ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ ହେଲେ ଅଦାଲତଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସୁପ୍ରିମକୋର୍ଟଙ୍କ ଦାୟିତ୍ୱ ବୋଲି କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ୍ ସୁର୍ଜଓ୍ବୋଲା କହିଛନ୍ତି। ଭଗବାନ ରାମଙ୍କ ନାମରେ ସଂଗୃହୀତ ଅର୍ଥ ଲୁଟ୍ ହେଉଛି। ଏଥିରେ ଅଯୋଧ୍ୟାର ସ୍ଥାନୀୟ ନେତା ସମ୍ପୃକ୍ତ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟଙ୍କ ନୀରବତାକୁ ନେଇ ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଭାଜପା ନେତା ଫେବୃୟାରୀରେ ୨୦ ଲକ୍ଷ ଟଙ୍କାରେ ଅଯୋଧ୍ୟାରେ ଜମି କିଣି ଏହାକୁ ୨.୫ କୋଟି ଟଙ୍କାରେ ରାମମନ୍ଦିର ଟ୍ରଷ୍ଟକୁ ବିକ୍ରି କରିଛନ୍ତି। ମାତ୍ର ୭୯ ଦିନରେ ଭାଜପା ନେତା ଉକ୍ତ ଜମିରୁ ୧୨୫୦ ପ୍ରତିଶତ ଲାଭ ଉଠାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାମ ମନ୍ଦିର ନିର୍ମାଣ ହେଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ଗଠନ କରିଛନ୍ତି। ତେଣୁ ସତ୍ୟ ଲୋକଲୋଚନକୁ ଆଣିବା ସୁପ୍ରିମକୋର୍ଟ ଓ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ କି ବୋଲି ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟ୍ର ସମସ୍ତ କାରବାରର ଅଡିଟ୍ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି। ରାମଙ୍କ ନାମରେ ସଂଗୃହୀତ ଚାନ୍ଦା ଲୁଟ୍ ହେଲେ ଲୋକେ କଦାପି କ୍ଷମା ଦେବେନାହିଁ। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୮ରେ ଦୁଇଜଣ ରିଅଲ ଇଷ୍ଟେଟ ବ୍ୟବସାୟୀ ୨ କୋଟି ଟଙ୍କାରେ କିଣିଥିବା ଜମିକୁ ମାତ୍ର କେଇ ମିନିଟ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ୧୮.୫ କୋଟି ଟଙ୍କାରେ ବିକିଥିଲେ। ୬ ଦିନ ତଳେ ଆମ୍ ଆଦ୍ମୀ ପାର୍ଟି ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଏବଂ ସମାଜବାଦୀ ପାର୍ଟ ନେତା ପଓ୍ବନ ପାଣ୍ଡେ ଏହି ଜମି ଦୁର୍ନୀତି ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀକୁ ସୂଚନା ଦେଇଥିଲେ।
ଭିତିରି କଥା କହିଲେନି
ନୂଆଦିଲ୍ଲୀ,୨୩ା୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ବିରୋଧୀଙ୍କ ବୈଠକକୁ ଭାଜପାକୁ ଚ୍ୟାଲେଞ୍ଜ ଦେବା ପ୍ରକ୍ରିୟାର ଆରମ୍ଭ ବୋଲି ରାଜନୈତିକ ବିଶ୍ଳେଷକମାନେ...
ଟିକା ନେଇଥିବା ଯାତ୍ରୀଙ୍କୁ ବିମାନ ଭଡ଼ାରେ ମିଳିବ ରିହାତି
ନୂଆଦିଲ୍ଲୀ,୨୩।୬: ଦେଶରେ ଦୃତ ଗତିରେ ଟିକାକରଣ ପ୍ରକିୟା ଚାଲିଛି। ଏଭଳି ସ୍ଥିତିରେ ଟିକାକରଣକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଇଣ୍ଡିଗୋ ବିମାନ କମ୍ପାନୀ ପକ୍ଷରୁ ବଡ...
ଦ୍ୱାଦଶ ମୂଲ୍ୟାୟନ ସୂତ୍ରକୁ ମୋହର
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ...
୧.୨୯ କୋଟି ଭାକ୍ସିନ୍ କିଣିଛନ୍ତି ଘରୋଇ ହସ୍ପିଟାଲ, ବ୍ୟବହାର ହୋଇଛି ୨୨ ଲକ୍ଷ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ମେ’ ମାସରେ...
ପୁଣି ବଢ଼ିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
କରୋନା ଭୂତାଣୁକୁ ନାଶ କରିବ ଏହି ମାସ୍କ
ପୁଣେ,୧୫।୬: କରୋନା ମହାମାରୀର ଦ୍ୱିତୀୟ ଲହର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଦ୍ୱିତୀୟ ଲହର ସମୟରେ କରୋନା ଭୂତାଣୁର ସବୁଠାରୁ ବିପଜ୍ଜନକ ଭାରିଏଣ୍ଟ ଦେଖାଦେଇଛି।...
୩ ଲକ୍ଷ ୯୦ ହଜାରରୁ ଅଧିକଙ୍କ ଘଟିଲାଣି ମୃତ୍ୟୁ, ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
କୋଭିଡ୍ ନିୟମ ଭୁଲି ନାଚିଲେ ଭାଜପା ଏମ୍ପି
ଜୟପୁର,୨୨।୬: ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ହେଲେ ଏବେ ମଧ୍ୟ ବିଭିନ୍ନ ରାଜ୍ୟରେ କଟକଣା ବଳବତ୍ତର ରହିଛି। କିନ୍ତୁ କଟକଣାକୁ ଖାତିର କରୁ...


