ଜଳେଶ୍ୱର, ୨୦।୬: ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡ଼ ଝାଡ଼େଶ୍ୱରପୁର ସ୍କୁଲ ସାମ୍ନା ଏକ ପାଉଁରୁଟି ଦୋକାନ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଗ୍ରାହକଙ୍କ ମୃତ୍ୟୁ ହୋଇଛି। ଏହାସହ ଘରମାଲିକ ସେକ୍ ଆଲ୍ଲାଉଦ୍ଦିନ ଆହତ ହୋଇଛନ୍ତି। ମୃତକ ହେଲେ ରୂପ୍ସା ଅଞ୍ଚଳର ଦୟାନିଧି ସାହୁ(୪୦)।
ଦୟାନିଧି ଜଳେଶ୍ୱର ଷ୍ଟେଶନ ବଜାର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଏକ ଉଠାଦୋକାନ କରିଥିଲେ ା ଲକ୍ଡାଉନ୍, ଶଟ୍ଡାଉନ୍ ଥିବାରୁ ସେ ନିଜ ସାଇକେଲରେ ଗାଁକୁ ଗାଁ ବୁଲି ଛଣା ଜିନିଷ ବିକ୍ରି କରିଆସୁଥିଲେ। ରବିବାର ଦୟାନିଧି ପାଉଁରୁଟି ନେବା ପାଇଁ ଦୋକାନକୁ ଯାଇଥିବା ବେଳେ ଘର ଛାତ ହଠାତ୍ ଭୁଶୁଡି ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇ ପଡିଥିଲେ ା ପ୍ରଥମେ ତାଙ୍କୁ ଜିକେଭଟ୍ଟର ହସ୍ପିଟାଲ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ଲାଗି ରୂପ୍ସା ହସ୍ପିଟାଲ ପଠାଯାଇଛି। ଦୟାନିଧିଙ୍କ ମୃତ୍ୟୁରେ ସ୍ତ୍ରୀ ଓ ୨ ଝିଅ ଅସହାୟ ହୋଇପଡିଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
Posted inଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ
କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ...
କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର
ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି...
ଗୋଟିଏ ଜୁଇରେ ୧୦ କୋଭିଡ୍ ମୃତଦେହ ସତ୍କାର ଘଟଣା ହାଇକୋର୍ଟରେ ମାମଲା
କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ...
ଓ୍ବେବ୍ସାଇଟରେ ପ୍ରଭାବ ଏବଂ ପଇସା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ବର୍ତ୍ତମାନ ୪୨ଟି ବିଭାଗ କାର୍ଯ୍ୟ କରୁଛି। ସେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ କେତେ ମାତ୍ରାରେ ସୁରକ୍ଷିତ ତାକୁ ନେଇ...
ପୂର୍ବତନ ଜିଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର
ଭୁବନେଶ୍ୱର,୧୪।୬ : ନୟାପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ ଜଣେ ଅବରସରପ୍ରାପ୍ତ ଜିଲାପାଳଙ୍କ ଘରୁ ସୋମବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କୁ ପ୍ରାୟ...
ଗ୍ଲୋବାଲ ଇ-ଟେଣ୍ଡର ବାତିଲ
ଭୁବନେଶ୍ୱର,୨୪।୬(ବ୍ୟୁରୋ): କୋଭିଡ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରାଯାଇଛି। ବୁଧବାର ଏ ନେଇ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ...
ଆଜିଠୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ ଆରମ୍ଭ ହେବ। ପୂର୍ବରୁ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ଏହା ଦୁଇଗୁଣ...
ପରିତ୍ୟକ୍ତ କୂଅରୁ ଆସୁଥିଲା ଦୁର୍ଗନ୍ଧ, ପୋଲିସ ଖୋଜିବା ପରେ ଯାହା ମିଳିଲା…
ସୁନ୍ଦରଗଡ଼,୧୩।୬(ଡି.ଏନ୍.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥର ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅ...


