ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ ପେରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍ ବି’ରେ ଖେଳାଯାଇଥିବା ମୁକାବିଲାରେ ପେରୁ ୨-୧ ଗୋଲରେ କଲମ୍ବିଆକୁ ପରାସ୍ତ କରିଛି। ଏଥିସହି ପେରୁ ତା’ର ନକ୍ଆଉଟ ଆଶାକୁ ଉଜ୍ଜୀବିତ ରଖିଛି।
ବ୍ରାଜିଲର ଗୋଇଆନିଆସ୍ଥିତ ଇଷ୍ଟାଡିଓ ଅଲିମ୍ପିକୋରେ ଖେଳାଯାଇଥିବା ଏହି ମ୍ୟାଚ୍ର ୧୭ତମ ମିନିଟ୍ରେ ସର୍ଗିଓ ପେନା ପ୍ରଥମ ଗୋଲ ସ୍କୋର କରି ପେରୁକୁ ଅଗ୍ରଣୀ କରାଇଥିଲେ ଓ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ପେରୁ ଅଗ୍ରଣୀ ବଜାୟ ରଖିଥିଲା। ଦ୍ୱିତୀୟର୍ଦ୍ଧରେ କଲମ୍ବିଆ ତରଫରୁ ମିଗୁଏଲ ବୋର୍ଜା ପେନାଲ୍ଟି ଜରିଆରେ ୫୩ତମ ମିନିଟ୍ରେ ଗୋଲ ଦେଇ ମ୍ୟାଚ୍କୁ ସମାନସ୍ଥିତିକୁ ଆଣିଥିଲେ। ତେବେ ଏକ ଆତ୍ମଘାତୀ ଗୋଲ କଲମ୍ବିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ୬୪ତମ ମିନିଟ୍ରେ କଲମ୍ବିଆ ଡିଫେଣ୍ଡର ୟେରୀ ମିନାଙ୍କ ଦ୍ୱାରା ହୋଇଥିବା ଏହି ଆତ୍ମଘାତୀ ଗୋଲ ପେରୁକୁ ବିଜୟୀ କରାଇଥିଲା। ସାରା ମ୍ୟାଚ୍ରେ କିନ୍ତୁ କଲମ୍ବିଆ ଅପେକ୍ଷକୃତ ଭଲ ପ୍ରଦର୍ଶନ କରିଥିଲା। ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ କଲମ୍ବିଆ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲା।
୨ଟି ମ୍ୟାଚ୍ ଖେଳି ପେରୁ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ହାସଲ କରି ଗ୍ରୁପ୍ ବି’ର ତୃତୀୟ ସ୍ଥାନରେ ରହିଛି। ପରାଜୟ ସତ୍ତ୍ୱେ କଲମ୍ବିଆ ୩ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଆୟୋଜକ ବ୍ରାଜିଲ ୨ଟି ମ୍ୟାଚ୍ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ତାଲିକାର ପ୍ରଥମ ସ୍ଥାନରେ ରହିଛି। ସେହିପରି ଭେନିଜୁଏଲା ଓ ଇକ୍ୱେଡର ୨ ଓ ୧ ପଏଣ୍ଟ ହାସଲ କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛି। ଦୁଇଟି ଗ୍ରୁପ୍ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ପେରୁ ୦-୪ ଗୋଲ ବ୍ରାଜିଲଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ୨୦୧୯ କୋପା ଆମେରିକାରେ ପେରୁ ଫାଇନାଲରେ ପ୍ରବେଶ କରିଥିଲା। ପେରୁ ଏବେ ଦକ୍ଷିଣ ଆମେରିକା ବିଶ୍ୱକପ୍ କ୍ୱାଲିଫାୟର୍ସରେ ସଂଘର୍ଷ କରୁଛି। ଗୋଟିଏ ସପ୍ତାହ ତଳେ ଦଳ ଲିମାରେ କଲମ୍ବିଆଠାରୁ ୦-୩ ଗୋଲରେ ପରାସ୍ତ ହୋଇଥିଲା। ବୁଧବାର କଲମ୍ବିଆ ଓ ବ୍ରାଜିଲକୁ ମୁହଁାମୁହିଁ ହେବେ। ପେରୁ ପ୍ରଥମ ମ୍ୟାଚ୍ରେ ଭେନିଜୁଏଲା ବିପକ୍ଷରେ ମ୍ୟାଚ୍ ୦-୦ରେ ଡ୍ର ରଖିଥିଲା। ସେହିପରି ପେରୁ ବୁଧବାର ଇକ୍ୱେଡରକୁ ଭେଟିବ।
କ୍ୟାପସନ: କଲମ୍ବିଆର ୟୋରୀ ମିନା ଆତ୍ମଘାତୀ ଗୋଲ ସ୍କୋର କରିବା ପରେ ପେରୁ ଖେଳାଳି ଖୁସି ମନାଉଛନ୍ତି।
ଭାରତୀୟ ଖେଳାଳିଙ୍କୁ ୩ ଦିନ ପରସ୍ପର ସହ ମିଶିବା ମନା
ସାଉଥାମ୍ପଟନ, ୫।୬(ପି.ଟି.)- ସମ୍ପ୍ରତି ୟୁନାଇଟେଡ କିଙ୍ଗ୍ଡମ୍ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳର ୩ ଦିନିଆ କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ...
ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମୁକାବିଲା: ବର୍ଷା ଯୋଗୁ ହେବ ନାହିଁ ପ୍ରଥମ ଅଧିବେଶନର ଖେଳ
ସାଉଥାମ୍ପଟନ,୧୮।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ର ପ୍ରଥମ ଅଧିବେଶନରେ କୌଣସି ଖେଳ ହେବନାହିଁ।...
ଜୁନିୟର ହକି ବିଶ୍ୱକପ୍: ବିଶ୍ୱରଞ୍ଜନ ଅଫିସିଆଲ, ବିଭୁ ମେଡିକାଲ ଅଫିସର
ଭୁବନେଶ୍ୱର, ୨୪ ।୬(କ୍ରୀଡ଼ା ପ୍ରତିନିଧି)- ଜୁନିୟର ପୁରୁଷ ହକି ବିଶ୍ୱକପ୍ ଭାରତରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଭେନ୍ୟୁ ଏ...
ଆଡ୍ହକ କମିଟିର ନୂଆ ଚେୟାରମ୍ୟାନ ହେଲେ ଦିଲୀପ ତିର୍କୀ
ଭୁବନେଶ୍ୱର,୧୮।୬: ଓଡ଼ିଶା ହକିର ପରିଚାଳନା ପାଇଁ ହକି ଇଣ୍ଡିଆ ଶୁକ୍ରବାର ଏକ ଆଡ୍ହକ୍ କମିଟି ଗଠନ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ...
ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି
ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...
ଗର୍ଭବତୀ ପ୍ରେମିକାଙ୍କୁ ଦେଖି ଭାବପ୍ରବଣ ହେଲେ ଏହି କ୍ରିକେଟର୍
କରୋନା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ସ୍ଥଗିତ ରଖାଯାଇଛି। ଏହି ଲିଗ ଅଧାରୁ ସ୍ଥଗିତ ରଖିବା ପରେ ଯାତ୍ରା ପ୍ରତିବନ୍ଧକ ଯୋଗୁ ଅଷ୍ଟ୍ରେଲିଆ...
ଶେଫାଳିଙ୍କ ବିରଳ କୃତିତ୍ୱ
ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ...
ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ
ଲଣ୍ଡନ,୧୦।୬(ପି.ଟି.): ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟଲର ଏବେ ହରଡ଼ଘଣାରେ...


