ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ସୋସିଆଲ ମିଡ଼ିଆରେ କରୋନା ଭାକ୍ସିନ୍ ନେଇ ନାନା ପ୍ରକାର ଅପପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି। ଭାକ୍ସିନ୍ ନେଲେ ପ୍ରଜନନ କ୍ଷମତା ହ୍ରାସ ପାଇବ ବୋଲି ହେଉଥିବା ମିଥ୍ୟା ପ୍ରଚାର ନେଇ କେନ୍ଦ୍ର ସରକାର ମୁହାଁ ଖୋଲିଛନ୍ତି। ସରକାର ଏହାକୁ ଖଣ୍ଡନକରିଛନ୍ତି। ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଖବର ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାକ୍ସିନ୍ର ସମସ୍ତ ପରୀକ୍ଷା ଭଲ ଭାବେ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହା ସୁରକ୍ଷିତ ଥିବାରୁ ଏବେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ମଧ୍ୟ ଦିଆଯିବା ନେଇ ଗୁରୁତ୍ୱାରୋପ କରାଯାଉଛି। ଏହା ଦ୍ୱାରା ଗର୍ଭସ୍ଥ ସନ୍ତାନ ଏବଂ ସ୍ତନ୍ୟପାନ କରୁଥିବା ଶିଶୁଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡୁଥିବା ପରୀକ୍ଷା ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଭାକ୍ସିନ୍ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…
Posted inକରୋନା ଭାଇରସ୍, ଜାତୀୟ View All
ଅଢ଼େଇ ମାସ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ଅଢ଼େଇ ମାସ ପରେ ଦେଶରେ...
୧୫ ଜୁନ୍ରୁ ଲଭ୍ ଜିହାଦ୍ ଆଇନ: ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍…
ଅହମଦାବାଦ,୫।୬: ଲଭ୍ ଜିହାଦ୍ ଆଇନ୍ ଗୁଜରାଟରେ ୧୫ ଜୁନ୍ରୁ ପ୍ରଣୟନ ହେବାକୁ ଯାଉଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧୩।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...
ପେଣ୍ଡାଲ ଭାଙ୍ଗିଲା ବରଯାତ୍ରୀରେ ଆସିଥିବା ହାତୀ
ପ୍ରୟାଗରାଜ,୧୩।୬: ସୁସଜ୍ଜିତ ହାତୀକୁ ସାଥିରେ ନେଇ ବିବାହ ପାଇଁ ଯାଇଥିଲେ ବର। କିନ୍ତୁ ବାଣ ଓ ଡିଜେ ସାଉଣ୍ଡରୁ ହାତୀ ଉତ୍ତେଜିତ ହୋଇଉଠିଥିଲା। ତା’ ପରେ...
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଯୋଗୀ: ବିଧାନସଭା ନିର୍ବାଚନ-କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଏବେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଏଥିପାଇଁ...
‘ମେଣ୍ଟ ପାଇଁ ମାୟାବତୀ, କଂଗ୍ରେସ ଅନଫିଟ୍’
ନୂଆଦିଲ୍ଲୀ,୨୩।୬: ଆଗାମୀ ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆମେ ଛୋଟ ଦଳ ସହ ମେଣ୍ଟ କରିବୁ। କିନ୍ତୁ ମାୟାବାତୀଙ୍କ ବହୁ...
ଜୁଲାଇ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ
ଲକ୍ଷ୍ନୌ,୧୬।୬: କରୋନାର ଦ୍ୱିତୀୟ ଲହର ଉତ୍ତରପ୍ରଦେଶରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ କିଛି ଜିଲାକୁ ଛାଡ଼ିଦେଲେ ଅନ୍ୟ...
ସ୍ନାନଯାତ୍ରାରେ ତ୍ରିସ୍ତରୀୟ ସୁରକ୍ଷା
ପୁରୀ ଅଫିସ, ୧୨ା୬: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା ପଡୁଛି। ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ ନେଇ...


