ନୂଆଦିଲ୍ଲୀ,୨୧।୬: ସାରା ବିଶ୍ୱରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍ ନିୟମକୁ ନଜରରେ ରଖାଯାଇ ଯୋଗ ଦିବସ ଆୟୋଜିତ କରାଯାଇଛି। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଓ୍ବିଙ୍କ ଏକ ଟୁଇଟକୁ ନେଇ ଏବେ ବିବାଦ ଦେଖାଦେଇଛି। ଅଭିଷେକ ଯୋଗରେ ଓଁ ଏବଂ ଅଲ୍ଲା ଉଚ୍ଚାରଣକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଯୋଗଗୁରୁ ରାମଦେବ ବାବା ମଧ୍ୟ ତାଙ୍କୁ ପାଲଟା ଜବାବ ଦେଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଅଭିଷେକ ଟୁଇଟ କରି କହିଛନ୍ତି, ଓଁ ଉଚ୍ଚାରଣ ଦ୍ୱାରା ଯୋଗ ଅଧିକ ଶକ୍ତିଶାଳୀ ହେବ ନାହିଁ କି ଅଲ୍ଲା କହିବା ଦ୍ୱାରା ଶକ୍ତି କମ୍ ହୋଇଯିବ ନାହିଁ। ତାଙ୍କର ଏଭଳି ଟୁଇଟକୁ ନେଇ ବାବା ରାମଦେବ ପ୍ରତିକ୍ରିୟା ଦେଇଛନ୍ତି, ସେ କହିଛନ୍ତି, ‘ଇଶ୍ୱର-ଅଲ୍ଲା ତେରେ ନାମ, ସବକୋ ସନ୍ମ୍ମତି ଦେ ଭଗବାନ’। ଅଲ୍ଲା, ଭଗବାନ, ଓ ଖୁଦା ସବୁ ଏକ। ତେଣୁ ଓଁ ଉଚ୍ଚାରଣ କରିବାରେ ସମସ୍ୟା କ’ଣ ବୋଲି ରାମଦେବ କହିଛନ୍ତି। ଏଥିସହ ସେ କହିଛନ୍ତି, କାହାକୁ ଖୁଦା କହିବାକୁ ମନା କରିଯାଇନାହିଁ। ହେଲେ ସମସ୍ତଙ୍କୁ ଯୋଗ କରିବା ଉଚିତ୍, ଏହାପରେ ସମସ୍ତଙ୍କୁ ସମାନ ଭଗବାନ ଦେଖାଯିବ ବୋଲି ବାବା ରାମଦେବ କହିଛନ୍ତି। ଅନ୍ୟପଟେ ସିଂଘଓ୍ବିଙ୍କ ଏହି ଟୁଇଟ ଉପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ଅବସରରେ କାହିଁକି କଂଗ୍ର୍ରେସ ନେତାମାନେ ରାଜନୀତି କରନ୍ତି ଏବଂ ଏଭଳି ବୟାନ ଦିଅନ୍ତି ଜଣାନାହିଁ। କରୋନା ବିରୋଧରେ ଲଢ଼େଇରେ ଯୋଗ ଓ ଟିକା ଏକପ୍ରକାର ସଞ୍ଜୀବନି କୁହାଯାଉଥିବା ବେଳେ ସାରା ବିଶ୍ୱରେ ଯୋଗ ପାଇଁ ଆମ ଦେଶ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ବଲିଉଡ୍ ଅଭିନେତାଙ୍କ ଘରୁ ଚୋରି
ମୁମ୍ବାଇ, ୧।୬: ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ସହ ବିବାଦ ପାଇଁ ଏବେ ଚର୍ଚ୍ଚାରେ ଥିବା କେଆର୍କେ ଭାବେ ଜଣାଶୁଣା କମଲ ରଶିଦ ଖାନଙ୍କ ଘରୁ...
ଟୁଇଟର ପରେ ଏବେ ଇନ୍ଷ୍ଟାଗ୍ରାମ ବିରୋଧରେ ଏଫ୍ଆଇଆର
ନୂଆଦିଲ୍ଲୀ,୧୬।୬: ମୋଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟୁଇଟର ପରେ ଏବେ ଫଟୋ ଓ ଭିଡ଼ିଓ ନେଟଓ୍ବାର୍କିଂ ସାଇଟ ଇନ୍ଷ୍ଟାଗ୍ରାମ ବି ଯାଞ୍ଚ ଘେରକୁ ଆସିଛି। ଦିଲ୍ଲୀ ପୋଲିସର...
ଆଜି ଦେଶରେ ୫୧,୬୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୨୯ ମୃତ
ନୂଆଦିଲ୍ଲୀ,୨୫ା୬: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର...
ଘରର ପୁଅ ଘରକୁ ଫେରିଲେ: ମମତା
କୋଲକାତା,୧୧।୬: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାଜପାକୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ଭାଜପାର ବରିଷ୍ଠ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ...
କୋଭିଡ୍ ଅନାଥଙ୍କ ପାଇଁ ଯୋଜନା କ’ଣ
ନୂଆଦିଲ୍ଲୀ,୨ା୬: କରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ପିଲାଙ୍କୁ ଅନାଥ କରିଦେଇଛି। ସେହି ଶିଶୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର କ’ଣ ସବୁ କଲ୍ୟାଣକାରୀ...
ଭାକ୍ସିନ୍ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍…
ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...
ଗଦାଗଦା ମୃତଦେହକୁ ନେଇ ରାଜନୀତି: ତାଲିକାରୁ ୩,୯୫୧ ମୃତକଙ୍କ ପତ୍ତା ମିଳୁନି…
ପାଟନା,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ବିହାରରେ ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଛି। ରାଜ୍ୟରେ କରୋନା ମହାମାରୀ ଯୋଗୁ ଆକ୍ରାନ୍ତଙ୍କ...
ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…
ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।...


