ସାଉଥାମ୍ପଟନ,୨୧।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ର ଚତୁର୍ଥ ଦିନରେ ସାଉଥମ୍ପଟନରେ ବର୍ଷା ଲାଗି ରହିଛି। ପ୍ରଥମ ଦିନ ଭଳି ଚତୁର୍ଥ ଦିନ ଖେଳ ମଧ୍ୟ ବର୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ହେତୁ ପ୍ରଥମ ଦିନରେ ଟସ୍ ମଧ୍ୟ କରାଯାଇ ନ ଥିଲା। ଖେଳ ଦ୍ୱିତୀୟ ଏବଂ ତୃତୀୟ ଦିନରେ ହୋଇଥିଲା, କିନ୍ତୁ ଖରାପ ଆଲୋକ ହେତୁ ଦିନର ଖେଳକୁ ବନ୍ଦ କରିବାକୁ ପଡିଲା। ତୃତୀୟ ଦିନର ଖେଳ ଶେଷ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲା। ପୂର୍ବରୁ କିୱି ବୋଲରମାନେ ୨୧୭ ରନରେ ଭାରତୀୟ ଇନିଂସକୁ ସୀମିତ ରଖିଥିଲେ।
ଭାରତ ପାଇଁ ଉପ-ଅଧିନାୟକ ଅଜିଙ୍କେ ରାହାନେ ସର୍ବାଧିକ ୪୯ ରନ ସଂଗ୍ରହ କରିଥିବାବେଳେ ଅଧିନାୟକ ବିରାଟ କୋହଲି ୪୪ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ରୋହିତ ଶର୍ମା ୩୪ ଏବଂ ଶୁଭମନ ଗିଲ ୨୮ ରନ ସ୍କୋର କରିଥିଲେ। ଅଶ୍ୱିନ ୨୨ ରନ କରିଥିଲେ ଏବଂ ଶେଷ ଉଇକେଟ ଭାବରେ ପାଭିଲିୟନକୁ ଫେରିଥିବା ରବିନ୍ଦ୍ର ଜାଡେଜା ୧୫ ରନ ସଂଗ୍ରହ କରିଥିଲେ।
ଛେତ୍ରୀଙ୍କ ଡବଲ ଗୋଲରେ ଭାରତ ବିଜୟୀ
ଦୋହା, ୮।୬(ପି.ଟି.): ଚଳିତ ଫିଫା ବିଶ୍ୱକପ୍ ଓ ଏସିଆନ କପ୍ କ୍ୱାଲିଫାୟର୍ସ ଫୁଟ୍ବଲ ଟୁର୍ନାମେଣ୍ଟରେ ଭାରତ ସୋମବାର ପଡ଼ୋଶୀ ବାଂଲାଦେଶକୁ ୨-୦ ଗୋଲରେ ପରାସ୍ତ କରିଛି।...
ଉଦ୍ଘାଟନୀ ମ୍ୟାଚ୍ରେ ଇଟାଲୀର ବୃହତ୍ ବିଜୟ
ରୋମ୍,୧୩।୬(ଏପି): ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଶୁକ୍ରବାର ଅନୁଷ୍ଠିତ ଉଦ୍ଘାଟନୀ ମୁକାବିଲାରେ ଇଟାଲୀ ବୃହତ୍ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ...
ଧାଓ୍ବନଙ୍କୁ ନେତୃତ୍ୱ: ଭାରତୀୟ ଦଳରେ ୬ ନୂଆ ମୁହଁ
ମୁମ୍ବାଇ,୧୦।୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍ ଲାଗି ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଯାଇଛି। ବରିଷ୍ଠ ଓପନର...
ଟିମ୍ ଇଣ୍ଡିଆକୁ ବ୍ୟାକ୍ଫୁଟ୍କୁ ଠେଲି ଦେଲା ନ୍ୟୁଜିଲାଣ୍ଡ
ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଦ୍ୱିତୀୟ ଦିନ ସୁଦ୍ଧା ସୁବିଧାଜନକ ସ୍ଥିତିରେ ଥିବା ଟିମ୍ ଇଣ୍ଡିଆକୁ ବ୍ୟାକ୍ଫୁଟକୁ ଠେଲି ଦେଇଛି ନ୍ୟୁଜିଲାଣ୍ଡ।...
‘ଭାରତ ଜିତିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍’
ମେଲବୋର୍ନ,୧୬ା୬(ପି.ଟି.)-ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ ଅତି ସହଜରେ ବିଜୟ ଲାଭ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆର...
ଜାପାନରୁ ଫେରିଲେନି ମ୍ୟାନ୍ମାର ଫୁଟ୍ବଲର
ଟୋକିଓ, ୧୮ା୬ (ଏପି)- ଜାପାନରେ ୨୦୨୨ ବିଶ୍ୱକପ୍ କ୍ୱାଲିଫାୟର୍ସ ଖେଳିବା ଲାଗି ଆସିଥିବା ମ୍ୟାନ୍ମାର ଜାତୀୟ ଫୁଟ୍ବଲ ଦଳର ଜଣେ ଖେଳାଳି ସ୍ବଦେଶ ଫେରିବା ଲାଗି...
ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି
ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...
କୋପା ଆମେରିକା ଫୁଟବଲ: ବ୍ରାଜିଲ ଜିତିଲା ଉଦ୍ଘାଟନୀ ମ୍ୟାଚ
ସାଓ ପାଓଲୋ, ୧୫।୬(ଏପି)-କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ୪୭ତମ ସଂସ୍କରଣ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ମ୍ୟାଚରେ ଆୟୋଜକ ବ୍ରାଜିଲ ୩-୦ ଗୋଲରେ ଭେନିଜୁଏଲାକୁ ହରାଇ...


