ପନ୍ତଙ୍କ ଉପରେ ସବୁ ଆଶା

ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନ୍ତିମ ତଥା ୬ଷ୍ଠ ଦିନର ପ୍ରଥମ...

ରାହୁଲ ଦ୍ରାଭିଡ ନା ବାପା, କାହା କଥା ଆଗ ମାନିବେ କ୍ରିକେଟର୍‌ ଶୁଭମନ ଗିଲ୍‌: ମିଳିଲା ରୋଚକ ଉତ୍ତର

ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ଏକ ବଡ଼ କଥା କହିଛନ୍ତି। ରାହୁଲ ଦ୍ରାବିଡ ଅନ୍ୟ କୋଚମାନଙ୍କଠାରୁ କିପରି...

୬ ବର୍ଷ ପରେ ହେଲା ଖୁଲାସା: ପାକିସ୍ତାନ ଖେଳାଳିଙ୍କୁ ଭେଟିବା ପାଇଁ ରାସ୍ତାକଡ଼ରେ ଅପେକ୍ଷା କରିଥିଲେ ରାହୁଲ ଦ୍ରାଭିଡ

ରାହୁଲ ଦ୍ରାବିଡ ଜଣେ ଭଲ କ୍ରିକେଟର ତଥା ଜଣେ ଭଲ ମଣିଷ। ରାହୁଲ ଦ୍ରାବିଡ ଅନ୍ୟକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି। ୨୦୧୪ ମସିହାରେ...

ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୬: ଖୁବ୍‌ କମ୍‌ ମ୍ୟାଚ୍‌ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ...

ମିଷ୍ଟର ଡିପେଣ୍ଡବୁଲ୍‌ ଟିମ୍‌ ଇଣ୍ଟିଆ କୋଚ୍‌: ସୂଚନା ଦେଲେ ଗାଙ୍ଗୁଲୀ…

କୋଲକାତା,୧୫।୬: ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ। ଏନେଇ ବିବିସିଆଇ ପକ୍ଷରୁ ଟିମ୍‌ ଇଣ୍ଡିଆ କୋଚ୍‌ ଭାବେ ମିଷ୍ଟର ଡିପେଣ୍ଡବୁଲ୍‌ ରାହୁଲ ଦ୍ରାବିଡ୍‌ଙ୍କୁ ନିଯୁକ୍ତ କରାଯାଇଛି।...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ବୋଲର ଅଶ୍ୱିନ

ସାଉଥାମ୍ପଟନ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ସବୁଠୁ ସଫଳତମ ବୋଲର ଆଖ୍ୟା ପାଇଛନ୍ତି ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଦୁଇ ବର୍ଷ ଧରି ଖେଳାଯାଇଥିବା...

କୌଣସି ଚଳଚ୍ଚିତ୍ରଠାରୁ କମ୍‌ ନୁହେଁ ଏହି କ୍ରିକେଟର୍‌ଙ୍କ ପ୍ରେମ କାହାଣୀ: ଅତିଥି ଭାବେ ଯାଇଥିବାବେଳେ ପଡିଯାଇଥିଲେ ପ୍ରେମରେ

ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟିମ ଇଣ୍ଡିଆର ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଇଂଲଣ୍ଡ ବିପକ୍ଷ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ମଲ୍‌ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସ୍‌ସିଏଆଇ
Next Post Next post:
ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts