ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ ୧,୬୧୩ ଟିକାକେନ୍ଦ୍ରରେ ୩,୩୨,୭୧୭ ଡୋଜ୍ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଟିକାକରଣ ୧ କୋଟି ଟପିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ସୋମବାର ସୁଦ୍ଧା ସମସ୍ତ ବର୍ଗର ହିତାଧିକାରୀଙ୍କୁ ୧,୦୦,୨୫,୧୦୫ ଡୋଜ୍ ଟିକାକରଣ ହୋଇଛି। ୧୮,୯୫,୦୫୬ଜଣ ହିତାଧିକାରୀ ଦୁଇଟି ଡୋଜ୍ ଟିକା ନେଇସାରିଛନ୍ତି। ୪୫ରୁ ଉର୍ଦ୍ଧ୍ୱ ବୟସର ହିତାଧିକାରୀ ସର୍ବାଧିକ ୭୧,୬୩,୩୫୬ ଡୋଜ୍ ନେଇଥିବାବେଳେ ୧୮ରୁ ୪୪ବର୍ଷ ବୟସ ବର୍ଗରେ ୧୭,୫୮,୭୯୧ ଡୋଜ୍ ଟିକାକରଣ ହୋଇଛି। ସେହିପରି ସ୍ବାସ୍ଥ୍ୟକର୍ମୀଙ୍କୁ ୬,୧୩,୮୯୩ ଡୋଜ୍ ଓ ସମ୍ମୁଖ ଯୋଦ୍ଧାଙ୍କୁ ୪,୮୯,୫୮୯ ଡୋଜ୍ ଦିଆଯାଇଛି। ତେବେ ଟିକା ନେବା ପରେ ମାତ୍ର ୦.୦୦୪%ଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିବା ସୂଚନା ରହିଛି। ରାଜ୍ୟରେ ମୋଟ ଟିକାକରଣରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୪,୦୦,୬୫୮ ଡୋଜ୍ ଟିକାକରଣ ହୋଇଛି। ଏହା ପରେ ଗଞ୍ଜାମରେ ୯,୨୮,୪୮୪, କଟକ ୭,୪୮,୮୫୯, ବାଲେଶ୍ୱର ୫,୪୭,୬୫୩, ସୁନ୍ଦରଗଡ଼ ୫,୩୦,୦୬୬, ପୁରୀ ୪,୫୮,୨୨୩, ମୟୂରଭଞ୍ଜ ୩,୯୧,୧୩୧, ସମ୍ବଲପୁର ୩,୭୯,୪୭୧, କୋରାପୁଟ ୩,୪୨,୦୭୩, କେନ୍ଦୁଝରରେ ୩,୨୬,୨୨୬, ଯାଜପୁର ୩,୧୩,୬୯୭, ଭଦ୍ରକ ୩,୦୩,୩୫୪, କେନ୍ଦ୍ରାପଡ଼ା ୩,୦୨,୪୪୦ ଓ କଳାହାଣ୍ଡିରେ ୩,୧୦,୦୨୬ ଡୋଜ୍ ଟିକାକରଣ ହୋଇଛି। ତେବେ ଦେବଗଡ଼ ଜିଲାରେ ସର୍ବନିମ୍ନ ୬୦,୪୯୨ଡୋଜ୍ ଟିକାକରଣ ହୋଇଥିବା ଜଣାପଡ଼ିଛି।
ରାଜ୍ୟ ଟିକାକରଣରେ ଏହି ସଫଳତା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ଟୁଇଟ୍ କରି ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛି। ଟିକାକରଣ ସୁପରିଚାଳନା ଯୋଗୁ ରାଜ୍ୟରେ ମାତ୍ର ୩% ଟିକା ନଷ୍ଟ ହୋଇଛି, ଯାହା ଦେଶରେ ସବୁଠାରୁ କମ୍। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଓଡ଼ିଶା ୧ କୋଟି ଟିକାକରଣ କରି କୋଭିଡ୍-୧୯ ଲଢ଼େଇରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅନେକ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ତ୍ୱରିତ ଟିକାକରଣକୁ ସୁନିଶ୍ଚିତ କରିଥିବା ଆମର ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେପଟେ ମଙ୍ଗଳବାର ରାଜ୍ୟର ୧,୨୨୨ ଟିକାକେନ୍ଦ୍ରରେ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍ଡୋଜର…
ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...
ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...
ଭାକ୍ସିନ୍ ଯୋଗୁ ପୁଣି ନୂଆ ବିପଦ: ୨ ଡୋଜ୍ ମଧ୍ୟରେ ସମୟ ବଢ଼ିଲେ ସଂକ୍ରମଣ ଆଶଙ୍କା ଅଧିକ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...
ଟିକା ନେଲେ ହୋମ୍ ଡେଲିଭରି ବୟ, ରେଷ୍ଟୁରାଣ୍ଟ କର୍ମଚାରୀ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରି ଟିକାକରଣକୁ ତ୍ୱରାନ୍ବିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହୋମ୍ ଡେଲିଭରି...
ଓଡ଼ିଶାର ଏହି ୩ ଜିଲାରେ ହେବ ଚତୁର୍ଥ ସେରୋ ସର୍ଭେ
ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଚତୁର୍ଥ ସେରୋ ସର୍ଭେରେ ୬ ବର୍ଷରୁ ଅଧିକ ବୟସ୍କ ପିଲା ସାମିଲ ହେବେ। ଏ ନେଇ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍ଏମ୍ଆର୍ସି) ପକ୍ଷରୁ...
ବର୍ଷକରେ ୫ଗୁଣା ବଢ଼ିଲା ଲୁହାପଥର ମୂଲ୍ୟ
ଯାଜପୁର ଅଫିସ,୧୧।୬: ଲୁହାପଥର ଅଭାବ ଓ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍ କାରଖାନାଗୁଡିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଗତ ବର୍ଷକ...
ଗର୍ଭବତୀଙ୍କ ପାଇଁ ସୁରକ୍ଷିତ କରୋନା ଭାକ୍ସିନ୍: ଏଠାରେ ଆରମ୍ଭ ହେବ ଟିକାକରଣ…
ଅକ୍ଲାଣ୍ଡ,୧୩।୬: କରୋନା ଭାକ୍ସିନ୍ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସେମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖୁବ୍ ଶୀଘ୍ର ଏଠାରେ...
ତୃତୀୟ ଲହର ଚେତାବନୀ: ବୁଝି ବିଚାରି ଅନ୍ଲକ୍ କରିବା ଲାଗି ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ…
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ଆଶଙ୍କା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ...


