ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣରେ ଆକ୍ରାନ୍ତ ଯୋଗୁ ଘଟିଥିବା ସମସ୍ତ ମୃତକଙ୍କୁ ଚିହ୍ନଟ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ୧୮୩ ପୃଷ୍ଠାର ସତ୍ୟପାଠରେ ଉଲ୍ଲେଖ କରାଯାଇଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ତାଲିକାରେ ହସ୍ପିଟାଲରେ ଘଟିଥିବା ଲୋକଙ୍କୁ ସାମିଲ କରାଯାଇଛି। ତେବେ ଘରେ ଅବା ହସ୍ପିଟାଲ କ୍ୟାମ୍ପସ୍, ପାର୍କିଂ ସ୍ଥାନରେ ଘଟିଥିବା ମୃତକଙ୍କୁ ତାଲିକାରେ ସାମିଲ୍ କରାଯାଇ ନାହିଁ। ବିଭିନ୍ନ ରାଜ୍ୟରେ ସରକାରୀ ଭାବେ ଘୋଷଣା କରାଯାଇଥିବା ମୃତକଙ୍କ ସଂଖ୍ୟା ଏବଂ ବେସରକାରୀ ହିସାବ ମଧ୍ୟରେ ତାଳମେଳ ରହୁ ନ ଥିବା ଅଭିଯୋଗ ହୋଇଛି। ସରକାରଙ୍କ ମୃତକ ତାଲିକାଠାରୁ ପ୍ରକୃତ ମୃତକଙ୍କ ସଂଖ୍ୟା ଢେର୍ ଅଧିକ ବୋଲି ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ନାଟକ, ଦିଲ୍ଲୀ ଆଦିରେ ଘଟିଥିବା କରୋନା ମୃତକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ସରକାରୀ ରିପୋର୍ଟରେ ଏହା କମ୍ ପ୍ରକାଶ ପାଇଥିବା ଅଭିଯୋଗ ଜାରି ରହିଛି। ଏସବୁ ରାଜ୍ୟରେ ଚିହ୍ନଟ ହୋଇ ନ ଥିବା ୪ ଲକ୍ଷ ୮୦ ହଜାରରୁ ଅଧିକ କରୋନା ମୃତକ ରହିଛନ୍ତି। ଶନିବାର ବିହାରରେ ଗତ ୫ ମାସ ମଧ୍ୟରେ ୭୫ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେସରକାରୀ ଭାବେ ପ୍ରକାଶ ପାଇଥିବାବେଳେ ଏହା ସରକାରୀ ରିପୋର୍ଟଠାରୁ ୧୦ ଗୁଣା ଅଧିକ ବୋଲି କୁହାଯାଉଛି।
Posted inକରୋନା ଭାଇରସ୍, ଜାତୀୟ View All
ଭାଜପାକୁ ଭାଙ୍ଗିବାକୁ ପ୍ରୟାସ:ଟିଏମ୍ସିରେ ସାମିଲ ହେଲେ ଅନେକ ନେତା
କୋଲକାତା,୨୧।୬: ପଶ୍ଚିମବଙ୍ଗରେ ଭାଜପାକୁ ଆଉ ଏକ ଝଟ୍କା ଲାଗିଛି। ଅଲିପୁରଦ୍ୱାରରୁ ଦଳର ଜିଲାଧ୍ୟକ୍ଷ ଗଙ୍ଗା ପ୍ରସାଦ ଶର୍ମା ତୃଣମୂଳ କଂଗ୍ରେସ(ଟିଏମ୍ସି)ର ହାତ ଧରିଛନ୍ତି। ସୋମବାର ଦ୍ୱିପ୍ରହରରେ...
ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରୁଥିଲେ ସ୍ବାମୀ: ଜଣାପଡିବା ପରେ…
ପୁଣେ,୨୦।୬:ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରି ଗିରଫ ହୋଇଛନ୍ତି ସ୍ବାମୀ। ରୋଚକ କଥା ହେଉଛି ୪୦...
ଭାକ୍ସିନ୍ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...
ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବ ଡ୍ରୋନ୍
କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍। ଏହି ଡ୍ରୋନ୍କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି...
ରେଳଧାରଣାରେ ଯାଇଛି ୮,୭୦୦ ଜୀବନ
ନୂଆଦିଲ୍ଲୀ, ୩।୬(ପି.ଟି.): ୨୦୨୦ରେ ଦେଶବ୍ୟାପୀ ଲକ୍ଡାଉନ ଯୋଗୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଯଥେଷ୍ଟ ହ୍ରାସ ସତ୍ତ୍ୱେ ରେଳଧାରଣାରେ ୮,୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ...
ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’
ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍ ବସ୍-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି...
ଏଆଇଏଡିଏମ୍କେରୁ ୧୭ ନେତା ବହିଷ୍କୃତ
ଚେନ୍ନାଇ, ୧୫।୬(ଆଇଏଏନ୍ଏସ୍): ପୂର୍ବତନ ସାଧାରଣ ସମ୍ପାଦକ ଭି.କେ. ଶଶିକଳାଙ୍କ ସହ ସମ୍ପର୍କ ରଖିଥିବା ଏଆଇଏଡିଏମ୍କେର ମୁଖପାତ୍ର ଭି. ପୁଗାଝେନ୍ଦିଙ୍କ ସମେତ ୧୭ ଜଣ ନେତାଙ୍କୁ ସୋମବାର...
ବିହାର ବଢ଼ାଇଦେଲା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ,୧୧ା୬:ଦେଶରେ ବୁଧବାର କାରୋନା ଭାଇରସ୍ ସଂକ୍ରମଣଜନିତ ୬,୧୪୮ ମୃତ୍ୟୁ ଘଟିଛି। ମହାମାରୀ ଆସିବା ପରଠାରୁ ଦିନକ ଭିତରେ ସଂକ୍ରମିତଙ୍କ ଜୀବନ ଯିବାରେ ଏହା ସର୍ବାଧିକ। ତେବେ...


