ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ମେ’ ମାସରେ ଦେଶର ବିଭିନ୍ନ ହସ୍ପିଟାଲକୁ ୭.୪ କୋଟି ଭାକ୍ସିନ୍ ଯୋଗାଇ ଦିଆଯାଇଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରୁ ୧.୮୫ କୋଟି ଡୋଜ୍ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ରଖାଯାଇଥିଲା। ରଖାଯାଇଥିବା ଷ୍ଟକ୍ ମଧ୍ୟରୁ ଦେଶର ବିଭିନ୍ନ ଘରୋଇ ହସ୍ପିଟାଲ ୧.୨୯ କୋଟି ଭାକ୍ସିନ୍ କିଣିଛନ୍ତି। ତେବେ କିଣାଯାଇଥିବା ଭାକ୍ସିନ୍ରୁ ମାତ୍ର ୨୨ ଲକ୍ଷ ଡୋଜ୍ ଘରୋଇ ହସ୍ପିଟାଲରେ ବ୍ୟବହୃତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। କିଣାଯାଇଥିବା ଡୋଜ୍ରୁ ମାତ୍ର ୧୭ ପ୍ରତିଶତ ଘରୋଇ ହସ୍ପିଟାଲରେ ବ୍ୟବହାର କରାଯାଇଛି। ମେ’ରେ ମୋଟ ଭାକ୍ସିନ୍ର ୨୫ ପ୍ରତିଶତ ଡୋଜ୍ ଘରୋଇ ହସ୍ପିଟାଲକୁ ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ, ଘରୋଇ ହସ୍ପିଟାଲରେ କୋଭିଶିଲ୍ଡ୍ର ଗୋଟିଏ ଡୋଜ୍ ଦାମ୍ ୭୮୦ ଟଙ୍କା, ରୁଷିଆ ଭାକ୍ସିନ୍ ସ୍ପୁଟନିକ୍-ଭିର ଗୋଟିଏ ଡୋଜ୍ ଦାମ୍ ୧,୧୪୫ ଟଙ୍କା ଏବଂ କୋଭାକ୍ସିନ୍ ଡୋଜ୍ ଦାମ୍ ୧,୪୧୦ ଟଙ୍କା ସ୍ଥିରିକୃତ ହୋଇଛି। ଏହି ଦାମ୍ରେ ୧୫୦ ଟଙ୍କାର ସର୍ଭିସ୍ ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
୧.୨୯ କୋଟି ଭାକ୍ସିନ୍ କିଣିଛନ୍ତି ଘରୋଇ ହସ୍ପିଟାଲ, ବ୍ୟବହାର ହୋଇଛି ୨୨ ଲକ୍ଷ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…
Posted inକରୋନା ଭାଇରସ୍, ଜାତୀୟ View All
ଜେଏନ୍ୟୁରେ ଛାତ୍ର-କର୍ମଚାରୀ ସଂଘର୍ଷ
ନୂଆଦିଲ୍ଲୀ,୧୦।୬: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ର ଗୋଟିଏ ଗୋଷ୍ଠୀ ଛାତ୍ର ଏବଂ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରଗୋଷ୍ଠୀ ଜବରଦସ୍ତ ସେଣ୍ଟ୍ରାଲ ଲାଇବ୍ରେରିରେ ପ୍ରବେଶ କରି କାଚ...
ଘର ବାହୁଡ଼ା ପରେ ହଟିଲା ଜେଡ୍ ସିକ୍ୟୁରିଟି
କୋଲକାତା,୧୭।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଭାଜପାର ହାତ ଧରିଥିଲେ ମୁକୁଲ ରୟ। ହେଲେ ନିକଟରେ ପୁଣି ଥରେ ତାଙ୍କର ଘର...
ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଧା ଦେଉଛନ୍ତି କେଜରିଓ୍ବାଲ: କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୬।୬: ଘରେ ରାଶନ ପହଞ୍ଚାଇବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ କରାଯାଇଥିବା ଯୋଜନା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁହଁ...
୨୦୨୨ରେ ଭୋଟ୍ ପ୍ରଚାର କରିବ ରୋବୋ
ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...
ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା
ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍ରେ ୮ ଜଣ ଆହତ...
ଆଜି ଆଉ ୪୦ ଜୀବନ ନେଲା କରୋନା, ୩୮୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୦ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ଥମୁଛି କରୋନା: ୨୪ ଘଣ୍ଟାରେ ଲକ୍ଷେ ୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍...
ମୋଦି ସରକାର ଦେଶର ଅର୍ଥନୀତିକୁ ରୁଗ୍ଣ କରିଛନ୍ତି: ସୁବ୍ରମଣ୍ୟମ ସ୍ବାମୀ…
ନୂଆଦିଲ୍ଲୀ,୧।୬: ଭାଜପା ରାଜ୍ୟସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତି। ସେ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ମୋଦି...


