E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

ଅଯୋଧ୍ୟା ଜମି ଦୁର୍ନୀତିର ତଦନ୍ତ ହେଉ
9:54 amJune 21, 2021

ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ ହେଲେ ଅଦାଲତଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସୁପ୍ରିମକୋର୍ଟଙ୍କ ଦାୟିତ୍ୱ ବୋଲି କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି। ଭଗବାନ ରାମଙ୍କ ନାମରେ ସଂଗୃହୀତ ଅର୍ଥ ଲୁଟ୍‌ ହେଉଛି। ଏଥିରେ ଅଯୋଧ୍ୟାର ସ୍ଥାନୀୟ ନେତା ସମ୍ପୃକ୍ତ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟଙ୍କ ନୀରବତାକୁ ନେଇ ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଭାଜପା ନେତା ଫେବୃୟାରୀରେ ୨୦ ଲକ୍ଷ ଟଙ୍କାରେ ଅଯୋଧ୍ୟାରେ ଜମି କିଣି ଏହାକୁ ୨.୫ କୋଟି ଟଙ୍କାରେ ରାମମନ୍ଦିର ଟ୍ରଷ୍ଟକୁ ବିକ୍ରି କରିଛନ୍ତି। ମାତ୍ର ୭୯ ଦିନରେ ଭାଜପା ନେତା ଉକ୍ତ ଜମିରୁ ୧୨୫୦ ପ୍ରତିଶତ ଲାଭ ଉଠାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାମ ମନ୍ଦିର ନିର୍ମାଣ ହେଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ଗଠନ କରିଛନ୍ତି। ତେଣୁ ସତ୍ୟ ଲୋକଲୋଚନକୁ ଆଣିବା ସୁପ୍ରିମକୋର୍ଟ ଓ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ କି ବୋଲି ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟ୍‌ର ସମସ୍ତ କାରବାରର ଅଡିଟ୍‌ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି। ରାମଙ୍କ ନାମରେ ସଂଗୃହୀତ ଚାନ୍ଦା ଲୁଟ୍‌ ହେଲେ ଲୋକେ କଦାପି କ୍ଷମା ଦେବେନାହିଁ। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୮ରେ ଦୁଇଜଣ ରିଅଲ ଇଷ୍ଟେଟ ବ୍ୟବସାୟୀ ୨ କୋଟି ଟଙ୍କାରେ କିଣିଥିବା ଜମିକୁ ମାତ୍ର କେଇ ମିନିଟ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ୧୮.୫ କୋଟି ଟଙ୍କାରେ ବିକିଥିଲେ। ୬ ଦିନ ତଳେ ଆମ୍‌ ଆଦ୍‌ମୀ ପାର୍ଟି ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଏବଂ ସମାଜବାଦୀ ପାର୍ଟ ନେତା ପଓ୍ବନ ପାଣ୍ଡେ ଏହି ଜମି ଦୁର୍ନୀତି ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀକୁ ସୂଚନା ଦେଇଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା କଲେ ଏମିତି ହୃଦୟଥରା କାମ

ଜବଲପୁର,୧୩।୬: ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା ଏକ ହୃଦୟଥରା କାଣ୍ଡ କରିଛନ୍ତି। ନିଜ...

ବିଶ୍ୱର ଅନେକ ବଡ଼ ବଡ଼ ଓ୍ବେବ୍‌ସାଇଟ୍‌ ଠପ୍‌

ନୂଆଦିଲ୍ଲୀ,୮।୬: ସାରା ବିଶ୍ୱରେ ଅନେକ ବଡ ବଡ ଓ୍ବେବସାଇଟ୍‌ ଡାଉନ୍‌ ହୋଇଯାଇଛି। ଏଥିରେ ରେଡିଟ୍‌, ଟ୍ବିଚ୍‌ ଏବଂ ସିଏନଏନ ଭଳି ବଡ ଅନ୍ତର୍ଜାତୀୟ ଚ୍ୟାନେଲ୍‌ର ଓ୍ବେବ୍‌ସାଇଟ୍‌...

ଡେଲ୍ଟା ଭାରିଆଣ୍ଟ୍‌ ଅଧିକ ଭୟଙ୍କର: ଏହା ଯୋଗୁ କମୁଛି ଶ୍ରବଣ ଶକ୍ତି, ବଢୁଛି ଅବସାଦ…

ଚେନ୍ନାଇ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୬୦ ଦେଶକୁ...

ଏଠି ମାରିବି ଶ୍ମଶାନରେ ପଡ଼ିବ

କୋଲକାତା,୧୬।୬: ଭାଜପା ନେତା ତଥା ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ବୁଧବାର ମିଥୁନ ଦା’ଙ୍କ ଜନ୍ମଦିନ ଥିବା ବେଳେ ମାନିକତଲା...

ଭାକ୍ସିନକୁ ନେଇ ଲୋକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ

ନୂଆଦିଲ୍ଲୀ,୨।୬: କରୋନା ସଙ୍କଟ ମଧ୍ୟରେ ଗୋଟିଏ ପଟେ ଟିକାକରଣ ଅଭିଯାନ ଯୁଦ୍ଧକାଳୀନ ସ୍ତରରେ ଜାରି ରହିଥିବା ବେଳେ ଅନ୍ୟପଟେ ଗ୍ରାମାଞ୍ଚଳରେ ଭାକ୍ସିନକୁ ନେଇ ଭୟ, ଅନ୍ଧବିଶ୍ୱାସ...

କରୋନା ଭୂତାଣୁକୁ ନାଶ କରିବ ଏହି ମାସ୍କ

ପୁଣେ,୧୫।୬: କରୋନା ମହାମାରୀର ଦ୍ୱିତୀୟ ଲହର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଦ୍ୱିତୀୟ ଲହର ସମୟରେ କରୋନା ଭୂତାଣୁର ସବୁଠାରୁ ବିପଜ୍ଜନକ ଭାରିଏଣ୍ଟ ଦେଖାଦେଇଛି।...

୧୦ ହଜାରରୁ ଅଧିକ ଘର ଉପରେ ଚାଲିବ ବୁଲ୍‌ଡୋଜର: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ଚଣ୍ଡିଗଡ଼,୧୭।୬: ହରିୟାଣାର ଫରିଦାବାଦ୍‌ ଏବଂ ଆରାବଳୀ ଜଙ୍ଗଲ ଅଞ୍ଚଳରେ ଥିବା ୧୦ ହଜାରରୁ ଅଧିକ ଘର ଉପରେ ବୁଲ୍‌ଡୋଜର ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ରୋକ...

ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା

ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଗାନ୍ଧୀ ଡକ୍ୟୁମେଣ୍ଟାରି ପୁରସ୍କୃତ
Next Post Next post:
୮୪ ବଲ୍‌ରେ ଫାଇନାଲ୍‌ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts