E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକରୋନା ଭାଇରସ୍‌, ମେଟ୍ରୋ, ରାଜ୍ୟ

ରାଜ୍ୟରେ ୧ କୋଟି ଟପିଲା ଟିକାକରଣ
10:35 amJune 22, 2021

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍‌ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ ୧,୬୧୩ ଟିକାକେନ୍ଦ୍ରରେ ୩,୩୨,୭୧୭ ଡୋଜ୍‌ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଟିକାକରଣ ୧ କୋଟି ଟପିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ସୋମବାର ସୁଦ୍ଧା ସମସ୍ତ ବର୍ଗର ହିତାଧିକାରୀଙ୍କୁ ୧,୦୦,୨୫,୧୦୫ ଡୋଜ୍‌ ଟିକାକରଣ ହୋଇଛି। ୧୮,୯୫,୦୫୬ଜଣ ହିତାଧିକାରୀ ଦୁଇଟି ଡୋଜ୍‌ ଟିକା ନେଇସାରିଛନ୍ତି। ୪୫ରୁ ଉର୍ଦ୍ଧ୍ୱ ବୟସର ହିତାଧିକାରୀ ସର୍ବାଧିକ ୭୧,୬୩,୩୫୬ ଡୋଜ୍‌ ନେଇଥିବାବେଳେ ୧୮ରୁ ୪୪ବର୍ଷ ବୟସ ବର୍ଗରେ ୧୭,୫୮,୭୯୧ ଡୋଜ୍‌ ଟିକାକରଣ ହୋଇଛି। ସେହିପରି ସ୍ବାସ୍ଥ୍ୟକର୍ମୀଙ୍କୁ ୬,୧୩,୮୯୩ ଡୋଜ୍‌ ଓ ସମ୍ମୁଖ ଯୋଦ୍ଧାଙ୍କୁ ୪,୮୯,୫୮୯ ଡୋଜ୍‌ ଦିଆଯାଇଛି। ତେବେ ଟିକା ନେବା ପରେ ମାତ୍ର ୦.୦୦୪%ଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିବା ସୂଚନା ରହିଛି। ରାଜ୍ୟରେ ମୋଟ ଟିକାକରଣରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୪,୦୦,୬୫୮ ଡୋଜ୍‌ ଟିକାକରଣ ହୋଇଛି। ଏହା ପରେ ଗଞ୍ଜାମରେ ୯,୨୮,୪୮୪, କଟକ ୭,୪୮,୮୫୯, ବାଲେଶ୍ୱର ୫,୪୭,୬୫୩, ସୁନ୍ଦରଗଡ଼ ୫,୩୦,୦୬୬, ପୁରୀ ୪,୫୮,୨୨୩, ମୟୂରଭଞ୍ଜ ୩,୯୧,୧୩୧, ସମ୍ବଲପୁର ୩,୭୯,୪୭୧, କୋରାପୁଟ ୩,୪୨,୦୭୩, କେନ୍ଦୁଝରରେ ୩,୨୬,୨୨୬, ଯାଜପୁର ୩,୧୩,୬୯୭, ଭଦ୍ରକ ୩,୦୩,୩୫୪, କେନ୍ଦ୍ରାପଡ଼ା ୩,୦୨,୪୪୦ ଓ କଳାହାଣ୍ଡିରେ ୩,୧୦,୦୨୬ ଡୋଜ୍‌ ଟିକାକରଣ ହୋଇଛି। ତେବେ ଦେବଗଡ଼ ଜିଲାରେ ସର୍ବନିମ୍ନ ୬୦,୪୯୨ଡୋଜ୍‌ ଟିକାକରଣ ହୋଇଥିବା ଜଣାପଡ଼ିଛି।
ରାଜ୍ୟ ଟିକାକରଣରେ ଏହି ସଫଳତା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ଟୁଇଟ୍‌ କରି ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛି। ଟିକାକରଣ ସୁପରିଚାଳନା ଯୋଗୁ ରାଜ୍ୟରେ ମାତ୍ର ୩% ଟିକା ନଷ୍ଟ ହୋଇଛି, ଯାହା ଦେଶରେ ସବୁଠାରୁ କମ୍‌। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଓଡ଼ିଶା ୧ କୋଟି ଟିକାକରଣ କରି କୋଭିଡ୍‌-୧୯ ଲଢ଼େଇରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅନେକ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ତ୍ୱରିତ ଟିକାକରଣକୁ ସୁନିଶ୍ଚିତ କରିଥିବା ଆମର ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେପଟେ ମଙ୍ଗଳବାର ରାଜ୍ୟର ୧,୨୨୨ ଟିକାକେନ୍ଦ୍ରରେ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inକରୋନା ଭାଇରସ୍‌, ମେଟ୍ରୋ, ରାଜ୍ୟ View All

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସକୁ ନନ୍ଦିନୀ ଶତପଥୀଙ୍କ ନାମରେ ନାମିତ କରିବାକୁ ଦାବି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସ ଓ ଛାତ୍ରୀନିବାସଗୁଡ଼ିକ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ନାମିତ ହେବାର ଏକ ପରମ୍ପରା ଅଛି। ଏବେ ବିଶ୍ୱବିଦ୍ୟାଳୟ ପରିସରରେ ୭ଟି...

ଦ୍ୱିତୀୟ ଡୋଜ୍‌ ପାଇଁ ହିତାଧିକାରୀ ହଟହଟା

ଭୁବନେଶ୍ୱର, ୮।୬ (ବ୍ୟୁରୋ):  ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି।...

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୩,୬୫୦ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ୨ଦିନ ହେଲା ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ବୁଧବାର...

ମଦ ପାଇଁ ଏଏସ୍‌ଆଇ ସସ୍‌ପେଣ୍ଡ

ଭଦ୍ରକ ଅଫିସ, ୨୦।୬: ଜଣେ ଯୁବକଙ୍କୁ ମଦ ମାଗୁଥିବା ନେଇ ଭିଡିଓ ଭାଇରାଲ ପରେ ଭଦ୍ରକ ଟାଉନ ଥାନାର ଏଏସ୍‌ଆଇ ବୀରଭଦ୍ର ବେହେରାଙ୍କୁ ସସ୍‌ପେଣ୍ଡ କରିଛନ୍ତି...

ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍‌ରେ ଯୁବକଙ୍କୁ ୨ ଡୋଜ୍‌ ଟିକା ଦେଲେ ନର୍ସିଂ ଷ୍ଟାଫ୍‌…

ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍‌...

ଉତ୍ସବ ପରି ଉତ୍ସାହ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୮ା୬ ମହାମାରୀ କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ। ଲୋକଙ୍କ ମନରେ ଏହି ବିଶ୍ୱାସ ଭରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷଜ୍ଞମାନଙ୍କ...

ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୪,୪୬୯ ଜଣ...

ନେପାଳୀ ନାଗରିକଙ୍କୁ ଟିକାକରଣ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୬ (ବ୍ୟୁରୋ): ଓଡ଼ିଶାରେ ରହି କାର୍ଯ୍ୟ କରୁଥିବା ନେପାଳୀ ନାଗରିକଙ୍କୁ ଟିକାକରଣ କରାଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଗୋଟିଏ ଜୁଇରେ ୧୦ କୋଭିଡ୍‌ ମୃତଦେହ ସତ୍କାର ଘଟଣା ହାଇକୋର୍ଟରେ ମାମଲା
Next Post Next post:
ନିଜଠୁ ୧୮ ବର୍ଷ ବଡ ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ନେଇ ଏମିତି କହିଲେ ଅଭିକା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts