ଭଦ୍ରକ ଅଫିସ,୨୧ା୬: ଜିଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ଗୋଟିଏ ହୋଣ୍ଡା ମୋଟରସାଇକେଲ(ଓଡି-୦୧ଆର-୮୬୭୬) ଓ ଗୋଟିଏ ସ୍କୁଟିରୁ(ଓଡି-୦୧ଏଜେ-୮୯୬୯) ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ମଧୁସୂଦନ ମଳିକ ଓ ବାରାପୁର ଗ୍ରାମର ପ୍ରକାଶ କୁମାର ବେହେରାଙ୍କୁ ଗିରଫ କରାଯାଇଛି। ସେହିପରି ବାଂଶଡ଼ା ଥାନା ଅନ୍ତର୍ଗତ କୁଆମରା ଛକ ନିକଟରେ ଚଢ଼ାଉ କରାଯାଇ ଗୋଟିଏ ବାଜାଜ ପଲସର ମୋଟର ସାଇକେଲରୁ (ଓଡି-୨୨ଏସ-୮୫୯୦) ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ବାଂଶଡ଼ା ଥାନା ଅନ୍ତର୍ଗତ ପଞ୍ଚୁଟିକ୍ରି ଗ୍ରାମର ଦିଲ୍ଲୀପ କୁମାର ମହାଳିକଙ୍କୁ ଗିରଫ କରାଯାଇଛ। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଉକ୍ତ ଚଢ଼ାଉରେ ସମୁଦାୟ ୨୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊଦ୍ଧର୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩ଟି ପୃଥକ୍ ମାମଲା ରୁଜୁ କରାଯାଇଛି।
Posted inଆମ ଜିଲା ଖବର, ଭଦ୍ରକ View All
ରେକର୍ଡ ନିଶାରେ ଦିବ୍ୟଜ୍ୟୋତି
କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...
୭ରୁ କଟକଣାରେ ଚାଲିବ ହାଇକୋର୍ଟ
କଟକ ଅଫିସ୍,୫।୬: ମହାମାରୀ କୋଭିଡ୍ ଏବଂ ରାଜ୍ୟରେ ଲକ୍ଡାଉନ୍ ଓ ଶଟ୍ଡାଉନ୍କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ...
ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ
କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ...
‘ଆହାର’ ରିହାତି ଚଳୁ
କଟକ ଅଫିସ, ୨୩ା୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ...
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ...
ଅମାନିଆଙ୍କ ପାଇଁ ଗଞ୍ଜାମରେ ପାଟ୍ରୋଲିଂ କଡ଼ାକଡ଼ି
ଗଞ୍ଜାମ,୪।୬(ଡି.ଏନ୍.ଏ.): କୋଭିଡ୍ କଟକଣା ମାନୁ ନ ଥିବା ଅମାନିଆଙ୍କ ପାଇଁ ଗଞ୍ଜାମ ଥାନା ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ହେଲ୍ମେଟ ଓ ମାକ୍ସ ପିନ୍ଧୁ ନ...
କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ବିଜେଡି ଏମ୍ପି-ବିଧାୟକ ମୁହାଁମୁହିଁ
ପାଲଲହଡ଼ା,୫ା୬(ଡି.ଏନ୍.ଏ.): ଶନିବାର ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦରମହାକୁମାଠାରେ କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ଢେଙ୍କାନାଳ ଏମ୍ପି ମହେଶ ସାହୁ ଏବଂ ପାଲଲହଡ଼ା ବିଧାୟକ...
କେହି ଶୁଣିଲେନି, କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡିଓ, ସରପଞ୍ଚ
ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ...


