ଇନ୍ଦୋର,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶର ସ୍ବଚ୍ଛ ସହର ତାଲିକାରେ ଶୀର୍ଷରେ ଥିବା ଇନ୍ଦୋରରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଭାକ୍ସିନ୍ ନେଲେ ଉପହାର ପ୍ରଦାନ କରାଯାଉଛି। ସହରର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟୀ ତଥା କମ୍ପାନୀ ପକ୍ଷରୁ ଏଭଳି ଲୋଭନୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଭାକ୍ସିନ୍ ନେଲେ ଉପହାରରେ ଫ୍ରିଜ୍ ସହିତ ବହୁ ଦାମିକା ଉପହାର ପ୍ରଦାନ କରାଯାଉଛି। କେତେକ ଟିକାକରଣ କେନ୍ଦ୍ରରେ ଲକି ଡ୍ର ଅନୁଷ୍ଠିତ ହେଉଛି। ଟିକା ନେବାକୁ ଆସିଥିବା ଲୋକଙ୍କୁ ଅତିଥି ଭାବେ ପାଛୋଟି ନେଇ ସମ୍ମାନୀତ କରାଯିବା ସହିତ ଲସି, କୋଲ୍ଡ ଡ୍ରିଙ୍କସ୍ ଏବଂ ଅନ୍ୟ ପାନୀୟ ପ୍ରଦାନ କରାଯାଉଛି। ସେହିପରି ନଓ୍ବଲଖା ଟିକାରକରଣ କେନ୍ଦ୍ରରେ ଭାକ୍ସିନ୍ ନେଇଥିବା ଲୋକଙ୍କୁ ଥରଟିଏ ମାଗଣା ବସ୍ ଯାତ୍ରାର ସୁଯୋଗ ମିଳୁଛି। ଶପିଂ ମଲ୍ରେ କରାଯାଇଥିବା ଟିକାକରଣ କେନ୍ଦ୍ରରେ ସେଲ୍ଫି ଷ୍ଟିକ୍ ସମେତ ଅନ୍ୟ ଉପହାର ପ୍ରଦାନ କରାଯାଉଛି। ଭାକ୍ସିନ୍ ନେବାକୁ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଏଭଳି କରାଯାଉଛି।
Posted inକରୋନା ଭାଇରସ୍, ଜାତୀୟ, ଫୁରସତ View All
ସିବିଏସ୍ଇ ପରେ ଏହି ରାଜ୍ୟ ବାତିଲ କଲା ଦ୍ୱାଦଶ ପରୀକ୍ଷା
ଭୋପାଳ,୨।୬: କରୋନା ମହାମାରୀ ଯୋଗୁ ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ...
ବାତ୍ୟା ଚିହ୍ନଟ ପ୍ରଯୁକ୍ତି ବିକଶିତ କଲେ ଓଡ଼ିଆ ବୈଜ୍ଞାନିକ
ନୂଆଦିଲ୍ଲୀ, ୧୦।୬: ଜଣେ ଓଡ଼ିଆଙ୍କ ସମେତ ୩ ଭାରତୀୟ ବୈଜ୍ଞାନିକ ଏକ ନୂଆ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଭାରତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼କୁ...
ଇନ୍ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍ବୁକ ଦେଲା ପୁରସ୍କାର
ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...
କରୋନା ଦ୍ୱିତୀୟ ଲହର ୭୧୯ଡାକ୍ତରଙ୍କ ନେଇଛି ଜୀବନ
ନୂଆଦିଲ୍ଲୀ,୧୨।୬: କରୋନା ସଂକମ୍ରଣର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଛି। ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା...
କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି ଟୁଇଟ୍ କଲେ ଗମ୍ଭୀର
ନୂଆଦିଲ୍ଲୀ, ୩।୬: ଭାଜପା ଏମ୍ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି...
ଘରେ ରାଶନ ପହଞ୍ଚାଇବା ଯୋଜନା ନେଇ ମୋଦି-କେଜରିଓ୍ବାଲ ମୁହାଁମୁହିଁ: କେନ୍ଦ୍ର କାହିଁକି କରୁଛି ଝଗଡ଼ା, ମୁଖ୍ୟମନ୍ତ୍ରୀ କଲେ ପ୍ରଶ୍ନ…
ନୂଆଦିଲ୍ଲୀ,୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ଘରେ ରାଶନ ପହଞ୍ଚାଇବା ଯୋଜନାକୁ କେନ୍ଦ୍ରର ଅନୁମତି ମିଳି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କହିଛନ୍ତି...
ଗୁପ୍ଚୁପ୍ରେ ମୁଦି ରଖି ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ; ଆଉ ତା’ ପରେ..
ନୂଆଦିଲ୍ଲୀ: ସାଥୀଙ୍କୁ ନିଜର ମନ କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି। କିଏ ଫୁଲତୋଡ଼ା...
କଶ୍ମୀରକୁ ଫେରିବ ରାଜ୍ୟ ମାନ୍ୟତା
ନୂଆଦିଲ୍ଲୀ,୨୫।୬(ପି.ଟି.): ଜମ୍ମୁ-କଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ବର୍ତ୍ତମାନ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଚାଲିଥିବା କସରତ ଉପତ୍ୟକାରେ ନିର୍ବାଚନ ପ୍ରକ୍ରିୟା ପାଇଁ...


