ଜଳେଶ୍ୱର, ୨୦।୬: ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡ଼ ଝାଡ଼େଶ୍ୱରପୁର ସ୍କୁଲ ସାମ୍ନା ଏକ ପାଉଁରୁଟି ଦୋକାନ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଗ୍ରାହକଙ୍କ ମୃତ୍ୟୁ ହୋଇଛି। ଏହାସହ ଘରମାଲିକ ସେକ୍ ଆଲ୍ଲାଉଦ୍ଦିନ ଆହତ ହୋଇଛନ୍ତି। ମୃତକ ହେଲେ ରୂପ୍ସା ଅଞ୍ଚଳର ଦୟାନିଧି ସାହୁ(୪୦)।
ଦୟାନିଧି ଜଳେଶ୍ୱର ଷ୍ଟେଶନ ବଜାର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଏକ ଉଠାଦୋକାନ କରିଥିଲେ ା ଲକ୍ଡାଉନ୍, ଶଟ୍ଡାଉନ୍ ଥିବାରୁ ସେ ନିଜ ସାଇକେଲରେ ଗାଁକୁ ଗାଁ ବୁଲି ଛଣା ଜିନିଷ ବିକ୍ରି କରିଆସୁଥିଲେ। ରବିବାର ଦୟାନିଧି ପାଉଁରୁଟି ନେବା ପାଇଁ ଦୋକାନକୁ ଯାଇଥିବା ବେଳେ ଘର ଛାତ ହଠାତ୍ ଭୁଶୁଡି ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇ ପଡିଥିଲେ ା ପ୍ରଥମେ ତାଙ୍କୁ ଜିକେଭଟ୍ଟର ହସ୍ପିଟାଲ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ଲାଗି ରୂପ୍ସା ହସ୍ପିଟାଲ ପଠାଯାଇଛି। ଦୟାନିଧିଙ୍କ ମୃତ୍ୟୁରେ ସ୍ତ୍ରୀ ଓ ୨ ଝିଅ ଅସହାୟ ହୋଇପଡିଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
Posted inଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ସୁସ୍ଥ ହୋଇ କାମ କଲେଣି ଡେଲ୍ଟା ପ୍ଲସ୍ ସଂକ୍ରମିତ
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ବ୍ଲକ ବସାଲଇ ଗ୍ରାମର ମିଲୁ...
ମ୍ୟାଲେରିଆ ଶୂନ୍ୟ ହେବ ଓଡ଼ିଶା
ଭୁବନେଶ୍ୱର,୨୬।୬(ବ୍ୟୁରୋ): ଓଡ଼ିଶା ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଭାବେ ଅଗ୍ରସର ହେବା ଆରମ୍ଭ କରିଛି । ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ୯୦...
ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ
ଜୟପୁର,୧୨ା୬: ପ୍ରଥମେ ପରିବା, କଣ୍ଟେନର, ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏବେ ଆଉ ଏକ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧୫।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୪୨ ଜଣଙ୍କ ଜୀବନ...
ଦିବ୍ୟାଙ୍ଗ ଝିଅ ସହ ରାହା ଖୋଜୁଛନ୍ତି ରଜନୀ
ସିମୁଳିଆ, ୨୦।୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ୩ନଂ. ୱାର୍ଡ ରାଉତପଡା ଅଞ୍ଚଳର ୫୫ ବର୍ଷୀୟା ରଜନୀ ଦାସଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ...
ଘରେ ରହି ରଜ ପାଳନ କରନ୍ତୁ: ଏଡିଜି
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଲକ୍ଡାଉନ ଓ ଶଟ୍ଡାଉନ ଭଳି କଟକଣାକୁ ଦୃଢ଼ ଭାବେ ପାଳନ କରାଯାଉଥିବାରୁ କୋଭିଡ୍ ସଂକ୍ରମଣରେ ହ୍ରାସ ଘଟୁଛି। ଆଗକୁ ରଜ ପର୍ବ ଆସୁଛି।...
ନବମ, ଦଶମ ଶ୍ରେଣୀ ସିଲାବସ୍ କମିବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଚଳିତବର୍ଷ ବି ନବମ,ଦଶମ ଶ୍ରେଣୀର ସିଲାବସ୍ କମିବ। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ ହ୍ରାସ କରାଯିବ। ସିଲାବସ୍...


