ସାଉଥାମ୍ପଟନ, ୨୨ା୬ (ପି.ଟି.)- ବର୍ଷାଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ବିଶେଷ ପ୍ରଭାବିତ ହୋଇଛି। ରିଜର୍ଭ ରଖାଯାଇଥିବା ୬ଷ୍ଠ ଦିବସ ଖେଳର ଟିକେଟ ମୂଲ୍ୟ ହ୍ରାସ କରାଯାଇଛି। ପ୍ରଥମ ଦିବସ ଖେଳ ସମ୍ପୂର୍ଣ୍ଣ ଧୋଇଯିବା ପରେ ଦ୍ୱିତୀୟ ଦିବସରେ ୬୬.୪ ଓଭର ଖେଳ ସମ୍ଭବ ହୋଇ ପାରିଛି। ରବିବାର ତୃତୀୟ ଦିବସରେ ୭୬. ୩ ଓଭର ଖେଳାଯାଇପାରିଛି। ଚତୁର୍ଥ ଦିବସ ଖେଳ ମଧ୍ୟ ପ୍ରଭାବିତ ହୋଇଛି। ପ୍ରଥମ ସେସନ ଖେଳ ସମ୍ଭବ ହୋଇପାରି ନାହିଁ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୬ଷ୍ଠ ଦିବସକୁ ରିଜର୍ଭ ଡେ’ ରଖିଛି। ବର୍ଷା ଯୋଗୁ ସେଦିନର ଖେଳ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। କେବଳ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ବାସିନ୍ଦାଙ୍କୁ ଏହି ଟେଷ୍ଟ ମ୍ୟାଚ ଦେଖିବା ଲାଗି ଅନୁମତି ରହିଛି। ଡବ୍ଲ୍ୟୁଟିସି ଫାଇନାଲ ପାଇଁ ୩ଟି ମୂଲ୍ୟର ଟିକେଟ ରହିଛି। ତାହା ହେଲା ୧୫୦ ବ୍ରିଟିଶ ପାଉଣ୍ଡ ( ଭାରତୀୟ ମୁଦ୍ରାରେ ୧୫,୪୪୪ ଟଙ୍କା), ୧୦୦ ପାଉଣ୍ଡ (୧୦,୨୯୬ ଟଙ୍କା) ଏବଂ ୭୫ ପାଉଣ୍ଡ (୭,୭୨୨ ଟଙ୍କା)। ଟିକେଟର ମୂଲ୍ୟ ହ୍ରାସ କରାଯାଇ ବର୍ତ୍ତମାନ ୧୦୦ ପାଉଣ୍ଡ, ୭୫ ପାଉଣ୍ଡ ଓ ୫୦ ପାଉଣ୍ଡ ରଖାଯାଇଛି।
ରୋନାଲ୍ଡୋଙ୍କ ପରେ ପୋଗ୍ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…
ପ୍ୟାରିସ୍,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି...
ଭଙ୍ଗା ଆଙ୍ଗୁଠିରେ ଖେଳିଲେ ନ୍ୟୁଜିଲାଣ୍ଡ ଖେଳାଳି
ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ନିର୍ଣ୍ଣାୟକ ତଥା ୬ଷ୍ଠ ଦିନ ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ...
ମୀରାବାଈ ଚାନୁଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍) ଶନିବାର...
ଫ୍ରେଞ୍ଚ୍ ଓପନ ଟେନିସ୍: ତୃତୀୟ ରାଉଣ୍ଡରେ ଜେଭେରେଭ, ଇସ୍ନର
ପ୍ୟାରିସ,୩।୬: ଫ୍ରେଞ୍ଚ୍ ଓପନ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡର ଜେଭେରେଭ୍, ୧୫ତମ ସିଡ୍ ଖେଳାଳି ନରଓ୍ବେର...
ଫ୍ରେଞ୍ଚ୍ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ
ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା।...
ଭାରତୀୟ ଖେଳାଳିଙ୍କ ହାତରେ ସ୍ବତନ୍ତ୍ର ଆର୍ମବ୍ୟାଣ୍ଡ
ସାଉଥାମ୍ପଟନ,୧୯।୬: ଶୁକ୍ରବାର ରାତିରେ କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ପ୍ରାଣ ହରାଇଛନ୍ତି ‘ଫ୍ଲାଇଂ ଶିଖ’ ଭାବେ ଜଣାଶୁଣା ଅଲିମ୍ପିଆନ ମିଲ୍ଖା ସିଂ। ତାଙ୍କୁ ସମ୍ମାନ...
ମ୍ୟାଚ୍ ପୂର୍ବରୁ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି
ରିଓ ଡି ଜାନେଇରୋ,୧୬।୬: ଚିଲି ବିପକ୍ଷରେ ଆର୍ଜେଣ୍ଟିନା ତା’ର ପ୍ରଥମ ମ୍ୟାଚ୍ରେ କିମ୍ବଦନ୍ତୀ ଫୁଟ୍ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ମ୍ୟାଚ୍ ପୂର୍ବରୁ ମାରାଡୋନାଙ୍କ...
ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି
ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...


