E-Paper
  • logo
  • Monday 30th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜୀବନଚର୍ଯ୍ୟା

ରୋଗ ପାଇଁ ଯୋଗ
11:37 amJune 21, 2021

ରବର୍ଟ ବେନ୍‌ସନ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ୧୯୮୫ ମସିହାରେ ସେ ନିଜର କେତେ ଜଣ ସହକର୍ମୀଙ୍କୁ ନେଇ ପରିଦର୍ଶନ କରିଥିଲେ ଉତ୍ତର ଭାରତରେ ଥିବା ଏକ ତିବ୍ବତୀୟ ସନ୍ନ୍ୟାସୀ ଆଶ୍ରମ। ଆଶ୍ରମଟି ଅବସ୍ଥିତ ଥିଲା ହିମାଳୟର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ। ସେଠାରେ ସେମାନେ ଆଶ୍ରମର ସନ୍ନ୍ୟାସୀମାନଙ୍କୁ ଗଭୀର ଭାବରେ ଧ୍ୟାନମଗ୍ନ ଥିବାର ଦେଖିଥିଲେ। ବାହାରର ତାପମାତ୍ରା ଥିଲା ମାଇନସ୍‌ ୨୦ ଡିଗ୍ରୀ ସେଲ୍‌ସିୟସ। ଅଥଚ ସନ୍ନ୍ୟାସୀମାନେ ନିଜ ଶରୀରକୁ ଆବୃତ କରି ରଖିଥିଲେ ଓଦା ବସ୍ତ୍ରରେ। ୧୫,୦୦୦ ଫୁଟ ଉଚ୍ଚତାରେ ମଧ୍ୟ ସେମାନେ ବେଶ୍‌ ଶାନ୍ତି ଓ ଆରାମରେ ନିଦ୍ରା ଯାଉଥିଲେ ପୁଣି ପଥର ଚଟାଣ ଉପରେ। ବେନ୍‌ସନ ଉଲ୍ଲେଖ କରିଛନ୍ତି ଯେ ସେହି ସନ୍ନ୍ୟାସୀମାନଙ୍କଠାରେ ଏପରି ଅନୁକୂଳ ଶାରୀରିକ ଓ ମାନସିକ ସାମର୍ଥ୍ୟ ସମ୍ଭବ ହୋଇଥିଲା ଯୋଗର ପ୍ରଭାବ ଯୋଗୁ। ପରବର୍ତ୍ତୀ ସମୟରେ ବେନ୍‌ସନ ଯୋଗ ଓ ଧ୍ୟାନ ପଦ୍ଧତିକୁ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଉତ୍କଣ୍ଠା ଓ ଉଦ୍‌ବେଗ ତଥା ନିଦ୍ରାହାନିରେ ପୀଡ଼ିତ ରୋଗୀଙ୍କଠାରେ ପ୍ରୟୋଗ କରି ବେଶ୍‌ ସୁଫଳ ପାଇଥିଲେ।
କିଛି ବର୍ଷ ପୂର୍ବେ ଟାଇମ୍‌ ମାଗାଜିନ୍‌ ଉଲ୍ଲେଖ କରିଥିଲା ଯେ ଏକବିଂଶ ଶତାବ୍ଦୀରେ ଜନସାଧାରଣଙ୍କର ସବୁଠାରୁ ମାରାତ୍ମକ ଶତ୍ରୁ ହେଉଛି ମାନସିକ ଚାପ ବା ‘ଷ୍ଟ୍ରେସ୍‌’, ଯାହାଯୋଗୁଁ ସମାଜରେ ଉଚ୍ଚ ରକ୍ତଚାପ ହାର ବଢ଼ିଚାଲିଛି। ଏକ ପରିସଂଖ୍ୟାନରୁ ଜଣାପଡିଛି ଯେ, ଆମ ଦେଶରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ କୋଟିରୁ ଅଧିକ। ହେଲେ ଏହାର ରହିଛି ଏକ ଅତି ସହଜ ତଥା ସରଳ ଆରୋଗ୍ୟ ପଦ୍ଧତି। ତାହା ହେଉଛି ପରମାନନ୍ଦ ବା ପରମ ସୁଖର ଅନୁଭବ। ଶରୀର ଓ ମନ ଏତେ ଅଙ୍ଗାଙ୍ଗୀ ଭାବେ ସଂଯୁକ୍ତ ଯେ ଗୋଟିକ ଉପରେ କୌଣସି ଏକ ପ୍ରଭାବ ସ୍ବତଃ ଅନ୍ୟଟିକୁ ପ୍ରଭାବିତ କରିପକାଏ। ତେଣୁ ଯୋଗ କଲେ ମନ ଏକ ଉନ୍ନତ ପର୍ଯ୍ୟାୟକୁ ଉନ୍ନୀତ ହୋଇଯାଏ। ଫଳରେ ମନ ହୋଇଯାଏ ସମ୍ପୂର୍ଣ୍ଣ ପ୍ରଶାନ୍ତ। ମନ ପ୍ରଶାନ୍ତ ହେବା ସଙ୍ଗେସଙ୍ଗେ ଶରୀରର କୋଷଗୁଡ଼ିକରେ ମେଟାବୋଲିଜମ ବା ଚୟାପଚୟ ପ୍ରକ୍ରିୟା ହୋଇପଡ଼େ ସମ୍ପୂର୍ଣ୍ଣ ମନ୍ଥର। ଧ୍ୟାନ କରିବା ସମୟରେ ଚିନ୍ତା ପ୍ରକ୍ରିୟାର ଉତ୍ତେଜିତ ଅବସ୍ଥା ପ୍ରଶମିତ ହୋଇ ଜାତ ହୋଇଥାଏ ଜୀବକୋଷୀୟ ସନ୍ତୁଳନ ଅବସ୍ଥା ବା ସମାବସ୍ଥା। ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ଅତ୍ୟନ୍ତ ଅନୁକୂଳ। ସୁତରାଂ ଯୋଗ କଲେ ଉଚ୍ଚ ରକ୍ତଚାପ କମିଯାଏ। ହୃଦ୍‌ରୋଗ ଏବଂ ଡାଇବେଟିସ୍‌ ହ୍ରାସ ପାଏ। ଊଣା ହୋଇଯାଏ କ୍ରୋଧ ଓ ମାନସିକ ଚାପ।
କି ଯୋଗ କରିବା ସମୟରେ ମନରେ ଏକାଗ୍ରତା ରହିବା ନିହାତି ଦରକାର। ତା’ ସହ ମନରେ ଶାନ୍ତ ଭାବନା ଜାତ ହେଲେ ଯୋଗରେ ମନ ଲାଖି ରହେ। ନିଷ୍ଠା, ଅଧ୍ୟବସାୟ ତଥା ଧୈର୍ଯ୍ୟ ଥିଲେ ମନ ଧୀରେ ଧୀରେ ବୋଲ ମାନେ ଏବଂ ଉଦ୍‌ବେଳିତ ଅବସ୍ଥା ଧୀରେ ଧୀରେ ଶାନ୍ତ ପଡ଼ିଆସେ। ମନ ହୋଇପଡ଼େ ଶାନ୍ତ, ଶୀତଳ, ଶୁଦ୍ଧ, ଶକ୍ତ ଏବଂ ଅଫୁରନ୍ତ ଆନନ୍ଦର ଉତ୍ସ। ମନ ଅସୁସ୍ଥ ହୋଇ ଉତ୍କଣ୍ଠିତ ତଥା ଉଦ୍‌ବିଗ୍ନ ରହିଲେ ତାହା ଅନେକ ରୋଗର କାରଣ ହୋଇପଡ଼େ। ସେହି ସବୁ ରୋଗ ଗୋଷ୍ଠୀକୁ କୁହାଯାଏ ମନୋ-ଶାରୀରିକ ବ୍ୟାଧି ବା ସାଇକୋ-ସୋମଯିକ୍‌ ଡିଜିଜେସ୍‌।
ଏକଥା ମନେରଖିବା ଉଚିତ ଯେ ଶରୀର, ମନ ଓ ଆତ୍ମାର ପୂର୍ଣ୍ଣାଙ୍ଗ ତଥା ସୁସଙ୍ଗତ ବିକାଶରେ ଯୋଗସାଧନା ଖୁବ୍‌ ସହାୟକ ହୋଇଥାଏ। ସୁତରାଂ ଯୋଗର ରହିଛି ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ପ୍ରଭାବ। ଯୋଗ ଏକ ବ୍ୟାୟାମ ନୁହେଁ, ଏହା ଏକ କାମ। ସବୁ ପ୍ରକାର କାମ ଭଳି ଯୋଗ ମଧ୍ୟ ଆବଶ୍ୟକ କରିଥାଏ ନିୟମିତ ଅଭ୍ୟାସ, ଧୈର୍ଯ୍ୟ ଏବଂ ସମୟ। ଶ୍ୱାସକ୍ରିୟା ନିୟନ୍ତ୍ରଣ, ମନସ୍ତାତ୍ତ୍ୱିକ ସାମର୍ଥ୍ୟ, ଏକାଗ୍ରତା, ଶାରୀରିକ ଦକ୍ଷତା ଏବଂ ନମନୀୟତା ଇତ୍ୟାଦି।
ଯୋଗ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଏହା କେବଳ ଯୋଗୀମାନଙ୍କ ପାଇଁ ଅଭିପ୍ରେରିତ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଜୀବନରେ ଉତ୍ତମ ସ୍ବାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସନ୍ତୋଷ ତଥା ମାନସିକ ଚାପରୁ ମୁକ୍ତି ଚାହୁଁଥିବାରୁ ପ୍ରତ୍ୟେକ ଯୋଗ କରିପାରିବେ ଏବଂ କରିବା ବାଞ୍ଛନୀୟ ମଧ୍ୟ। ସେଥିପାଇଁ ଯୋଗକୁ ‘ଜୀବନର ବିଜ୍ଞାନ’ ବୋଲି କୁହାଯାଇଛି।
ଭାରତ ହିଁ ଯୋଗର ଜନ୍ମଭୂମି। ବଡ଼ ଗର୍ବ ତଥା ଗୌରବର ବିଷୟ, ଏହି ଐତବ୍ୟବହାରୀ, ଶରୀରବୃତ୍ତୀୟ ଏବଂ ମନସ୍ତାତ୍ତ୍ୱିକ ସାଧନ ପ୍ରଣାଳୀଟି ସାରା ବିଶ୍ୱରେ ସ୍ବୀକୃତି ଲାଭ କରିଛି। ଏହାର ଫଳସ୍ବରୂପ ପୃଥିବୀର ସବୁ ରାଷ୍ଟ୍ରରେ ପ୍ରତିବର୍ଷ ଜୁନ୍‌ ୨୧ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ଯୋଗ ଦିବସ’। ଏ ବର୍ଷର ସ୍ଲୋଗାନଟି ହେଲା, ‘ୟୋଗ ଫର ଓ୍ବେଲ୍‌ ବିଇଙ୍ଗ’। ଏହି ଦିବସର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଯୋଗର ଉପକାରିତା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ଏବଂ ନିୟମିତ ଯୋଗ କରିବା ପାଇଁ ପ୍ରେରଣା ପ୍ରଦାନ କରିବା।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ସିଡିଏ, କଟକ-୧୪
ମୋ: ୮୩୨୮୯୭୫୧୧୮


[mc4wp_form id="252536"] All Right Reserved By Dharitri.Com

Posted inଜୀବନଚର୍ଯ୍ୟା View All

ଘରୁ ଦୂରାନ୍ତୁ ମଶା

ଘରେ ମଶା ହେଲେ ଅଧିକାଂଶ ମଶା ମରା କଏଲ୍‌, ଲିକ୍ୱିଡ୍‌, ହିଟ୍‌ ଆଦିର ସାହାଯ୍ୟ ନିଅନ୍ତି । କିନ୍ତୁ ଏସବୁରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ବାସ୍ଥ୍ୟୋପକାରୀ...

କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କଠାରେ ଦେଖାଦେଉଛି ଏସବୁ ଲକ୍ଷଣ

ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ କରୋନାରୁ...

ସାଧାରଣ ବ୍ୟକ୍ତି ବି କରିପାରିବେ ଜଗତକୁ ନିୟନ୍ତ୍ରଣ, ଜାଣନ୍ତୁ କେମିତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡ଼ିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ...

ସାବିତ୍ରୀ

ସତ୍ୟବାନ ଅର୍ଥ ଯିଏ ସତ୍ୟରେ ଅଧିଷ୍ଠିତ ଆଉ ସାବିତ୍ରୀ ଅର୍ଥ ଯିଏ ସମର୍ପିତା। ସତ୍ୟ ପ୍ରତି ସମର୍ପିତ ହେଲେ ମଣିଷ ମୃତ୍ୟୁକୁ ବି ଜୟ କରିପାରେ।...

ପୃଥିବୀ ପାଇଁ ବୋଝ ଏଭଳି ଲୋକ

ପ୍ରତ୍ୟେକ ମଣିଷ କିଛି ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଜ୍ଞାନ ଏବଂ ଗୁଣ ନାହିଁ, ତେବେ ଏପରି...

ଧଳା କେଶ ପୁଣି ହେବ କଳା…

କଲମ୍ବିଆ,୨୪।୬: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅବସାଦ ବୃଦ୍ଧି ଯୋଗୁ କେତେକଙ୍କର ଧଳାର କେଶ ଧଳା ହୋଇଯାଇଥାଏ। ତେବେ ଏହା ପୁଣି ଥରେ କଳା ହୋଇ ପାରିବ।...

ତ୍ୱଚା ପାଇଁ ବରଦାନ ନଡ଼ିଆ ତେଲ

ସବୁଠୁ ସହଜ ଏବଂ ସୁଲଭ ଦରରେ ମିଳୁଥିବା ନଡ଼ିଆ ତେଲରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଏହାକୁ କିପରି ବ୍ୟବହାର କଲେ ଆପଣ...

ଏହିସବୁ ରୋଗରେ ଆକ୍ରାନ୍ତ ଲୋକଙ୍କୁ କାଜୁ ଖାଇବା ମନା

ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁର୍ସ ଖାଇଥାନ୍ତି। ତେବେ କାଜୁକୁ ଲୋକେ ତରକାରି ଓ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଅଲିମ୍ପିକ ପ୍ରସ୍ତୁତି ପାଇଁ ବିସିସିଆଇ ଦେବ ୧୦ କୋଟି
Next Post Next post:
ନେଟ୍‌ଓ୍ବର୍କ ପାଇବାକୁ ନୟାନ୍ତ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts