ମ୍ୟୁନିକ,୨୧।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଗତଥର ଚାମ୍ପିୟନ ପର୍ତ୍ତୁଗାଲ ୨-୪ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଛି। ଶନିବାର ଗ୍ରୁପ୍ ଏଫ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପର୍ତ୍ତୁଗାଲ ପ୍ରଥମ ଦେଶ ଭାବେ କୌଣସି ମହାଦେଶୀୟ ଟୁର୍ନାମେଣ୍ଟରେ ୨ଟି ଆତ୍ମଘାତୀ ଗୋଲ ଦ୍ୱାରା ପରାସ୍ତ ହୋଇଛି। ଏହି ବିଜୟ ସହ ଜର୍ମାନୀ ପୁଣିଥରେ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡିବାର ସମ୍ଭାବନାକୁ ଦୂର କରିଛି। ଏହି ବିଜୟ ଆମ ପାଇଁ ବେଶ୍ ମହତ୍ତ୍ୱ ରଖୁଛି ବୋଲି କୋଚ୍ ଜୋଆଚିମ ଲୋ କହିଛନ୍ତି।
ମ୍ୟାଚ୍ର ୧୫ତମ ମିନିଟ୍ରେ କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ଗୋଲ ଦେଇ ପର୍ତ୍ତୁଗାଲକୁ ଅଗ୍ରଣୀ କରାଇଥିଲେ। କିନ୍ତୁ ଏହାପରେ ପ୍ରଥମାର୍ଦ୍ଧରେ ହିଁ ପର୍ତ୍ତୁଗାଲ ତରଫରୁ ଦୁଇଟି ଆତ୍ମଘାତୀ ଗୋଲ କରାଯାଇଥିଲା। ଦଳ ତରଫରୁ ରୁବେନ ଡିଆସ ଓ ରଫାଏଲ ଗୁଏରେଇରୋ ଯଥାକ୍ରମେ ୩୫ ଓ ୩୯ତମ ମିନିଟ୍ରେ ଦୁଇଟି ଆତ୍ମଘାତୀ ଗୋଲ ଦେଇ ପର୍ତ୍ତୁଗାଲକୁ ବ୍ୟାକ୍ଫୁଟକୁ ନେଇଯାଇଥିଲେ। ଏଥିସହ ଜର୍ମାନୀ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ତରଫରୁ କାଇ ହାଭେର୍ଜ ୫୧ତମ ଓ ରବିନ ଗୋସେନ୍ସ ୬୦ତମ ମିନିଟ୍ରେ ଗୋଲ ଦେଇଥିଲେ। ଫଳରେ ଜର୍ମାନୀ ୪-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ଶେଷରେ ପର୍ତ୍ତୁଗାଲ ପକ୍ଷରୁ ଡିଓଗୋ ଜୋଟା ୬୭ତମ ମିନିଟ୍ରେ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ଜର୍ମାନୀ ଏହି ମ୍ୟାଚ୍ରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ରୁଷିଆରେ ଅନୁଷ୍ଠିତ ୨୦୧୮ ଫିଫା ବିଶ୍ୱକପ୍ରେ ଜର୍ମାନୀ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇ ବେଶ୍ ସମାଲୋଚିତ ହୋଇଥିଲା। ୨୦୧୪ରେ ବିଶ୍ୱକପ୍ ଜିତିଥିବା ଜର୍ମାନୀ ଏଥର ୟୁରୋକପ୍ରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଜର୍ମାନୀ ତା’ର ପରବର୍ତ୍ତୀ ମ୍ୟାଚ୍ରେ ହଙ୍ଗେରୀକୁ ବୁଧବାର ମ୍ୟୁନିକ୍ରେ ଭେଟିବ। ସେହିପରି ବୁଦାପେଷ୍ଟରେ ଫ୍ରାନ୍ସ ଓ ପର୍ତ୍ତୁଗାଲ ମୁହଁାମୁହିଁ ହେବେ।
ଗ୍ରୁପ୍ ଏଫ୍’ରେ ଜର୍ମାନୀ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଅନ୍ୟପଟେ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ହାସଲ କରି ଗୋଲ ବ୍ୟବଧାନରେ ପଛରେ ପଡି ତୃତୀୟ ସ୍ଥାନରେ ରହିଛି। ହଙ୍ଗେରୀ ଗୋଟିଏ ପରାଜୟ ଓ ଡ୍ର ସହ ୧ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି।
ଡବ୍ଲୁଟିସି ଫାଇନାଲ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ...
ଫ୍ରେଞ୍ଚ୍ ଓପନ୍ ଟେନିସ: ନାଡାଲ, ସିତ୍ସିପାସ, ଜେଭରେଭ ସେମିଫାଇନାଲରେ
ପ୍ୟାରିସ, ୧୦।୬- ସ୍ପେନ୍ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍ର ଷ୍ଟିଫାନୋସ ସିତ୍ସିପାସ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...
ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା...
ଟ୍ରାନ୍ସଜେଣ୍ଡର ହୁବାର୍ଡଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ଓ୍ବେଲିଂଟନ, ୨୨ା୬ (ଏପି)- ଲରେଲ ହୁବାର୍ଡ ଦୁଇ ଟିଟି ଲିଫ୍ଟରେ ୬୨୮ ପାଉଣ୍ଡ (୧୮୫ କିଲୋଗ୍ରାମ୍) ଉତ୍ତୋଳନ କରି ଟୋକିଓ ଅଲିମ୍ପିକ୍ସ ମହିଳା ସୁପର-ହେଭିଓ୍ବେଟ୍ ଡିଭିଜନ...
ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ
ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ...
ଫ୍ରେଞ୍ଚ୍ ଓପନରୁ ଓହରିଲେ ଫେଡରର
ପ୍ୟାରିସ, ୭।୬-ତୃତୀୟ ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଆଣ୍ଠୁରେ ୨...
ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୧୫।୬: ଖୁବ୍ କମ୍ ମ୍ୟାଚ୍ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ...
ପର୍ତ୍ତୁଗାଲ-ଫ୍ରାନ୍ସ ମ୍ୟାଚ୍ ଡ୍ର: ରୋନାଲ୍ଡୋ ରେକର୍ଡ ସମକକ୍ଷ
ବୁଦାପେଷ୍ଟ,୨୫।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ରାଉଣ୍ଡ ଅଫ୍ ୧୬ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇଛି। ଶନିବାରଠାରୁ ନକ୍ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍ ଏଫ୍’ରେ ପର୍ତ୍ତୁଗାଲ ଓ...


