E-Paper
  • logo
  • Saturday 26th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

କୋପା ଆମେରିକା ଫୁଟବଲ: କଲମ୍ବିଆକୁ ହରାଇଲା ପେରୁ
8:30 amJune 22, 2021

ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ ପେରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍‌ ବି’ରେ ଖେଳାଯାଇଥିବା ମୁକାବିଲାରେ ପେରୁ ୨-୧ ଗୋଲରେ କଲମ୍ବିଆକୁ ପରାସ୍ତ କରିଛି। ଏଥିସହି ପେରୁ ତା’ର ନକ୍‌ଆଉଟ ଆଶାକୁ ଉଜ୍ଜୀବିତ ରଖିଛି।
ବ୍ରାଜିଲର ଗୋଇଆନିଆସ୍ଥିତ ଇଷ୍ଟାଡିଓ ଅଲିମ୍ପିକୋରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ସର୍ଗିଓ ପେନା ପ୍ରଥମ ଗୋଲ ସ୍କୋର କରି ପେରୁକୁ ଅଗ୍ରଣୀ କରାଇଥିଲେ ଓ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ପେରୁ ଅଗ୍ରଣୀ ବଜାୟ ରଖିଥିଲା। ଦ୍ୱିତୀୟର୍ଦ୍ଧରେ କଲମ୍ବିଆ ତରଫରୁ ମିଗୁଏଲ ବୋର୍ଜା ପେନାଲ୍ଟି ଜରିଆରେ ୫୩ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ସମାନସ୍ଥିତିକୁ ଆଣିଥିଲେ। ତେବେ ଏକ ଆତ୍ମଘାତୀ ଗୋଲ କଲମ୍ବିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ୬୪ତମ ମିନିଟ୍‌ରେ କଲମ୍ବିଆ ଡିଫେଣ୍ଡର ୟେରୀ ମିନାଙ୍କ ଦ୍ୱାରା ହୋଇଥିବା ଏହି ଆତ୍ମଘାତୀ ଗୋଲ ପେରୁକୁ ବିଜୟୀ କରାଇଥିଲା। ସାରା ମ୍ୟାଚ୍‌ରେ କିନ୍ତୁ କଲମ୍ବିଆ ଅପେକ୍ଷକୃତ ଭଲ ପ୍ରଦର୍ଶନ କରିଥିଲା। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ କଲମ୍ବିଆ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲା।
୨ଟି ମ୍ୟାଚ୍‌ ଖେଳି ପେରୁ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ହାସଲ କରି ଗ୍ରୁପ୍‌ ବି’ର ତୃତୀୟ ସ୍ଥାନରେ ରହିଛି। ପରାଜୟ ସତ୍ତ୍ୱେ କଲମ୍ବିଆ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଆୟୋଜକ ବ୍ରାଜିଲ ୨ଟି ମ୍ୟାଚ୍‌ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ତାଲିକାର ପ୍ରଥମ ସ୍ଥାନରେ ରହିଛି। ସେହିପରି ଭେନିଜୁଏଲା ଓ ଇକ୍ୱେଡର ୨ ଓ ୧ ପଏଣ୍ଟ ହାସଲ କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛି। ଦୁଇଟି ଗ୍ରୁପ୍‌ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ପେରୁ ୦-୪ ଗୋଲ ବ୍ରାଜିଲଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ୨୦୧୯ କୋପା ଆମେରିକାରେ ପେରୁ ଫାଇନାଲରେ ପ୍ରବେଶ କରିଥିଲା। ପେରୁ ଏବେ ଦକ୍ଷିଣ ଆମେରିକା ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ସଂଘର୍ଷ କରୁଛି। ଗୋଟିଏ ସପ୍ତାହ ତଳେ ଦଳ ଲିମାରେ କଲମ୍ବିଆଠାରୁ ୦-୩ ଗୋଲରେ ପରାସ୍ତ ହୋଇଥିଲା। ବୁଧବାର କଲମ୍ବିଆ ଓ ବ୍ରାଜିଲକୁ ମୁହଁାମୁହିଁ ହେବେ। ପେରୁ ପ୍ରଥମ ମ୍ୟାଚ୍‌ରେ ଭେନିଜୁଏଲା ବିପକ୍ଷରେ ମ୍ୟାଚ୍‌ ୦-୦ରେ ଡ୍ର ରଖିଥିଲା। ସେହିପରି ପେରୁ ବୁଧବାର ଇକ୍ୱେଡରକୁ ଭେଟିବ।
କ୍ୟାପସନ: କଲମ୍ବିଆର ୟୋରୀ ମିନା ଆତ୍ମଘାତୀ ଗୋଲ ସ୍କୋର କରିବା ପରେ ପେରୁ ଖେଳାଳି ଖୁସି ମନାଉଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଭାରତକୁ ଆଶା ଦେଲେ ଅଶ୍ୱିନ

ସାଉଥାମ୍ପଟନ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ରୋମାଞ୍ଚକ ମୋଡ଼ ନେଉଛି। ୧୩୯ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡକୁ ଡବଲ୍‌ ଝଟକା ଦେଇଛନ୍ତି ଅଭିଜ୍ଞ...

ଚେସ୍‌ ବିଶ୍ୱକପ୍‌ ପାଇଁ ଗୁଜରାଠୀଙ୍କୁ ଯୋଗ୍ୟତା

ଚେନ୍ନାଇ, ୪ା୬(ପି.ଟି.)- ଭାରତର ୩ ନମ୍ବର ଖେଳାଳି ଭିଦିତ୍‌ ଗୁଜରାଠୀ ରେଟିଂ ଭିତ୍ତିରେ ଫିଡେ ଚେସ୍‌ ବିଶ୍ୱକପ୍‌ ୨୦୨୧ରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ...

ଏମିତି ଛକା ମାରିଲେ କ୍ରିକେଟର୍‌, ନିଜର ହେଲା କ୍ଷତି

କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ଛକା ମାରିଲେ ବଲ ସୀମା ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ନୂଆକଥା ନୁହେଁ। କ୍ରିକେଟରେ ଏପରି ଅନେକ ଉଦାହରଣ...

ଷ୍ଟାର ଖେଳାଳିଙ୍କ କାରନାମା: ଗୋଇଠା ମାରି ଭାଙ୍ଗିଦେଲେ ଉଇକେଟ

ଢାକା,୧୧।୬ : ବାଂଲାଦେଶର ଘରୋଇ ଟି୨୦ ଟୁର୍ନାମେଣ୍ଟ ଢାକା ଲିଗ୍‌ରେ ଶୁକ୍ରବାର ଏକ ଅପ୍ରିତିକର ଘଟଣା ଘଟିଛି। ଅମ୍ପାୟରଙ୍କୁ ଅସଦାଚରଣ କରିବା ସହ ଷ୍ଟମ୍ପକୁ ଗୋଇଠା...

ଅଶ୍ୱିନ୍‌ ଆଉଟ୍‌ ହେବାପରେ ଏମିତି କହିଦେଲେ ସ୍ତ୍ରୀ

ସାଉଥାମ୍ପଟନ୍‌,୨୩।୬:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ସାଉଥାମ୍ପଟନ୍‌ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। କିନ୍ତୁ ସାଉଥାମ୍ପଟନରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍‌ରେ...

ଟି୨୦ ବିଶ୍ୱକପ୍‌ ଭାରତ ବାହାରକୁ ଯିବ: ଆବୁଧାବି, ଦୁବାଇ, ଶାରଜା, ମସ୍କଟରେ ମ୍ୟାଚ୍‌ ସମ୍ଭାବନା

ନୂଆଦିଲ୍ଲୀ,୬।୬(ପି.ଟି.): ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ଭାରତରେ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି।...

ଟିମ୍‌ ଇଣ୍ଡିଆ ଖେଳାଳି କେହି କାହାକୁ ଭେଟି ପାରିବେ ନାହିଁ

ସାଉଥାମ୍ପଟନ,୪।୬ : ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ସାଉଥାମ୍ପଟନର ଏଜେସ ବାଉଲଠାରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଖେଳାଳିମାନଙ୍କୁ ଏବେ ହାର୍ଡ...

ୟୁରୋକପ୍‌ ଫୁଟ୍‌ବଲ: ପର୍ତ୍ତୁଗାଲକୁ ହରାଇଲା ଜର୍ମାନୀ

ମ୍ୟୁନିକ,୨୧।୬: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଗତଥର ଚାମ୍ପିୟନ ପର୍ତ୍ତୁଗାଲ ୨-୪ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଛି। ଶନିବାର ଗ୍ରୁପ୍‌ ଏଫ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପର୍ତ୍ତୁଗାଲ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ
Next Post Next post:
ଭେନିଜୁଏଲା- ଇକ୍ୱେଡର ମ୍ୟାଚ୍‌ ଡ୍ର

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts