ପ୍ରତାପଗଡ଼,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା ମାତାଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ସାଙ୍ଗିପୁର ଥାନା ଅଞ୍ଚଳର ଶୁକ୍ଳପୁର ଗାଁରେ କରୋନା ମାତାଙ୍କ ମନ୍ଦିରରେ ପୂଜା ଲାଗି ଲୋକଙ୍କ ଭିଡ଼ ହେବାରେ ଲାଗିଛି। ତେବେ ମନ୍ଦିରରେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ପୂଜା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏସମ୍ପର୍କରେ ମନ୍ଦିର ନିକଟ କାନ୍ଥରେ ଲିଖିତ ଭାବେ ସୂଚିତ ହୋଇଛି। କରୋନା ମାତାଙ୍କୁ ଲାଲ୍ ଶାଢ଼ି ପିନ୍ଧାଯାଇଥିବାବେଳେ ମୁହଁରେ ମାସ୍କ୍ ରହିଛି। ମାତାଙ୍କ ପାଖରେ ହଳଦିଆ ଫୁଲ, ଫଳ, ବସ୍ତ୍ର,ମିଠାଇ, ଘଣ୍ଟା ଆଦି ଲାଗି କରିବାକୁ ମଧ୍ୟ ସୂଚନା କାନ୍ଥରେ ଉଲ୍ଲେଖ କରାଯାଇଛି। ଗ୍ରାମବାସୀମାନେ ଚାନ୍ଦା କରି ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିର ଏବେ ସୋସିଆଲ ଭିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
କରୋନା ମାତା ମନ୍ଦିର ହେଲା ନିର୍ମାଣ: ମାସ୍କ୍ ପିନ୍ଧି ପୂଜା କରିବାକୁ ନିର୍ଦ୍ଦେଶ…
Posted inକରୋନା ଭାଇରସ୍, ଜାତୀୟ, ଫୁରସତ View All
ମନର ଭାବନାକୁ ଜାଣିପାରିବ ଏହି ହେଲ୍ମେଟ
ଓ୍ବାଶିଂଟନ୍,୧୮।୬: ମନୁଷ୍ୟର ମନର ଭାବନାକୁ ଜାଣିବା ପାଇଁ ଅନେକ ବର୍ଷରୁ ଗବେଷଣା ଚାଲିଛି, ହେଲେ ଏବେ ଯାଇ ଏଥିରେ ସଫଳତା ମିଳିପାରିଛି। କର୍ନେଲ ନାମକ ଜଣେ...
ଭାକ୍ସିନ୍ ନ ନେଲେ ମୋବାଇଲ୍ ସିମ୍ କାର୍ଡ ହେବ ବ୍ଲକ୍, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…
କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର...
ମେଘାଙ୍କୁ ପୁଲିଜର
ନୂଆଦିଲ୍ଲୀ, ୧୩।୬: ଚାଇନା ସରକାର ଉଇଗର ମୁସଲମାନମାନଙ୍କୁ ଗଣ ଅଟକ ରଖିବା ଘଟଣାର ରହସ୍ୟ ଉନ୍ମୋଚନ କରିଥିବା ଭାରତୀୟ ବଂଶୋଦ୍ଭବ ଖବରଦାତା ମେଘା ରାଜଗୋପାଲନ୍ଙ୍କୁ ମର୍ଯ୍ୟାଦାଜନକ...
କରୋନା ପରେ କେଉଁଠିକୁ ବୁଲି ଯାଇପାରିବେ
କରୋନା ପାଇଁ ଏବେ ଅଧିକାଂଶ ଲୋକ ଘରେ ରହୁଛନ୍ତି। ଭବିଷ୍ୟତରେ ଯେବେ ଏହି ପରିସ୍ଥିତିରେ ସୁଧାର ଆସିବ ସେତେବେଳେ ପର୍ଯ୍ୟଟକ କେଉଁ କେଉଁ ସ୍ଥାନକୁ ବୁଲିଯାଇ...
ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍ପି
ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ...
ଅଙ୍କୁର ଭାଟିଆଙ୍କ ପରଲୋକ
ନୂଆଦିଲ୍ଲୀ,୪।୬: ଇଣ୍ଡିଗୋ ମାଲିକ ତଥା ବାର୍ଡ ଗ୍ରୁପ (ଆଇବିସ୍)ର କାର୍ଯ୍ୟକାରୀ ମୁଖ୍ୟ ଅଙ୍କୁର ଭାଟିଆଙ୍କ ଶୁକ୍ରବାର ହୃଦଘାତ୍ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮...
୨ ପ୍ରକାର ଭାକ୍ସିନ୍ ନେଲେ ବଢ଼ିବ ପ୍ରତିରୋଧକ ଶକ୍ତି, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ…
ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ କରାଯାଉଛି। ଏପରିସ୍ଥଳେ ଏମ୍ସ୍ ପକ୍ଷରୁ...
ମିଥ୍ୟା ଜାତିଗତ ପ୍ରମାଣପତ୍ର ପାଇଁ ଫସିଲେ ଏମ୍ପି
ମୁମ୍ବାଇ,୮।୬: ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ କରିବା ମହାରାଷ୍ଟ୍ରର ସ୍ବାଧୀନ ଏମ୍ପି ନବନୀତ କୌର ରାଣାଙ୍କୁ ମହଙ୍ଗା ପଡ଼ିଛି। ଏଥିନେଇ ବମ୍ବେ ହାଇକୋର୍ଟ ତାଙ୍କ ଉପରେ...


