ଲକ୍ଷ୍ନୌ,୧୬।୬: କରୋନାର ଦ୍ୱିତୀୟ ଲହର ଉତ୍ତରପ୍ରଦେଶରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ କିଛି ଜିଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ଜୁନ ୧ରୁ ଅନ୍ଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଯୋଗୀ ସରକାର ସ୍କୁଲକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧ରୁ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ହେଲେ ଏହି ସମୟରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇନାହିଁ। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅନ୍ଲାଇନରେ କ୍ଲାସ୍ କରିବେ। କେବଳ ସ୍କୁଲର ଶିକ୍ଷାଦାନ କର୍ମଚାରୀ ଓ ଅଣ-ଶିକ୍ଷାଦାନ କର୍ମଚାରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ସହାୟତାର ହାତ ବଢ଼ାଇଲା ଶତ୍ରୁ…
ଜେରୁଜେଲମ୍୍,୧୯।୬: କରୋନା ସଙ୍କଟରେ ଭେଦଭାବ ଭୁଲି ଜଣେ ଶତ୍ରୁ ଅନ୍ୟ ଜଣଙ୍କୁ ସହାୟତାର ହାତ ବଢ଼ାଇଛି। ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଦୀର୍ଘଦିନ ଧରି ଲଢ଼େଇ...
ବାୟୋମେଟ୍ରିକ୍ସକୁ ଲକ୍ କରିପାରିବେ କାର୍ଡଧାରୀ
ନୂଆଦିଲ୍ଲୀ, ୧।୬: ଆଧାର ନିୟମାବଳୀରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଚିଠା ନିୟମାବଳୀ ପ୍ରସ୍ତୁତ କରିଛନ୍ତି।...
‘ଚାଇନା, ଦକ୍ଷିଣପୂର୍ବ ଏସିଆ ହଟ୍ସ୍ପଟ୍’
ନ୍ୟୁୟର୍କ, ୩।୬: ନୂଆ କରୋନା ଭୂତାଣୁ ପାଇଁ ଚାଇନା, ଜାପାନ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ହଟ୍ସ୍ପଟ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାଦୁଡିବାହିତ ଏହି...
ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍ କର
ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ...
ପୁରୁଣା ଏକ ଟଙ୍କିଆ ନୋଟ୍ କରିବ ଲକ୍ଷପତି, ଅନ୍ଲାଇନ୍ ବିକ୍ରି ସୁଯୋଗ …
ନୂଆଦିଲ୍ଲୀ,୨୩।୬: ପୁରୁଣା ଏକ ଟଙ୍କିଆ ନୋଟ୍ ଜଣଙ୍କୁ ଲକ୍ଷପତି ମଧ୍ୟ କରି ପାରିବ। ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍ଲାଇନ୍ରେ ଏଭଳି ପୁରୁଣା ନୋଟ୍ ଏବଂ କଏନ୍...
ଭାଜପାକୁ ଝଟ୍କା: ଟିଏମ୍ସିକୁ ଫେରିପାରନ୍ତି ମୁକୁଲ ରାୟ
କୋଲକତା,୧୧।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଭାଜପାକୁ ଆଉ ଏକ ଝଟକା ଲାଗିଛି। ଭାଜପା ବଡ ନେତା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁଙ୍କ...


