ଓ୍ବାଶିଂଟନ,୨୧।୬: ଚାଇନା ନିଜର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ସମୁଦ୍ରରେ ୧୮ ହଜାର କିଲୋଗ୍ରାମ୍ର ବିରାଟ ବୋମା ପରୀକ୍ଷା କରିଛି। ଆମେରିକା ନୌସେନାର ଏୟାର କ୍ରାଫ୍ଟ କ୍ୟାରିଅର ଗେର୍ଲାଡ ଫୋର୍ଡ ଦ୍ୱାରା ବୋମାକୁ ଅଥଳ ସମୁଦ୍ର ଗର୍ଭରେ ପରୀକ୍ଷଣ କରାଯାଇଛି। ଏହାଯୋଗୁ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ବିସ୍ଫୋରଣ ଦ୍ୱାରା ସମୁଦ୍ରରେ ଭୂକମ୍ପ ହୋଇଛି। ସମୁଦ୍ରରେ ଉଚ୍ଚ ଢ଼େଉ ସୃଷ୍ଟି ହୋଇଥିବା ଆମେରିକା ନୌସେନା ପକ୍ଷରୁ କୁହାଯାଇଛି। ତେବେ ଏହା ଏକ ସୁରକ୍ଷିତ ପରୀକ୍ଷା ଥିଲା ବୋଲି ନୌସେନା କହିଛି। ଆମେରିକା ନୌସେନା ବୋମା ବିସ୍ଫୋରଣ ୩୭ ସେକେଣ୍ଡର ଏକ ଭିଡ଼ିଓ ଟୁଇଟରରେ ଅପଲୋଡ୍ କରିଛି। ଏବେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।
୧୮ ହଜାର କିଲୋଗ୍ରାମ୍ର ବିରାଟ ବୋମା ପରୀକ୍ଷା କଲା ଆମେରିକା, ସମୁଦ୍ରରେ ସୃଷ୍ଟି ହେଲା ଭୂକମ୍ପ…
Posted inଅନ୍ତର୍ଜାତୀୟ View All
ଲାବ୍ରୁ ବାହାରିନି ଭୂତାଣୁ: ବ୍ୟାଟ୍ ଓମ୍ୟାନ
ବେଜିଂ, ୧୭ା୬: ଚାଇନାର ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ କରୋନା ଭୂତାଣୁ ଲିକ୍ ହୋଇଥିବା କଥା ଭୁଲ୍ ବୋଲି କହିଛନ୍ତି ଚାଇନା ବ୍ୟାଟ୍ ଓମ୍ୟାନ ଭାବେ...
ଆସ୍ଥାରେ ହାରିଲେ ସୁଇଡେନ ପ୍ରଧାନମନ୍ତ୍ରୀ
ଷ୍ଟକ୍ହୋମ୍, ୨୨ା୬: ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ ସୋମବାର ଆସ୍ଥା ଭୋଟ ହାରିଛନ୍ତି। ସୁଇଡେନର କୌଣସି ପ୍ରଧାନମନ୍ତ୍ରୀ ଆସ୍ଥା ହାରିବାରେ ଏହା ପ୍ରଥମ ଘଟଣା। ବାମ...
ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ
କୋଭିଡ୍ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ...
ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍: ଆଇସିଇଆର୍…
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍ମାନେ ୟୁଏଫ୍ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...
୧୬ ବର୍ଷର ଛାତ୍ରଙ୍କ ପ୍ରେମରେ ପାଗଳ ଶିକ୍ଷୟିତ୍ରୀ, ମାମଲା ପହଞ୍ଚିଲା କୋର୍ଟରେ, ଜାଣିଲେ…
ଓ୍ବାଶିଂଟନ,୨୫ା୬: ଆମେରିକାର ଟେକ୍ସାସରେ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ପ୍ରେମରେ ପାଗଳ ହୋଇ ଶ୍ରେଣୀ ଶିକ୍ଷୟିତ୍ରୀ ହରଡ଼ଘଣାରେ ପଡ଼ିଛନ୍ତି। ଯେତେବେଳେ ଛାତ୍ର ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ...
ଜିନ୍ସ୍ ପିନ୍ଧିଲେ-ବିଦେଶୀ ଫିଲ୍ମ ଦେଖିଲେ ମିଳିବ ମୃତ୍ୟୁଦଣ୍ଡ: ସରକାର …
ପୋୟାଙ୍ଗୟାଙ୍ଗ୍,୭।୬: ଏବେ ଜିନ୍ସ୍ ପିନ୍ଧିଲେ ଏବଂ ବିଦେଶୀ ଫିଲ୍ମ ଦେଖିଲେ ଉତ୍ତର କୋରିଆ ନାଗରିକଙ୍କ ଉପରେ କଡ଼ା ଦଣ୍ଡାଦେଶ କରାଯିବ। ଏନେଇ ଏକ ଛତ୍ରବାଦୀ ଶାସକ...
କୋଭିଡ୍ ମୂଳକୁ ଖୋଜ
ଓ୍ବାଶିଂଟନ, ୧ା୬: କୋଭିଡ୍-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ...
୮୯୯ ଜଣଙ୍କୁ ଏକ୍ସପାୟର ଭାକ୍ସିନ୍: ପୁଣି ଦିଆଯିବ ଡୋଜ୍…
ଓ୍ବାଶିଂଟନ,୧୬।୬: ଆମେରିକାରେ ଜାରି ରହିଥିବା ସାବର୍ଜନୀକ ଟିକାକରଣ ଅଭିଯାନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଟାଇମ୍ସ୍ ସ୍କୋୟାରଠାରେ ଥିବା ଟିକାଦାନ କେନ୍ଦ୍ରରେ ୮୯୯ ଜଣଙ୍କ...


